Assembly Update / ଦୁଇ ଦିନରେ ୨୪ ମିନିଟ୍ ବି ଚାଲି ପାରିନି ବିଧାନସଭା

Key Points
ବିଧାନସଭାରେ ଅଚଳାବସ୍ଥା ଜାରି
ଦୁଇ ଦିନରେ ୨୪ ମିନିଟ ବି ଚାଲି ପାରିନି ବିଧାନସଭା
ଧୋଇଯାଉଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକାଳ ଓ ଶୁନ୍ୟକାଳ
ଦୁଇ ଦିନରେ ୨୪ ମିନିଟ୍ ବି ଚାଲି ପାରିନି ବିଧାନସଭା । ସୋମବାର ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି । ବିତର୍କ କମ ବିରୋଧ ଅଧିକ । ହେଉନି କୌଣସି ଚର୍ଚ୍ଚା କି ଆଲୋଚନା । କେବଳ ହଟଗୋଳ ଓ ପ୍ରତିବାଦରେ କମ୍ପୁଛି ଗୃହ । ଆଜି ତୃତୀୟ ଦିନରେ ବି ସକାଳୁ ଗୃହ କାର୍ଯ୍ୟ ଆରମ୍ଭରୁ ଜର୍ଜ ତିର୍କିଙ୍କ ପରଲୋକ ଉପରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ମାତ୍ରା 5 ମିନିଟ୍ ଚାଲିଛି କି ନାହିଁ ଅପରାହ୍ନ 4 ଟା ଯାଏଁ ଗୃହ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ।
ଅପରାହ୍ନରେ ମଧ୍ୟ ସାର ସମସ୍ୟାରେ ସ୍ୱତନ୍ତ୍ର ଆଲୋଚନା ଦାବି କରି ପୋଡିୟମ ଆଗରେ ବିଜେଡି ଜୋରଦାର ପ୍ରତିବାଦ କରିଥିଲା । ଫଳରେ ସୋମବାର ଯାଏଁ ଗୃହ ମୁଲତବି ହୋଇଛି ।
📱 Get Argus News App
✨ସାର ଅଭାବ ଓ କଳାବଜାରୀ ପ୍ରସଙ୍ଗକୁ ଗଣ୍ଠି କରି ଜିଦରେ ଅଡ଼ି ବସିଛି ମୁଖ୍ୟ ବିରୋଧୀ ଦଳ । ସରକାରୀ ଦଳର ଯୁକ୍ତି ଆଲୋଚନା ପାଇଁ ସରକାର ପ୍ରସ୍ତୁତ କିନ୍ତୁ ଆସୁ ନାହିଁ ବିଜେଡି । ଏ ସବୁ ଭିତରେ ବରିଷ୍ଠ ବିଜେପି ବିଧାୟକ ଜୟ ନରାୟଣ ମିଶ୍ର ବିଜେଡି ଗୃହ ଭିତରେ ଆପଣେଇଥିବା ଆଭିମୁଖ୍ୟର ଖୋଲିଛନ୍ତି ଗୁମର । ଜାଣିଶୁଣି ଗୃହ ଅଚଳ କରାଯାଉଥିବା ସେ କହିଛନ୍ତି ।
Related Topics
Explore more stories