Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Bihar Oath Ceremony / ଦଶମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର

Rashmita Mishra
Browse all articles by Rashmita Mishra
·7 months ago·2 min read
ଦଶମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର

Key Points

ଆଜିଠୁ ବିହାରରେ ପୁଣି ନୀତୀଶ ଯୁଗ । ଆଜିଠୁ ବିହାରରେ NDA ରାଜ୍ । ଦଶମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର ।
ଆଜିଠୁ ବିହାରରେ ପୁଣି ନୀତୀଶ ଯୁଗ । ଆଜିଠୁ ବିହାରରେ NDA ରାଜ୍ । ଦଶମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର । ପାଟନା ଗାନ୍ଧି ମୈଦାନରେ ଆୟୋଜିତ ସମାରୋହରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ତାଙ୍କ ସହ ସମାରୋହରେ ଉପସ୍ଥିତ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଜନାଥ ସିଂହ ପ୍ରତିରକ୍ଷା ମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଶିବରାଜ ସିଂହ ଚୌହାନ କେନ୍ଦ୍ର କୃଷିମନ୍ତ୍ରୀ, ଯୋଗୀ ଆଦିତ୍ୟନାଥ ୟୁପି ମୁଖ୍ୟମନ୍ତ୍ରୀ, ମୋହନ ଚରଣ ମାଝୀ ଓଡ଼ିଶା ମୁଖ୍ୟମନ୍ତ୍ରୀ, ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, ପୁଷ୍କର ସିଂହ ଧାମୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ, ନାଏବ ସିଂହ ସୈନୀ ହରିୟାଣା ମୁଖ୍ୟମନ୍ତ୍ରୀ, ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ, ଭଜନଲାଲ ଶର୍ମା ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ମୋହନ ୟାଦବ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ, ହିମନ୍ତ ବିଶ୍ଵଶର୍ମା ଆସାମ ମୁଖ୍ୟମନ୍ତ୍ରୀ, ଭୂପେନ୍ଦ୍ର ପଟେଲ ଗୁଜରାଟ ମୁଖ୍ୟମନ୍ତ୍ରୀ, ବିଷ୍ଣୁଦେବ ସାଏ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ରେଖା ଗୁପ୍ତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ବିଜେପିରୁ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ମଧ୍ୟ ନେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପଦର ଶପଥ ।

ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବ୍ୟତୀତ ଅନ୍ୟ ୨୬ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନାଙ୍କ ବ୍ୟତୀତ ମନ୍ତ୍ରୀ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବିଜୟ ଚୌଧୁରୀ, ବିଜୟନ୍ଦ୍ର ଯାଦବ, ଶ୍ରାବଣ କୁମାର, ମଙ୍ଗଲ ପାଣ୍ଡେ, ଦିଲୀପ ଜୈସୱାଲ, ଅଶୋକ ଚୌଧୁରୀ, ଲେସୀ ସନ୍ଥ, ରାମିନ ସାହିନୀ, ରାମିନ ସାହିନୀ କୁମାର, ଜାମା ଖାନ, ସଞ୍ଜୟ ସିଂ ଟାଇଗର, ଅରୁଣ ଶଙ୍କର, ସୁରେନ୍ଦ୍ର ମେହେଟ୍ଟା, ନାରାୟଣ ପ୍ରସାଦ, ରାମ ନିଶାଦ, ଲକ୍ଷେନ୍ଦ୍ର କୁମାର ରୋଶନ, ଶ୍ରେୟସୀ ସିଂ, ପ୍ରମୋଦ କୁମାର, ସଞ୍ଜୟ କୁମାର, ସଞ୍ଜୟ କୁମାର ସିଂ ଏବଂ ଦୀପକ ପ୍ରକାଶ। ଶପଥ ଗ୍ରହଣ ଉତ୍ସବରେ ବିହାରର ପ୍ରାୟ ୨-୩ ଲକ୍ଷ ଭୋଟର ଉପସ୍ଥିତ ଥିଲେ।

ବିହାର ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର:
୧ମ ଶପଥ- ମାର୍ଚ୍ଚ ୩, ୨୦୦୦- ମାର୍ଚ୍ଚ ୧୦,୨୦୦୦
୨ୟ ଶପଥ- ନଭେମ୍ବର ୨୪, ୨୦୦୫- ନଭେମ୍ବର ୨୫,୨୦୧୦
୩ୟ ଶପଥ- ନଭେମ୍ବର ୨୬,୨୦୧୦- ମେ' ୧୯, ୨୦୧୪
୪ର୍ଥ ଶପଥ- ଫେବ୍ରୁଆରି ୨୨,୨୦୧୫- ନଭେମ୍ବର ୧୯,୨୦୧୫
୫ମ ଶପଥ- ନଭେମ୍ବର ୨୦,୨୦୧୫- ଜୁଲାଇ ୨୬,୨୦୧୭
୬ଷ୍ଠ ଶପଥ- ଜୁଲାଇ ୨୭, ୨୦୧୭- ନଭେମ୍ବର ୧୨, ୨୦୨୦
୭ମ ଶପଥ- ନଭେମ୍ବର ୧୬, ୨୦୨୦- ଅଗଷ୍ଟ ୯, ୨୦୨୨
୮ମ ଶପଥ- ଅଗଷ୍ଟ ୧୦, ୨୦୨୨- ଜାନୁଆରି ୨୮, ୨୦୨୪
୯ମ ଶପଥ- ଜାନୁଆରି ୨୮, ୨୦୨୫- ନଭେମ୍ବର ୧୯, ୨୦୨୫
୧୦ମ ଥର ପାଇଁ ପୁଣି ନୀତୀଶଙ୍କ ନୂଆ ଇନିଂସ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bihar Oath Ceremony | Nitish Kumar Takes Oath as Chief Minister for the 10th Time – Historic Political Milestone in Bihar | Argus News