Videos
|
Politics

ଡିସେମ୍ବର 12ରେ କଣ କରିଥିଲେ ସନା, ଯେଉଁଥିପାଇଁ ସନ୍ଦେହ କଲେ ନବୀନ

Bikash Chandra Barik
Browse all articles by Bikash Chandra Barik
·1 year ago·2 min read
ଡିସେମ୍ବର 12ରେ କଣ କରିଥିଲେ ସନା, ଯେଉଁଥିପାଇଁ ସନ୍ଦେହ କଲେ ନବୀନ

Key Points


ସନାଙ୍କ ଗାଲରେ କେକ୍ ଦେଖି ନବୀନ ପୁରା ଛାନିଆ

ନିଜ ନେତାଙ୍କ ଛାଇ ଦେଖିଲେ ବରଡ଼ା ଭଳି ଥରୁଛନ୍ତି

ସନା ଆବସେଣ୍ଟ, ମୁଖିଆ କହିଲେ ଆର ୟୁ ୱିଥ୍ ବିଜେପି ?


ଆଗ ପଛେ ମାଳ ମାଳ ଶଙ୍ଖ ମାଳି ପକେଇ ଗୁଣିଆ ବୁଲୁଥିଲେ । ବଳ ଦେଉଥିଲେ । ଝାଡି ଦେଉଥିଲେ । ଡରିବାର ପ୍ରଶ୍ନ ନଥିଲା । 25 ବର୍ଷ ଧରି ନବୀନ ଏକା ମନ୍ତ୍ର ଫୁଙ୍କୁଥିଲେ, ବାକି ସବୁ ବୀଣା ଏତେ ନେତାଙ୍କୁ ଡାକି ଗୁପ୍ତ ମନ୍ତ୍ରଣା ଦିଅନ୍ତି । ଏମିତି କଣ ଆବଶ୍ୟକ ପଡ଼ିଲା ମିଡିଆ ଆଗରେ ରାଗିଗଲେ ? ଚମ୍ପୁଆ ବିଧାୟକ ସନା ମହାକୁଡ଼ଙ୍କୁ ଦେଖି କାହିଁକି ନବୀନ ଡରିଗଲେ ? ନିଜ ଦଳର MLA, ଶଙ୍ଖ ଟିକେଟରୁ ଜିତିଛନ୍ତି । ତଥାପି ଏତେ ଭୟ କାହିଁକି ? ଯେତେବେଳେ ଆଲୋଚନା ଚାଲିଛି ଯେ, ବିଧାନସଭାରେ ସନାଙ୍କୁ ଦେଖି ରାଗିଗଲେ ନବୀନ । ସେତେବେଳେ ସନ୍ଦେହ ପଛର କାରଣ ଖୋଜିଥିଲୁ ଆମେ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମାସେ ତଳକୁ ଗଲାବେଳକୁ ମିଳିଥିଲା ସନାଙ୍କ ଗାଲରେ କେକ୍ ବୋଳି ଦେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସ୍ଥାନ ଥିଲା ଚମ୍ପୁଆଲ । ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦୁଝରର ସମସ୍ତ ବିଧାୟକ ଓ ମନ୍ତ୍ରୀ । ଆଉ ତା ପରଠୁ ସନ୍ଦେହ ନିଆଁରେ ଜଳୁଛନ୍ତି ମୁଖିଆ । ସନ୍ଦେହକୁ ଅଧିକ ସନ୍ଦିହାନ କରିଦେଇଛି ବିଧାୟକ ଦଳ ବୈଠକରେ ସନାଙ୍କ ଅନୁପସ୍ଥିତି । ଆଉ ବିଧାନସଭାରେ ଯେତେବେଳେ ସନା ପ୍ରଣାମ କରନ୍ତି, ସେତେବେଳେ ନବୀନ ପଚାରନ୍ତି ଆର ୟୁ ୱିଥ୍ ବିଜେପି...



ସେପଟେ ସନାଙ୍କ ଠାଣୀ ଆଉ ବାଣୀ ବି କିଛି ଭିନ୍ନ ଇସାରା ଦେଉଛି । ସୁପ୍ରିମୋଙ୍କ ସନ୍ଦେହକୁ ବାଏଁ ବାଏଁ ଉଡାଇଦେଇଛନ୍ତି ବିଧାୟକ । କହିଛନ୍ତି ବିକାଶ ପାଖରେ ମୁଁ । ଅର୍ଥାତ ମୋହନ ମାଝୀ ଆମ ଜିଲ୍ଲାର । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାରେ ଅସୁବିଧା କେଉଁଠି ? ଯଦି ଭେଟିବା ଦ୍ୱାରା କିଛି ଉନ୍ନତିମୂଳକ କାର୍ଯ୍ୟ ହେଉଛି । ଭେଟିବା ପାଇଁ ମୋ ଅଧିକାର ରହିଛି । ମୁଁ ଏକା ଭେଟୁନି ବିଜେଡିର ଆଉ ଦୁଇ ବିଧାୟକ ବି ଭେଟିଛନ୍ତି ବୋଲି କହିଛନ୍ତି ଚମ୍ପୁଆ ବିଧାୟକ ସନା ମହାକୁଡ଼ ।



ସନ୍ଦେହ ଚକ୍ଷୁରେ କେବଳ ଚମ୍ପୁଆ ବିଧାୟକ ନା ଆଉ କିଏ କିଏ ଅଛନ୍ତି ? କ୍ଷମତା ଯିବା ପରେ କ୍ୟାମେରା ସାମ୍ନାରେ ନବୀନଙ୍କ ଏ ବାଣୀ ପ୍ରଥମ । ଆଉ ଦଳର ମୁଖିଆଙ୍କୁ ଏମିତି ଠାଣୀରେ କହିବା ବି ପ୍ରଥମ । 25 ବର୍ଷ ଧରି ପାଖରେ ଏତେ ଗୁଣିଆ ଧରି ବୁଲୁଥିବା ନବୀନ ଏମିତି ଭୟ କରିବା ବି ପ୍ରଥମ...

Naveen Patnaik Confronted His Own Party Leader Sanatan Mahakud | Argus News