Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Odisha Politics / 'ମଦ ଓ ମାଗଣା ଯୋଜନାକୁ ବିରୋଧ କରିବ ନୂଆ ଆଞ୍ଚଳିକ ଦଳ'

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
'ମଦ ଓ ମାଗଣା ଯୋଜନାକୁ ବିରୋଧ କରିବ ନୂଆ ଆଞ୍ଚଳିକ ଦଳ'
Odisha Politics

Key Points

ଚର୍ଚ୍ଚା ନୂଆ ଆଞ୍ଚଳିକ ଦଳ କଂଗ୍ରେସ ବିଭାଜନର ସାଜିବ ବଡ଼ କାରଣ ।
ବିଜେପି, ବିଜେଡି ଓ କଂଗ୍ରେସ ର ଦାବି ପଡିବନି କୌଣସି ପ୍ରଭାବ ।

ନୂଆ ବର୍ଷରେ ନୂଆ ଆଞ୍ଚଳିକ ଦଳ ଗଠନ ନେଇ ଆସିଲା ସ୍ପଷ୍ଟ ଆଭିମୁଖ୍ୟ । ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ପରେ କେଉଁ ମୁଦ୍ଦା କୁ ନେଇ ଦଳ ଗଠନ ହେବ ସେନେଇ ଆଜି ଘୋଷଣା କରିଛନ୍ତି ମହମ୍ମଦ ମୋକିମ୍ । ମଦ ଓ ମାଗଣା ଯୋଜନା ନୂଆ ଆଞ୍ଚଳିକ ଦଳର ମୁଖ୍ୟ ମୁଦ୍ଦା ହେବ ବୋଲି କହିଛନ୍ତି ମୋକିମ୍ । ଆହୁରି କହିଛନ୍ତି ଉଦୀୟମାନ ୟଙ୍ଗ ବିଗ୍ରେଡ୍ ଙ୍କୁ ନେଇ ନୂଆ ଆଞ୍ଚଳିକ ଦଳ ଗଠନ ହେବ ।

ଯୁବକସଶକ୍ତି କରଣ, ମହିଳାସଶକ୍ତି କରଣ, ଏବଂ ମଦ ବିରୋଧି ଆନ୍ଦୋଳନକୁ ସମର୍ଥନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରାଧାନ୍ୟ ଦିଆଯିବ । ଦଳ ଗଠନର ମୁଖ୍ୟ ଉଦ୍ଦେଶ୍ୟ ରହିବ କେବଳ ରାଜ୍ୟର ଉନ୍ନତି । ତାହା ସହ ମାଗଣା ଯୋଜନା ବଦଳରେ ଲୋକଙ୍କୁ ରୋଜଗାରରକ୍ଷମ କରିବାକୁ ଯୋଜନା କରାଯିବ ବୋଲି କହିଛନ୍ତି ମୋକିମ୍ ।

ଚର୍ଚ୍ଚା ହେଉଛି ମୋକିମ୍‌ଙ୍କ ସହ କଂଗ୍ରେସ ଓ ବିଜେଡିର ଗୋଟେ ବଡ଼ ଅସନ୍ତୁଷ୍ଟ ଗୋଷ୍ଠୀ ରହିଛନ୍ତି । ଯଦି ସେମାନେ ନୂଆ ଆଞ୍ଚଳିକ ଦଳରେ ସାମିଲ ହୁଅନ୍ତି ତେବେ ଉଭୟ ବିଜେଡି ଓ କଂଗ୍ରେସ କୁ ତାହା ବହୁତ କ୍ଷତି ପହଞ୍ଚାଇବ । ମାତ୍ର ଉଭୟ ବିଜେପି, ବିଜେଡି ଓ କଂଗ୍ରେସର ଦାବି ନୂଆ ଆଞ୍ଚଳିକ ଦଳର କୌଣସି ବି ପ୍ରଭାବ ପଡ଼ିବ ନାହିଁ ।

ବିଜେଡିକୁ ଛାଡ଼ି ଦେଲେ ଓଡ଼ିଶାରେ ଗଠନ ହୋଇଥିବା କୌଣସି ଆଞ୍ଚଳିକ ଦଳ ପ୍ରାୟତଃ ସଫଳ ହୋଇ ନାହାନ୍ତି । ଏପରିକି ବିଜେଡିରୁ ବାହାରି ଅସନ୍ତୁଷ୍ଟ ଗୋଷ୍ଠୀ ଗଠନ କରିଥିବା ଏନସିପି ଓ ଓଜିପି ଦଳ ବହୁ ସଂଘର୍ଷ ଭିତରେ କିଛି ଦିନ ତିଷ୍ଠି ରହିବାରେ ଆଂଶିକ ସଫଳ ହୋଇଥିଲା । ବର୍ତ୍ତମାନ ଦେଖିବାର କଂଗ୍ରେସରୁ ବିତାଡ଼ିତ ହୋଇଥିବା ନେତା ମହମ୍ମଦ ମୋକିମ୍ ଯେଉଁ ଆଞ୍ଚଳିକ ଦଳ ଗଠନ ର ସୂତ୍ରଧର ସାଜିଛନ୍ତି ତାହା କେତେ ସଫଳ ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Politics | 'New regional party will oppose liquor and free scheme, Said Mohammed Moquim | Argus News