Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଧାନସଭାରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ଚଲାଇ ଦେଉନାହାନ୍ତି ବିରୋଧୀ

Politics

ବିଧାନସଭାରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ଚଲାଇ ଦେଉନାହାନ୍ତି ବିରୋଧୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ବିଧାନସଭାରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ଚଲାଇ ଦେଉନାହାନ୍ତି ବିରୋଧୀ

ବିଧାନସଭାରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ଚଲାଇ ଦେଉନାହାନ୍ତି ବିରୋଧୀ
ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ବିଭିନ୍ନ ତରିକାରେ କରୁଛନ୍ତି ହଙ୍ଗାମା
୨୭ ତାରିଖ ଆନ୍ଦୋଳନ ଆଗରୁ ନିଜ ପରିଚୟ ବଞ୍ଚାଇ ରଖୁଛି କି କଂଗ୍ରେସ ?
୨୪ ବର୍ଷ ଶାସନରେ ଥାଇ ବି ସଂରକ୍ଷଣ ନଦେଇ ଓବିସିଙ୍କୁ ବିଜେଡି କଲା ପ୍ରତାରଣା
କ୍ଷମତାରୁ ଯିବା ପରେ ପଛୁଆବର୍ଗଙ୍କ ପାଇଁ କରୁଛି କୁମ୍ଭୀରକାନ୍ଦଣା
ବିଜେପି କହିଲା, ବିରୋଧୀଙ୍କ ଆଚରଣ ବିକାଶ ବିରୋଧୀ

ନା ଚାଲିପାରିଲା ପ୍ରଶ୍ନକାଳ, ନା ହୋଇପାରିଲା ଶୂନ୍ୟ କାଳ ଆଲୋଚନା । ଧୋଇଗଲା ବିଧାନସଭାର ପ୍ରଥମାର୍ଦ୍ଧ । ମୁଲତବୀ ପ୍ରସ୍ତାବ ଦେଇ ବି ଆଲୋଚନାକୁ ଆସିଲେ ନାହିଁ । ଉଭୟ ବିଜେଡ଼ି ଓ କଂଗ୍ରେସ ଆରମ୍ଭରୁ ହୋହାଲ୍ଲା କରି ଚଳାଇ ଦେଲେ ନାହିଁ ବିଧାନସଭା କାର୍ଯ୍ୟ । ସମାନ ମହିଳା ସୁରକ୍ଷା ପ୍ରସଙ୍ଗରେ ଆଜି ବି ଘଣ୍ଟ ଘଣ୍ଟା, ତୂରୀ, ମହୁରୀ, ଗିନି ବଜାଇ ଗୃହ ମଧ୍ୟ ଭାଗରେ ଜୋରଦାର ପ୍ରତିବାଦ କଲା କଂଗ୍ରେସ । ମୁଲତବୀ ହେବା ପରେ ଗାନ୍ଧି ମୂର୍ତ୍ତୀ ତଳେ ନାରାବାଜି କଲେ କଂଗ୍ରେସ ବିଧାୟକ । ପଛୁଆ ବର୍ଗଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ 27% ସଂରକ୍ଷଣ ଏବଂ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାରେ ST, SC ଏବଂ OBCଙ୍କୁ ସଂଖ୍ୟାନୁପାତରେ ସଂରକ୍ଷଣ ପ୍ରସଙ୍ଗ ଉଠାଇଛି ବିଜେଡି । ବିଜେଡି ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ତଳେ ହଟ୍ଟଗୋଳ କରିବା ପରେ ବିଧାନସଭା ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ କରିଥିଲେ।

ବିଧାନସଭାରେ ଅଚଳାବସ୍ଥା ନେଇ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ଜୋରଦାର ବର୍ଷିଛନ୍ତି ରାଜସ୍ୱ ମନ୍ତ୍ରୀ । ବିରୋଧୀ ଲକ୍ଷ୍ମଣ ରେଖା ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ଆଚରଣ ଓ ଉଚ୍ଚାରଣ ସଂସଦୀୟ ଗଣତନ୍ତ୍ରର ପରିପନ୍ଥୀ । ଯେକୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା କହିଲେ ସୁରେଶ ପୂଜାରୀ ।

ଗଣତନ୍ତ୍ରରେ ବିରୋଧ ଠିକ୍। କିନ୍ତୁ ବିଜେଡି ଭଳି ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଉଛନ୍ତି ତାକୁ ନେଇ ଉଠୁଛି ପ୍ରଶ୍ନ। ୨୪ ବର୍ଷ ଶାସନରେ ରହି ପଛୁଆ ବର୍ଗଙ୍କୁ ସେମାନଙ୍କର ହକ୍ ଦେଇପାରିଲେ ନାହିଁ ବିଜେଡି । ଗତ ପଞ୍ଚାୟତ ନିର୍ବାଚନରେ ବି ଦଳୀୟ ପ୍ରାର୍ଥୀ ଚୟନ ବେଳେ ସଂରକ୍ଷଣ ଲାଗୁ କଲା ନାହିଁ । କିନ୍ତୁ କ୍ଷମତାରୁ ଯିବା ପରେ ମନେ ପଡ଼ିଲା ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସିଙ୍କ ପାଇଁ ସଂରକ୍ଷଣ କଥା । ଓବିସି ବର୍ଗଙ୍କୁ ତାଙ୍କ ହକ୍ ଓ ଅଧିକାର ପାଇଁ ପୂର୍ବ ସରକାର ସମୟରେ ବାରମ୍ବାର ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହେଲେ କୌଣସି ପଦକ୍ଷେପ ନେଲେନାହିଁ ନବୀନ। ଅନ୍ୟପଟେ 2024 ନିର୍ବାଚନ ପାଇଁ ଇସ୍ତାହାରରେ ବଡ଼ ପ୍ରତିଶ୍ରୁତି ଦେଇଥିଲା ବିଜେପି। ଦେଢ଼ ଲକ୍ଷ ଖାଲି ଥିବା ସରକାରୀ ପଦବୀ ପୂରଣ ବେଳେ ଓବିସି ଓ ଆର୍ଥିକ ପଛୁଆ ବର୍ଗଙ୍କୁ ଉପଯୁକ୍ତ ଅନୁପାତରେ ନିଯୁକ୍ତି ମିଳିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Opposition not allowing Question Hour and Silence Period in Assembly | Argus News