ଏକାକୀ ନାମାଙ୍କନ ଭରିଥିଲେ ନବୀନ...

ନବମ ଥର ପାଇଁ ନିର୍ଦ୍ଵନ୍ଦରେ ବିଜେଡି ସଭାପତି ଭାବେ ନିର୍ବାଚିତ ହେଲେ ନବୀନ ପଟ୍ଟନାୟକ । ୧୯ ତାରିଖରେ ହେବ ବିଧିବଦ୍ଧ ଘୋଷଣା। ଆଜି ୧୦ ଟାରୁ ୧ ଟା ପର୍ଯ୍ୟନ୍ତ ନାମାଙ୍କନ ସମୟ ଥିବାବେଳେ ନବୀନ ପଟ୍ଟନାୟକ ଏକାକୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେଣୁ ସେ ନିର୍ଦ୍ୱନ୍ଦରେ ହୋଇଛନ୍ତି ନିର୍ବାଚିତ । କେବଳ ଔପଚାରିକ ଘୋଷଣା ବାକି ।
ଏହାକୁ ନେଇ ବିଜେଡି ସାଂଗଠାନିକ ନିର୍ବାଚନ ଅଧିକାରୀ ପ୍ରତାପ ଦେବ କହିଛନ୍ତି ନିର୍ବାଚନ ପ୍ରକ୍ରିୟାରେ ବର୍ତ୍ତମାନ୍ ସୁଦ୍ଧା ଷ୍ଟେଟ୍ କାଉନସିଲ ଗଠନ କରାଯାଇଛି । ୩୫୫ ଜଣ ସଦସ୍ୟ ରହିଛନ୍ତି । ୧୯ ତାରିଖରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସି ନବୀନଙ୍କ ନାଁ ଘୋଷଣା ହେବ ।
📱 Get Argus News App
✨ସେପଟେ ଏହାକୁ କଟାକ୍ଷ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ବିଜେଡିରେ ଗଣତନ୍ତ୍ର ନାହିଁ କେବଳ ବିଜେପି ଦଳରେ ଗଣତନ୍ତ୍ରରେ ଚାଲେ । 3 ବର୍ଷରେ ଥରେ ସାଂଗଠନିକ ନିର୍ବାଚନ ହୁଏ । କିନ୍ତୁ ନିର୍ବଚନ କମିଶନ ସମସ୍ତଙ୍କୁ ନିର୍ବାଚନ କରିବାକୁ କହିବାରୁ ବାଧ୍ୟ ହୋଇ କାଗଜ ପତ୍ରରେ ଏ ନିର୍ବାଚନ କାମ କରୁଛି ବିଜେଡି । ତାଙ୍କ ଦଳରେ ଗଣତନ୍ତ୍ର ଥିଲେ ଏ ଦିନ ଦେଖିବାକୁ ପଡି ନଥାନ୍ତା । ତାଙ୍କ ଦଳରେ କଥା କହିବାକୁ କାହାର ଅଧିକାର ନଥିଲା । ହାତ ଗଣତି ଜଣେ ଦୁଇ ଜଣ ଲୋକଙ୍କ ନିର୍ଦ୍ଦେଶରେ ଶାସନ ଚାଲୁଥିଲା । ଆମ ସଭାପତି ଆମ ଦଳ ନିଷ୍ପତ୍ତି ନେବ। 15 ଟି ରାଜ୍ୟରେ ସାରିଲାଣି ଆଉ 11 ଟି ରାଜ୍ୟ ବାକି ଅଛି । ଆମ ଦଳ ନିଷ୍ପତ୍ତି ନେବ କେବେ ହେବ କିଏ ହେବ ବୋଲି କହିଛନ୍ତି ମନମୋହନ ସାମଲ ।