Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Nuapada By Election / ନୂଆ ବିଧାୟକ ବାଛୁଛି ନୂଆପଡ଼ା: ଭୋଟ ଦେଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ ତାଙ୍କ ପରିବାର

Rashmita Mishra
Browse all articles by Rashmita Mishra
·8 months ago·2 min read
ନୂଆ ବିଧାୟକ ବାଛୁଛି ନୂଆପଡ଼ା: ଭୋଟ ଦେଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ ତାଙ୍କ ପରିବାର

Key Points

ନୂଆ ବିଧାୟକ ବାଛୁଛି ନୂଆପଡା । ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଉଛନ୍ତି ନୂଆପଡା ଭୋଟର । ଭୋଟ  ଦେଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ ତାଙ୍କ ପରିବାର । 

ନୂଆ ବିଧାୟକ ବାଛୁଛି ନୂଆପଡ଼ା । ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଉଛନ୍ତି ନୂଆପଡା ଭୋଟର । ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡାରେ ହେଉଛି ଉପନିର୍ବାଚନ । ଆଜି ଭୋଟ ଗ୍ରହଣ ଦିବସରେ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ ତାଙ୍କ ପରିବାର । ଭୋଟ୍ ଦେବା ପରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ କହିଛନ୍ତି, 'ମହାଦେବଙ୍କ ଆଶୀର୍ବାଦ ନେଇ ଭୋଟ ଦେବାକୁ ଆସିଛି । ବାପାଙ୍କ ଭଳି ଲୋକଙ୍କ ସେବା କରିବି ।

ସୂଚନାନୁଯାଇୟୀ ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟିଂ ଆରମ୍ଭ ହୋଇଛି । ଭୋଟିଂ ସ୍ଥାନ ଗୁଡିକରେ ସକାଳ ୭ଟାରୁ ଗହଳି ଦେଖିବାକୁ ମଳିଛି । ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ରାଜ୍ୟର ପ୍ରମୁଖ ୩ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସମେତ ମୋଟ୍‌ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣର ସମୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଦୁଇଟି ଏନ୍‌ଏସି ଏବଂ ୨ଟି ବ୍ଲକକୁ ନେଇ ଗଠିତ ଏହି ନୂଆପଡ଼ା ନିର୍ବାଚନମଣ୍ଡଳୀର ମୋଟ୍‌ ୨ ଲକ୍ଷ ୫୪ ହଜାର ୪୯୭ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ଏଠାରେ ମୋଟ୍‌ ୩୫୮ଟି ବୁଥ୍‌ ରହିଥିବାବେଳେ ସେଥିରୁ ୧୦୧ଟି ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ୧୦୧ ବୁଥ୍‌ ମଧ୍ୟରୁ ୪୭ଟି ମାଓବାଦୀ ପ୍ରଭାବିତ ଅଞ୍ଚଳ ହୋଇଥିବା ବେଳେ ୫୪ଟି ଆଇନଶୃଙ୍ଖଳା ପ୍ରଭାବିତ ଅଞ୍ଚଳ ବୋଲି କୁହାଯାଇଛି ।

ତେବେ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ସାଧାରଣ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟିଂ ଚାଲିବ ବୋଲି ଜିଲା ନିର୍ବାଚନ ଅଧିକାରୀ ସୋମବାର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ମାଓବାଦୀ ପ୍ରଭାବିତ ବୁଥ୍‌ ମଧ୍ୟରୁ ୮ଟି ଦୁର୍ଗମ ପାହାଡିଆ ଅଞ୍ଚଳରେ ରହିଛି। ସେଗୁଡ଼ିକ ହେଉଛି ୩୨୦-ସୋସେଙ୍ଗ, ୩୨୧- ସୋସେଙ୍ଗ(୨), ୩୨୨ ଦେଓସିଲ, ୩୨୪ ସୁନାବେଡ଼ା(୧), ୩୨୫ ସୁନାବେଡ଼ା ୧(କ), ୩୨୬ ଜାମଗାଁ, ୩୨୭ ଗୋତିବେଡ଼ା ଓ ୩୨୮ ଗୋତିବେଡା(୨) ରହିଛି। ଏହି ବୁଥ୍‌ଗୁଡ଼ିକ ଅତି ସମ୍ବେଦନଶୀଳ ହୋଇଥିବାରୁ ପୋଲିଂପାର୍ଟି ସୁରକ୍ଷିତ ଯିବା ସହିତ ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ କରି ଫେରିବା ପାଇଁ ଭାରତୀୟ ବାୟୁସେନାର ବିମାନ ଉପଯୋଗ କରାଯାଇଛି ।

ମାଓବାଦୀ ପ୍ରଭାବିତ ୮ ବୁଥ୍‌ ଲାଗି ୬ ଜଣ ଲେଖାଏ ମୋଟ୍‌ ୪୮ ଜଣ ପୋଲିଂପାର୍ଟି ନିୟୋଜିତ ହୋଇଛନ୍ତି। ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଥରକରେ ୬ ଜଣ ଲେଖାଏଁ ୮ଥରରେ ପୋଲିଂପାର୍ଟିକୁ ଦୁର୍ଗମ ଅଞ୍ଚଳରେ ଥିବା ବୁଥ୍‌ରେ ସୁରକ୍ଷିତ ଛଡ଼ାଯାଇଛି।

ଅଧିକ ପଢ଼ନ୍ତୁ ରାଜନୀତି ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nuapada By Election | Nuapada Votes: BJP Candidate Jay Dholakia Casts His Vote | Argus News