Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା ଦେବାଶିଷ ସାମନ୍ତରାୟ

Politics

Debashish Samantaray / ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା ଦେବାଶିଷ ସାମନ୍ତରାୟ

Rashmita Mishra
Browse all articles by Rashmita Mishra
·2 hours ago·3 min read
 ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା ଦେବାଶିଷ ସାମନ୍ତରାୟ
Debashish Samantaray

Key Points

ବିଜେଡି ଛାଡ଼ିଲେ ଦେବାଶିଷ...
ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା ଦେବାଶିଷ ସାମନ୍ତରାୟ । 

 

ବିଜେଡି ଛାଡ଼ିଲେ ଦେବାଶିଷ ସାମନ୍ତରାୟ… ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା ଦେଇଛନ୍ତି ଦେବାଶିଷ ସାମନ୍ତରାୟ । କିଛି ସମୟ ଭିତରେ ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ରାଜ୍ୟସଭା ସଭ୍ୟ ପଦରୁ ଦେବେ ଇସ୍ତଫା ଯାହା ସୂଚନା ରହିଛି । ପୂର୍ବରୁ ନବୀନଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣରୁ ଝାଡ଼ିଛନ୍ତି ଅସନ୍ତୋଷ ଦେଖାଦେଇଥିଲା ।

ରାଜ୍ୟ ରାଜନୀତିରେ ବଡ଼ ହଲଚଲ । ରାଜ୍ୟସଭା ସାଂସଦ ପଦ ଓ ବିଜେଡିରୁ ଇସ୍ତଫା ଦେଲେ ଦେବାଶିଷ ସାମନ୍ତରାୟ । ଆଜି ସେ ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକ୍ରିଷ୍ଣନଙ୍କୁ ଭେଟି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏହାପୂର୍ବରୁ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଆଜି ଇସ୍ତଫା ପତ୍ର ପଠାଇଥିଲେ ।

ଇସ୍ତଫା ଦେବା ଅବସରରେ ସେ କହିଛନ୍ତି ମୋର ମନେହେଉଛି ଦଳକୁ ଆଉ ମୋର ସେବାର ଆବଶ୍ୟକତା ନାହିଁ। ତେଣୁ ମୁଁ ଏହି ନିଷ୍ପତ୍ତି ନେଇଛି। ଦେବାଶିଷ ସାମନ୍ତରାୟ ୪ ଅପ୍ରେଲ ୨୦୨୪ରେ ବିଜେଡି ତରଫରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ବିଜେଡିରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ସେ ରାଜ୍ୟସଭା ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ମମତା ମହାନ୍ତ ଏବଂ ସୁଜିତ କୁମାରଙ୍କ ପରେ ଦେବାଶିଷ ସାମନ୍ତରାୟ ହେଉଛନ୍ତି ବିଜେଡିର ତୃତୀୟ ରାଜ୍ୟସଭା ସାଂସଦ, ଯିଏ କାର୍ଯ୍ୟକାଳ ବାକି ଥାଇ ଦଳ ଓ ସାଂସଦ ପଦ ଛାଡ଼ିଛନ୍ତି ।

ବିଜେଡିକୁ ବାଏ ବାଏ କରିଛନ୍ତି ତିନି ଥର ବିଧାୟକ ହୋଇଥିବା ଦେବାଶିଷ ସାମନ୍ତରାୟ । ପୂର୍ବରୁ ନବୀନଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣରୁ ଅସନ୍ତୋଷ ଝାଡ଼ିଛନ୍ତି । ବିଜେଡି ସୁପ୍ରିମୋଙ୍କଠାରୁ ତାଙ୍କର ଦୂରତା ବଢ଼ିବାରେ ଲାଗିଥିଲା । ଖାଲିସେତିକି ନୁହେଁ ଦେବାଶିଷଙ୍କ ଅନୁଗତମାନଙ୍କୁ ଦଳରେ ଗୁରୁତ୍ବ ଦିଆଯାଉନଥିଲା । ଏପରିକି ତାଙ୍କୁ ଦିଆଯାଇଥିବା ବରିଷ୍ଠ ଉପସଭାପତି ପଦରୁ ଅଗ୍ରାହ୍ୟ କରିଥିଲେ ଦେବାଶିଷ ।

ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ ଦେବାଶିଷ । ସେ ହେଉଛନ୍ତି ବିଜେଡିର ପୁରୁଖା ନେତା । କିନ୍ତୁ ସେ ବିଭିନ୍ନ କାରଣରୁ ଦଳ ଉପରେ ଅସନ୍ତୁଷ୍ଟ ଥିଲେ । ଗତ କିଛି ମାସ ହେଲା ସେ ଦଳୀୟ ବ୍ୟାପାରରେ ମଧ୍ୟ ସାମିଲ ହେଉନଥିବା ଚର୍ଚ୍ଚା ହେଉଥିଲା । ଦଳ ନେଇ ସେ କୌଣସି ଟିପ୍ପଣୀ ମଧ୍ୟ ଦେଉନଥିଲେ । ଶ୍ରୀମୟୀ ମିଶ୍ର ସୋସିଆଲ ମିଡିଆରେ ଏନେଇ ପୂର୍ବରୁ ଇଙ୍ଗିତ କରିଥିଲେ । ପୁଣି ଗୋଟେ ୱିକେଟ୍ ପଡ଼ିବ ବୋଲି ଲେଖିଥିଲେ । ଏହାରି ଭିତରେ ଦେବାଶିଷ ଆଜି ଦଳ ଛାଡିଛନ୍ତି ।

ଇସ୍ତଫା ପତ୍ର ପଠାଇବା ପରେ ସୋସିଆଲ ମିଡିଆ ଏକ୍ସରେ ଦେବାଶିଷ ଲେଖିଛନ୍ତି, "ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ମୋର ଇସ୍ତଫା ପତ୍ର । ଦଳ ପ୍ରତିଷ୍ଠା ହେବାଠୁଁ ଆଜି ଯାଏଁ ମୁଁ ମୋର ସେବା, ସଂଗଠନ ଓ ସମର୍ପଣ ନୀତିରେ କାର୍ଯ୍ୟ କରି ଆସିଛି । ଆଗକୁ ମଧ୍ୟ ଓଡିଶାବାସୀଙ୍କ ପାଇଁ ମୋର ସଂଘର୍ଷ ଜାରି ରଖିବି । ଜୟ ଜଗନ୍ନାଥ ।"

ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର ପଠାଇବା ପରେ ଦିଲ୍ଲୀରେ ଫୁଲ ଧରିବେ କି ଦେବାଶିଷ ? ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ ପରେ ବଢିଲା ଚର୍ଚ୍ଚା । ଦିଲ୍ଲୀରେ କେନ୍ଦ୍ର ନେତୃତ୍ୱ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇ ପାରନ୍ତି ଦେବାଶିଷ । ଗତ କାଲି ଶ୍ରମୟୀଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ସେ ଆଡକୁ ଇଙ୍ଗିତ କରିଥିଲା ।  ଆଜି ଦିଲ୍ଲୀରେ ଦେବାଶିଷ ବିଜେଡି ଛାଡ଼ିବା ପରେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ବଢିଛି । 

ଗତ କିଛି ଦିନ ଧରି ଦଳର ସୁପ୍ରିମୋ ଏବଂ ନୀତି ନିଷ୍ପତ୍ତିକୁ ବିରୋଧ କରି ଆସୁଥିଲେ ଦେବାଶିଷ । ୱାକଫ ବିଲ ପରେ ଅସନ୍ତୋଷ ଆରମ୍ଭ ହୋଇଛି । ସଂତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ପଠାଇବା ତାଙ୍କ ଅସନ୍ତୋଷକୁ ତୀବ୍ର କରିଥିବା କୁହାଯାଉଛି । ୪   ଏପ୍ରିଲ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେବାଶିଷ ସମନ୍ତରାୟଙ୍କୁ ରାଜ୍ୟସଭା ପଠାଇ ଥିଲା ବିଜେଡି । ଏପ୍ରିଲ ୨୦୩୦ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ରହିଛି । 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Debashish Samantaray | Debashish Samantaray Resigns From Primary Membership of Party | Argus News