Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Mohammed Moquim / ନୂଆ ଦଳ ଗଠନ ପୂର୍ବରୁ ଶକ୍ତି ପ୍ରଦର୍ଶନ କରିବେ ମୋକିମ୍; ଜାନୁଆରୀ ୧୨ରେ ଯୁବ ସମାବେଶ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ନୂଆ ଦଳ ଗଠନ ପୂର୍ବରୁ ଶକ୍ତି ପ୍ରଦର୍ଶନ କରିବେ ମୋକିମ୍; ଜାନୁଆରୀ ୧୨ରେ ଯୁବ ସମାବେଶ
Mokim to Flex Political Muscle Before Launching New Party in Odisha

Key Points

ନୂଆ ଦଳ ନେଇ ସୂଚନା ଦେଲେ ମହମ୍ମଦ ମୋକିମ୍‌‌
ଜାନୁଆରୀ ୧୨ରେ ହେବ ଯୁବ ସମାବେଶ
ଉପକୂଳ ଓଡ଼ିଶାର ୧୦ ଜିଲ୍ଲାର ଯୁବନେତା ହେବେ ସାମିଲ
ଯେଉଁ ଯୁବ ନେତାଙ୍କୁ ସୁବିଧା ସୁଯୋଗ ମିଳିନି, ଏକାଠି କରୁଛୁ
ଭୁବନେଶ୍ଵର: ରାଜ୍ୟ ରାଜନୀତିରେ ହେବ ନୂଆ ଦଳର ଅଦ୍ଭ୍ୟୁଦୟ । କଂଗ୍ରେସରୁ ବହିଷ୍କାର ପରେ ନୂଆ ଆଞ୍ଚଳିକ ଦଳ ଗଢ଼ିବେ କଟକ-ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ । ଏନେଇ ଅର୍ଗସ୍ ନ୍ୟୁଜ୍‌କୁ ମହମ୍ମଦ ମୋକିମ୍ ବିସ୍ତୃତ ସୂଚନା ଦେଇଛନ୍ତି ।

ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ କହିଛନ୍ତି, "ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଆଞ୍ଚଳିକ ଦଳ ଗଠନ କରାଯିବ । ନୂଆ ଦଳ ଗଠନ ପୂର୍ବରୁ ଜାନୁଆରୀ ୧୨ରେ ହେବ ଯୁବ ସମାବେଶ । ଯେଉଁଥିରେ ଉପକୂଳ ଓଡ଼ିଶାର ୧୦ ଜିଲ୍ଲାର ଯୁବନେତା ସାମିଲ ହେବେ ।

ଏଥିସହ ପଢ଼ନ୍ତୁ: 'ମଦ ଓ ମାଗଣା ଯୋଜନାକୁ ବିରୋଧ କରିବ ନୂଆ ଆଞ୍ଚଳିକ ଦଳ'

ଏଥିପାଇଁ ବହୁତ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ସହ ପରାମର୍ଶ କରୁଛୁ । ଯେଉଁ ଯୁବ ନେତାଙ୍କୁ ସୁବିଧା ସୁଯୋଗ ମିଳିପାରି ନାହିଁ, ସେମାନଙ୍କୁ ଏକତ୍ରିତ କରୁଛୁ । ବର୍ତ୍ତମାନ ପର୍ଯ୍ୟନ୍ତ ନୂଆ ଦଳର ନାମ ସ୍ଥିର କରାଯାଇ ନାହିଁ । ନୂଆ ଦଳରେ କଂଗ୍ରେସ ଓ ବିଜେଡିର ନେତା ବି ରହିବେ ବୋଲି କହିଛନ୍ତି ମହମ୍ମଦ ମୋକିମ୍ ।

ନୂଆ ବର୍ଷରେ ନୂଆ ଆଞ୍ଚଳିକ ଦଳ ଗଠନ ନେଇ ମୋକିମ୍ ସ୍ପଷ୍ଟ ଆଭିମୁଖ୍ୟ ରଖିଥିଲେ । ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ପରେ କେଉଁ ପ୍ରସଙ୍ଗକୁ ନେଇ ଦଳ ଗଠନ ହେବ ସେନେଇ ଘୋଷଣା କରିଥିଲେ ମହମ୍ମଦ ମୋକିମ୍ । ମଦ ଓ ମାଗଣା ଯୋଜନା ନୂଆ ଆଞ୍ଚଳିକ ଦଳର ମୁଖ୍ୟ ପ୍ରସଙ୍ଗ ହେବ ବୋଲି କହିଥିଲେ ।

ଏଥିସହ ପଢ଼ନ୍ତୁ: ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ହତ୍ୟା; ସାମ୍ବାଦିକଙ୍କୁ ଗୁଳି କଲେ, ବ୍ୟବସାୟୀଙ୍କୁ ହାଣିଦେଲେ

ସେ କହିଥିଲେ, ଉଦୀୟମାନ ୟଙ୍ଗ ବିଗ୍ରେଡ୍‌ଙ୍କୁ ନେଇ ନୂଆ ଆଞ୍ଚଳିକ ଦଳ ଗଠନ ହେବ । ଯୁବ ସଶକ୍ତିକରଣ, ମହିଳା ସଶକ୍ତିକରଣ ଏବଂ ମଦ ବିରୋଧି ଆନ୍ଦୋଳନକୁ ସମର୍ଥନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରାଧାନ୍ୟ ଦିଆଯିବ । ଦଳ ଗଠନର ମୁଖ୍ୟ ଉଦ୍ଦେଶ୍ୟ ରହିବ କେବଳ ରାଜ୍ୟର ଉନ୍ନତି ।

ଏଥିସହ ମାଗଣା ଯୋଜନା ବଦଳରେ ଲୋକଙ୍କୁ ରୋଜଗାରରକ୍ଷମ କରିବାକୁ ଯୋଜନା କରାଯିବ ବୋଲି କହିଛନ୍ତି ମୋକିମ୍ । ବିଜେଡିକୁ ଛାଡ଼ିଦେଲେ ଓଡ଼ିଶାରେ ଗଠନ ହୋଇଥିବା କୌଣସି ଆଞ୍ଚଳିକ ଦଳ ପ୍ରାୟତଃ ସଫଳ ହୋଇ ନାହାନ୍ତି । ବର୍ତ୍ତମାନ ଦେଖିବାର କଂଗ୍ରେସରୁ ବିତାଡ଼ିତ ହୋଇଥିବା ନେତା ମହମ୍ମଦ ମୋକିମ୍ ଯେଉଁ ଆଞ୍ଚଳିକ ଦଳ ଗଠନର ସୂତ୍ରଧର ସାଜିଛନ୍ତି ତାହା କେତେ ସଫଳ ହେଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Before New Party Launch, Moquim to Show Strength on Jan 12 | Argus News