Videos
|
Politics

`ପୁରୁଣା ସରକାର ମିଶନ ଶକ୍ତି ଜରିଆରେ ମହିଳାମାନଙ୍କୁ ଏକାଠି କରୁଥିଲେ'

Smruti Parija
Browse all articles by Smruti Parija
·1 year ago·2 min read
`ପୁରୁଣା ସରକାର ମିଶନ ଶକ୍ତି ଜରିଆରେ ମହିଳାମାନଙ୍କୁ ଏକାଠି କରୁଥିଲେ'

ବିଜେପିର ପ୍ରତିଷ୍ଠା ଦିବସରେ ମିଶନ ଶକ୍ତି ନାଁରେ ଗତ ସରକାର କିପରି ହରିଲୁଟ୍ କରୁଥିଲେ ସେନେଇ ବିଜେଡିକୁ ଟାର୍ଟେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରେ ବିଜେପିର ପ୍ରତିଷ୍ଠା ଦିବସରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପୁରୁଣା ସରକାର ମିଶନ ଶକ୍ତି ଜରିଆରେ ମହିଳାମାନଙ୍କୁ ଏକାଠି କରୁଥିଲେ । ହେଲେ ବିଜେପି ସରକାରରେ କୋଟିଏ ମହିଳାମାନଙ୍କୁ 10 ହଜାର ଟଙ୍କା ଲେଖାଏଁ ଦିଆଯାଇଛି ।


24 ବର୍ଷର ସରକାର ମହିଳାମାନଙ୍କୁ ମିଶନ ଶକ୍ତି ନାଁରେ ଏକାଠି କରିଥିଲେ । ବର୍ଷକୁ ମାତ୍ର 200/300 କୋଟି ଟଙ୍କା ଖର୍ଚ୍ଚ କରୁଥିଲେ । ବାକି ଟଙ୍କା ମୋଦି ଦେଉଥିଲେ । ବାଣ୍ଟିବା ଦାୟିତ୍ୱ ଯେହେତୁ ବିଜେଡି ହାତରେ ଥିଲା ତେଣୁ କହୁଥିଲେ ଆମେ ସବୁ ଦେଲୁ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେପି ସରକାର ଓଡିଶାରେ ଗତ ଆର୍ଥିକ ବର୍ଷରେ କଥା ଦେଇଥିଲେ ମାଆ ମାନଙ୍କୁ ବର୍ଷକୁ 10 ହଜାର ଟଙ୍କା ଦେବାକୁ । ଯାହା କହିଥିଲେ ତାହା କରି ଦେଖାଇଛନ୍ତି । କୋଟିଏ ମାଆମାନଙ୍କୁ, ଭଉଣୀ ମାନଙ୍କୁ 10 ହଜାର କୋଟି ଟଙ୍କା ବ୍ୟାଙ୍କ ଖାତାରେ ଦେଇଛନ୍ତି । ଏ ପଇସା ଆଗରୁ ଲୁଟ୍ ହେଉଥିଲା । ଏବେ ମହିଳାଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଛି । ଏବେ ଆପଣଙ୍କୁ ଅର୍ଥନୀତି ଦୃଷ୍ଟିରୁ ସ୍ୱୟଂ ସମ୍ପୂର୍ଣ୍ଣ କରିବୁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।


ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଗତ ୧୦ ମାସ ମଧ୍ୟରେ ଚାଷୀ, ଯୁବକ, ମହିଳାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି । ପୂର୍ବରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେଉଥିଲେ କିନ୍ତୁ ଡବଲ ଇଞ୍ଜିନ ସରକାର ଏଥର ୧୦ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଖାଦ୍ୟ ଯୋଗାଇ ଦେଉଛନ୍ତି ।


ଚାଷୀ ମାନଙ୍କୁ କୁଇଣ୍ଟଲ ପିଛା ୩୧୦୦ ଟଙ୍କା ଦିଆଗଲା । ହାଜର ହଜାର କୋଟି ଟଙ୍କା ଚାଷୀଙ୍କ ପାରିବାରକୁ ଗଲା। ଆଜି ପ୍ରତିଷ୍ଠା ଦିବସରେ ଆପଣଙ୍କୁ ଏକ ଦାୟିତ୍ବ ଦିଆଯାଉଛି। କର୍ଯ୍ୟକର୍ତ୍ତା କେବଳ ଟଙ୍କା ରୋଜଗାର କରିବାର ମାନସିକତା ରଖିଲେ ହେବନି ସାଧାରଲୋକଙ୍କ ପାଖରେ ସଚୋଟ ଭାବେ ହନୁମାନ ହୋଇ ଲୋକଙ୍କୁ ସେବା ଯୋଗାଇବା ପାଇଁ ପଡିବ। ଆମେ ସେବା କରିବାର ଆବଶ୍ୟକତା ଅଛି। ଲୋକଙ୍କ ପାଖକୁ ଯିବାର ଆବଶ୍ୟକତା ଅଛି।


ଗତ ସରକାରର ଭୁଲ ଯୋଗୁଁ ପାଣି ଆସିବାର ବିଳମ୍ୱ ହୋଉଛି । ଆମ ସରକାର ପାଣି ଯୋଗାଇବା ପାଇଁ ଦାୟିତ୍ବ ନେଇଛନ୍ତି। ବିଜେପି କାର୍ଯ୍ୟକର୍ତ୍ତାଙ୍କ ପାଇଁ ବହୁତ କାମ ଅଛି ଆଉ ଦାୟିତ୍ବ ମଧ୍ୟ ଅଛି । ଲୋକେ କହୁଥିଲେ ଲିଫ୍ଟ ଇରିଗେସନର ପାଇପ ଫାଟି ଗଲାଣି ଆଉ ପୁରୁଣା ହେଲାଣି । ଲୋକଙ୍କ କଥା ନେଇକି ଜିଲ୍ଲାପାଳଙ୍କୁ ପାଖକୁ ଯିବା। ଇରିଗେଶନ ବିଭାଗର ଅଧିକାରୀଙ୍କୁ ଭେଟିବା। ପୂର୍ବ ସରକାରର କର୍ମୀ କେବଳ ରୋଜଗାରରେ ମାତୁଥିଲେ । ହେଲେ ଆମକୁ ଆଗାମୀ ୨୫ ବର୍ଷ ଯାଏଁ ଏ ମାନସିକତାରୁ ହଟି ଲୋକଙ୍କ ପାଇଁ ସେବା କରିବାକୁ ପଡିବ । ରାମ ନବମୀ ଅବସରରେ ଗୋଟାଏ କଥା ଆପଣ ସମସ୍ତଙ୍କୁ କହିବା ପାଇଁ ଚାହୁଁଛି "ପ୍ରାଣ ଯାଉ ପଛେ ବଚନ ଅନ୍ୟଥା ନଯାଉ" । ଆଗାମୀ ୨୫ ବର୍ଷ ଯାଏଁ ଦୁଃଖୀ, ଗରିବ ଲୋକଙ୍କ ସେବା କରିବା କେବେ ବି ଥକିବା ନାହିଁ ଏକଥା ସମସ୍ତ କାର୍ଯ୍ୟକର୍ତ୍ତା ବୁଝିବା ଦରକାର ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।