Odisha Politics / ପଞ୍ଚାୟତରେ ଏକାଠି ଲଢିପାରନ୍ତି ବିଜେଡି- କଂଗ୍ରେସ; ଚର୍ଚ୍ଚାକୁ ପୁଣି ବଳ ଦେଲେ ଭକ୍ତ
·1 hour ago·2 min read

Key Points
ପଞ୍ଚାୟତରେ ଏକାଠି ଲଢିପାରନ୍ତି ବିଜେଡି-କଂଗ୍ରେସ । ଚର୍ଚ୍ଚାକୁ ପୁଣି ବଳ ଦେଇଛନ୍ତି ଖୋଦ ପିସିସି ସଭାପତି ଭକ୍ତ ଦାସ । କହିଛନ୍ତି ଏଆଇସିସି ଓ ବିଜେଡି ଚାହିଁଲେ ଏହା ସମ୍ଭବ ହେବ ।
ଭୁବନେଶ୍ଵର: ବିଜେଡି-କଂଗ୍ରେସ ଗଠବନ୍ଧନ ନେଇ ପୁଣି ଚର୍ଚ୍ଚା । ପଞ୍ଚାୟତରେ ଏକାଠି ଲଢିପାରନ୍ତି ବିଜେଡି-କଂଗ୍ରେସ । ଚର୍ଚ୍ଚାକୁ ପୁଣି ବଳ ଦେଇଛନ୍ତି ଖୋଦ ପିସିସି ସଭାପତି ଭକ୍ତ ଦାସ । କହିଛନ୍ତି ଏଆଇସିସି ଓ ବିଜେଡି ଚାହିଁଲେ ଏହା ସମ୍ଭବ ହେବ ।
ରାଜ୍ୟସଭା ନିର୍ବାଚନରୁ ବିଧାନସଭା ପର୍ଯ୍ୟନ୍ତ ଏକ ଅଛି ବିଜେଡି-କଂଗ୍ରେସ ସ୍ବର । ଦୁହେଁ ଏକ ହୋଇ ପଞ୍ଚାତନ ନିର୍ବାଚନ ଲଢିବା ଚର୍ଚ୍ଚାକୁ ପୁଣି ଗୋଟିଏ ପାଦ ଆଗକୁ ନେଇଛନ୍ତି ପିସିସି ସଭାପତି ଭକ୍ତ ଦାସ ।
ଏଥିସହ ପଢ଼ନ୍ତୁ: ୨୭ ବର୍ଷ ଅପେକ୍ଷାର ହେବ ଅନ୍ତ,ବିକଶିତ ଓଡ଼ିଶା ଗଠନର ନେତୃତ୍ବ ନେବେ ମହିଳା
ସେ କହିଛନ୍ତି, "କଂଗ୍ରେସ ନିଜେ ନିଜକୁ ପଞ୍ଚାୟତରେ ପ୍ରସ୍ତୁତ କରୁଛି । ତେବେ ବିଜେଡି ଓ କଂଗ୍ରେସ ହାଇକମାଣ୍ଡ ଚାହିଁଲେ ଏକ ଧର୍ମନିରପେକ୍ଷ ମେଣ୍ଟ ହୋଇପାରେ । ପୂର୍ବରୁ ମଧ୍ୟ ଏ ନେଇ ସଂକେତ ଦେଇଥିଲେ ପିସିସି ସଭାପତି ।
ନିକଟରେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଏକ ହୋଇଥିଲେ ବିଜେଡି ଓ କଂଗ୍ରେସ । ମିଳିତ ପ୍ରାର୍ଥୀ ଦେଲେ, ଆଉ ମିଳିତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦୁହେଁ ଲଢିଲେ । ପରେ ବିଧାନସଭାରେ ବି ବିଭିନ୍ନ ପ୍ରସଙ୍ଗରେ ଦୁହିଁଙ୍କ ସ୍ଵର ଥିଲା ଏକ । ପ୍ରତିବାଦର ତରିକା ବି ଥିଲା ଏକ ।
ଏଥିସହ ପଢ଼ନ୍ତୁ: ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି, ଆସନ ସଂରକ୍ଷଣ କରିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି
୨୦୨୪ ସାଧାରଣ ନିର୍ବାଚନ ଯାଏ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ବିଜେଡି-ବିଜେପି ଭାଇ-ଭାଇର ନାରା ଦେଉଥିଲା କଂଗ୍ରେସ । ଦଳର ନେତା ଏହାକୁ ପ୍ରସଙ୍ଗ କରି ୨୦୨୪ ନିର୍ବାଚନ ବି ଲଢିଥିଲେ । ଏବେ କିନ୍ତୁ ବଦଳୁଥିବା ପରିସ୍ଥିତିରେ ବିଜେଡି ଆଡକୁ ଢଳୁଛି କଂଗ୍ରେସ ।
ରାଜ୍ୟସଭା ନିର୍ବାଚନରେ ଯଦିଓ ବିଜେଡି କଂଗ୍ରେସ ଏକ ହୋଇ ପ୍ରାର୍ଥୀ ଦେଇଥିଲେ କିନ୍ତୁ ଦୁଇ ଦଳର ବିଧାୟକ କିନ୍ତୁ ଏ ମେଣ୍ଟକୁ ସଫଳ ହେବାକୁ ଦେଲେ ନାହିଁ । ଆଗକୁ ଯଦି ଦୁହେଁ ପୁଣି ଏକ ହେବାକୁ ଚାହୁଁଛନ୍ତି ଦୁଇ ଦଳର କର୍ମୀ ଏହାକୁ ଗ୍ରହଣ କରିବେ ତ ? ତାହା ଭକ୍ତ ଓ ନବୀନଙ୍କ ଆଗରେ ବଡ଼ ପ୍ରଶ୍ନ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories