Videos
|
Politics

ବିମାନବନ୍ଦରରୁ ବାହାରିଲା ମୋଦିଙ୍କ କାର୍‌କେଡ୍‌

Smruti Parija
Browse all articles by Smruti Parija
·1 year ago·1 min read
ବିମାନବନ୍ଦରରୁ ବାହାରିଲା ମୋଦିଙ୍କ କାର୍‌କେଡ୍‌

Key Points

ବିମାନବନ୍ଦରରୁ ବାହାରିଲା ମୋଦିଙ୍କ କାର୍‌କେଡ୍‌

ଜନତା ମଇଦାନ ଅଭିମୁଖେ ବାହାରିଛି ମୋଦିଙ୍କ କାରକେଡ୍

ରାଜଧାନୀ ପୁରା ଗେରୁଆମୟ

ଭୁବନେଶ୍ୱରରେ ପହଞ୍ଚିସାରିଛନ୍ତି ପ୍ରଧାନମନ୍ତ୍ରୀ । ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ପାରମ୍ପରିକ ନୃତ୍ୟ ଗୀତ ସହ ଭବ୍ୟ ସ୍ୱାଗତ କରାଯାଇଛି । ଏୟାରପୋର୍ଟରୁ ଜନତା ମଇଦାନ ଅଭିମୁଖେ ବାହାରିଛି ମୋଦିଙ୍କ କାରକେଡ୍ । ପ୍ରଧାନମନ୍ତ୍ରୀଙ୍କର ଟିକିଏ ଝଲକ ଦେଖିବା ପାଇଁ ରାଜଧାନୀରେ ବିଶାଳ ଜନସମାବେଶ ଦେଖିବାକୁ ମିଳିଛି । କାରକେଡ୍ ରେ ଯିବା ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଛନ୍ତି । ରାଜଧାନୀ ପୁରା ଗେରୁଆମୟ ହୋଇଯାଇଛି ।



19 ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ । 105ଟି ପ୍ରକଳ୍ପର ହେବ ଶିଳାନ୍ୟାସ ଓ ଉଦ୍ଘାଟନ । ଆୟୁଷ୍ମାନ ଭାରତ ବୟୋବନ୍ଦନ ଯୋଜନାରେ ବରିଷ୍ଠ ନାଗରିକଙ୍କୁ ବାଣ୍ଟିବେ ସ୍ବାସ୍ଥ୍ୟ କାର୍ଡ। ମୁଖ୍ୟମନ୍ତ୍ରୀ ଅନ୍ତଦ୍ୟୋୟ ଗୃହ ଯୋଜନାରେ ୫୦ ହଜାର ହିତାକାରୀଙ୍କୁ ଦେବେ କାର୍ଯ୍ୟାଦେଶ । ବର୍ଷକରେ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡିଶା ସଫଳ ହୋଇଥିବାରୁ ରାଜ୍ୟର ଲକ୍ଷପତି ଦିଦିଙ୍କ ସହ ବି କଥା ହେବେ ପିଏମ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୧୨୩ କୋଟିର ଭଦ୍ରକ ଜିଲ୍ଲା କାରାଗାରର ଶିଳାନ୍ୟାସ କରିବେ । ୧୦୦ ଟି ଇ-ବସର ଶୁଭାରମ୍ଭ ବି କରିବେ । ଏହାସହ ବିଶେଷ ଭାବେ ବିଜେପି ସରକାରଙ୍କ ଭିଜନ ଓଡିଶା ୨୦୩୬ ଡକ୍ୟୁମେଣ୍ଟର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଯେଉଁଥିରେ ରହିଛି ୨୦୩୬ ସୁଦ୍ଧା ଓଡିଶାକୁ ବିକଶିତ କରିବାର ବ୍ଲୁ ପ୍ରିଣ୍ଟ ।