ପ୍ରଧାନମନ୍ତ୍ରୀଙ୍କ ସ୍ୱର୍ଗତ ମା’ଙ୍କ ଉପରେ ଅଶୋଭନୀୟ ଟିପ୍ପଣୀକୁ ନେଇ ଝଡ଼

Key Points
ଶାଳୀନତାର ସୀମା ଲଂଘିଲେ କଂଗ୍ରେସ ନେତା ଓ କର୍ମୀ
ପ୍ରଧାନମନ୍ତ୍ରୀଙ୍କ ସ୍ୱର୍ଗତ ମା’ଙ୍କ ଉପରେ ଅଶୋଭନୀୟ ଟିପ୍ପଣୀକୁ ନେଇ ଝଡ଼
ଦୃଢ଼ ନିନ୍ଦା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ
କହିଲେ, ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି କଂଗ୍ରେସ
`ଜଣେ ଗରିବ ମା'ର ପୁଅ ପ୍ରଧାନମନ୍ତ୍ରୀ ହେବା କରିପାରୁନାହାନ୍ତି ହଜମ
କଂଗ୍ରେସ ନେତାଙ୍କ ଟିପ୍ପଣୀକୁ ରାଜନୈତିକ ଝଡ଼ । ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ସ୍ୱର୍ଗତ ମା’ଙ୍କ ଉପରେ ଅଭଦ୍ର ଟିପ୍ପଣୀକୁ ସବୁ ମହଲରୁ କରାଯାଉଛି ନିନ୍ଦା। ଏପରି ବୟାନ ରାହୁଲ ଗାନ୍ଧିଙ୍କ ହୀନ ମାନସିକତାର ପରିଚୟ, ଏମିତି ଘଟଣା ଗଣତନ୍ତ୍ରରେ ଦାଗ, ରାହୁଲଙ୍କ ନେତୃତ୍ବରେ କଂଗ୍ରେସ ରାଜନୀତି ନିମ୍ନସ୍ତରରେ ପହଞ୍ଚିଥିବା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ ଆହୁରି କହିଛନ୍ତି ଜଣେ ଗରିବ ମା'ର ପୁଅ ୧୧ବର୍ଷ ଧରି ପ୍ରଧାନମନ୍ତ୍ରୀ ପଦରେ ବସିବା କଂଗ୍ରେସ ସହଜରେ ହଜମ କରିପାରୁନାହିଁ ।
ବିହାର ଦରଭଙ୍ଗାର ଏକ ଜନସଭାରେ କଂଗ୍ରେସ ନେତା ଓ କର୍ମୀ ସୀମା ଲଂଘିଥିବାରୁ ରାହୁଲ ଗାନ୍ଧି କ୍ଷମା ମାଗିବାକୁ ଦାବି କରିଛି ବିଜେପି । ଏହାକୁ କଡ଼ା ସମାଲୋଚନା କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଦେଶବାସୀ କେବେବି ଏହାକୁ ବରଦାସ୍ତ କରିବେ ନାହିଁ, ଜନତା ଏହାର ଉଚିତ୍ ଜବାବ୍ ଦେବେ ।
📱 Get Argus News App
✨ବୁଧବାରର ଏହି ଘଟଣା ନେଇ ବିହାର ଦରଭଙ୍ଗା ସିମରି ଥାନାରେ ମାମଲା ରୁଜୁ କରିଥିଲେ ସ୍ଥାନୀୟ ବିଜେପି ଜିଲ୍ଲା ସଭାପତି । ପୋଲିସ ଦୁଇଜଣ କଂଗ୍ରେସ ନେତା-କର୍ମୀ ମହମ୍ମଦ ନୌସାଦ ଓ ରଫିକ ନାମକଙ୍କୁ ଗିରଫ କରିଛି ।