MMDR Row / ପବ୍ଲିକରେ ମାଇଲେଜ୍ ନେବା ପାଇଁ ବିଜେଡିର ଜନଆନ୍ଦୋଳନ !
·1 hour ago·3 min read

Key Points
ଭିତରେ ଆଲୋଚନାକୁ ନା, ବାହାରେ ଦରଦ ଦେଖାଇବା ପାଇଁ ସମାବେଶ !
ଶାହା କମିଶନଙ୍କ ରିପୋର୍ଟ , ଡିଏମଫର ଘୋଟାଲାକୁ ନେଇ ଘେରିଲା ବିଜେପି
ବିଜେପିର ପ୍ରଶ୍ନ ଡିଏମଫରୁ ଆସୁଥିବା ପାଣ୍ଠି କୁଆଡ଼େ ଯାଉଥିଲା ?

ଭୁବନେଶ୍ଵର: ଗୃହ ଭିତରେ ଆଲୋଚନାକୁ ନା, ବାହାରେ ଦରଦ ଦେଖାଇବା ପାଇଁ ସମାବେଶ । ସାଧାରଣରେ ମାଇଲେଜ୍ ନେବାକୁ ବିଜେଡିର ଜନଆନ୍ଦୋଳନ । ଶାହା କମିଶନଙ୍କ ରିପୋର୍ଟ, ଡିଏମଏଫ୍ ଘୋଟାଲା ନେଇ ଏକାଥରେ ଘେରିଲେ ୫ ଜଣ ବିଜେପି ସାଂସଦ । ଉଠାଇଲେ ପ୍ରଶ୍ନ, କୁଆଡ଼େ ଯାଉଥିଲା ଖଣିଜ ପାଣ୍ଠି ? ରତ୍ନ ଗର୍ଭା କେନ୍ଦୁଝର କାହିଁକି ବର୍ଷ ବର୍ଷ ଧରି ଥିଲା ଅବହେଳିତ ?
ଯବାବ ମାଗିଲେ ବିଜେପି ସାଂସଦ
ନବୀନଙ୍କୁ କଡ଼ା କାଉଣ୍ଟର କଲେ ବିଜେପିର ୫ ସାଂସଦ। ଯବାବ ମାଗିଲେ, କୁଆଡ଼େ ଯାଉଥିଲା ଗତ ସରକାରରେ ଆସୁଥିବା ଡିଏମଫ ପାଣ୍ଠି ? କାହିଁକି ରତ୍ନଗର୍ଭା କେନ୍ଦୁଝର ଜିଲ୍ଲା ବର୍ଷ ବର୍ଷ ଧରି ଅବହେଳିତ ହୋଇ ରହିଥିଲା ? ନରେନ୍ଦ୍ର ମୋଦିଙ୍କ ସରକାର କେନ୍ଦୁଝର ବିକାଶ ପାଇଁ DMF ଫଣ୍ଡ୍ରୁ ୧୬ ହଜାର କୋଟି ଟଙ୍କା ଦେଇଥିଲେ ।
ଏତେ ବଡ଼ ପରିମାଣର ଅର୍ଥ ଆସିବା ସତ୍ତ୍ୱେ କେନ୍ଦୁଝର ଜିଲ୍ଲା ବିକାଶ କ୍ଷେତ୍ରରେ ୨୪ ତମ ସ୍ଥାନରେ କାହିଁକି ରହିଛି ବୋଲି ସମ୍ବିତ ପାତ୍ର ପ୍ରଶ୍ନ କରିଛନ୍ତି । ଏହି ଟଙ୍କା ଯଦି ବାଣ୍ଟି ଦିଆଯାଇଥାନ୍ତା ତେବେ ଜିଲ୍ଲାର ପ୍ରତ୍ୟେକ ପରିବାର ପାଖରେ ଗୋଟିଏ ପକ୍କା ଘର ଓ ଗୋଟିଏ କାର୍ ଥାଆନ୍ତା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ଫାଇଦା ପାଇଛି ଓଡ଼ିଶା
ପୂର୍ବରୁ ପରିବାର ଭିତରେ କିମ୍ବା ନିଜ ଲୋକଙ୍କୁ ଖଣି ବାଣ୍ଟି ଦିଆଯାଉଥିଲା, ଯାହାକୁ ଲୋକମାନେ ଖୋଲା ଲୁଟ୍ ବୋଲି ଭାବୁଥିଲେ । ୨୦୧୫ ସଂଶୋଧନ ପରେ ଓଡ଼ିଶା ରାଜ୍ୟ ସବୁଠାରୁ ଅଧିକ ଫାଇଦା ପାଇଛି । ବିଜେପିକୁ ଟାର୍ଗେଟ୍ କରୁଥିବା ବିରୋଧୀଙ୍କ ଅସଲ ଚେହେରା ପୂର୍ବରୁ ଶାହା କମିଶନ ଏବଂ ସିଏଜି ରିପୋର୍ଟରେ ପର୍ଦ୍ଦାଫାସ୍ ହୋଇସାରିଛି ।
ଏଥିସହ ପଢ଼ନ୍ତୁ: ବିଧାନସଭାରେ ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ବିଲ୍- ୨୦୨୬ ଉପସ୍ଥାପିତ; ପଞ୍ଜୀକରଣ ଦେୟରେ ମିଳିବ ୯୦ ପ୍ରତିଶତ ଛାଡ଼
୨୦୧୫ରୁ MMDR ଆଇନରେ ରିଫର୍ମ ଆରମ୍ଭ ହେଲା । ଏହା ପୂର୍ବରୁ ଅନେକ ଖଣି ବଣ୍ଟନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠୁଥିଲା। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଇ-ଅକ୍ସନ୍ ବା ଇ-ନିଲାମ ମାଧ୍ୟମରେ ଖଣି ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହେଲା ।
ଓଡ଼ିଶାର ବାର୍ଷିକ ରାଜସ୍ୱ ବୃଦ୍ଧି
ଯାହା ଫଳରେ ରାଜ୍ୟର ବାର୍ଷିକ ରାଜସ୍ୱ ବଢ଼ିଛି । ଗତ ୧୦ ବର୍ଷରେ ଖଣି କ୍ଷେତ୍ରରୁ ଆୟ ପ୍ରାୟ ୫ ହଜାର କୋଟିରୁ ୧୫ ହଜାର କୋଟି ଟଙ୍କାକୁ ବଢ଼ିଛି । ଓଡ଼ିଶାକୁ DMF ମାଧ୍ୟମରେ ପ୍ରାୟ ୩୭ ହଜାର କୋଟି ଟଙ୍କା ମିଳିଛି । ୨୦୧୫ର ରିଫର୍ମ ପରେ ରୟାଲ୍ଟି ମଧ୍ୟ ବୃଦ୍ଧି ପାଇଥିବାରୁ ଓଡ଼ିଶା ଅଧିକ ରାଜସ୍ୱ ପାଇଛି ବୋଲି ବିଜେପିର ୫ ସାଂସଦ କହିଛନ୍ତି ।
ବିଧାନସଭାରେ ରାଜନୈତିକ ଫାଇଦା ପାଇଁ ବାରମ୍ବାର ପ୍ରଶ୍ନକାଳକୁ ବନ୍ଦ କରୁଛି ବିଜେଡି । ସୋମବାର ରାଜରାସ୍ତାକୁ ଓହ୍ଲାଇ ଲୋକଙ୍କ ଆଗରେ ମାଇଲେଜ ନେବାକୁ ଚେଷ୍ଟା କରିଛି ଦଳ । ଭୁବନେଶ୍ବରରେ ଆୟୋଜିତ ବିଜେଡିର ସମାବେଶରେ ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଷଣ ଶୁଣିବାକୁ ମିଳିନଥିଲା ।

କ'ଣ କହିଥିଲେ ନବୀନ ?
ବିଧାନସଭା ଆଲୋଚନାରେ ଭାଗ ନ ନେଇ ନବୀନ ଏମଏମଡିଆର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଥିଲେ । ଏହି ଆଇନ୍ ଦ୍ୱାରା ଓଡ଼ିଶା ପ୍ରତି ବର୍ଷ ହଜାର ହଜାର କୋଟି ଟଙ୍କା ହରାଇବାକୁ ଯାଉଛି । ମାଟିକୁ ଧୋକା ଦେଇଥିବା ଲୋକଙ୍କୁ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ ବୋଲି ନବୀନ କହିଥିଲେ ।
ମୌସୁମୀ ଅଧିବେଶନର ୯ଟି କାର୍ଯ୍ୟ ଦିବସ ଥିବାବେଳେ ବିରୋଧୀଙ୍କ ହଙ୍ଗାମା ପାଇଁ ୫ ଦିନ ପ୍ରଶ୍ନକାଳ ଧୋଇ ସାରିଲାଣି । ଆଲୋଚନାକୁ ନ ଆସି ଉଭୟ କଂଗ୍ରେସ ଓ ବିଜେଡିର ପ୍ରତିବାଦ ଦେଖି ଲାଗୁଛି ପବ୍ଲିସିଟି ପାଇଁ ଦୁଇ ଦଳଙ୍କ ଏକ ପ୍ରକାର ରେସ ଚାଲିଛି ।

Related Topics
Explore more stories