Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Crime / ବାଲାଜୀଙ୍କ ବିସ୍ପୋରକ ବୟାନ୍ ପରେ ଘଟଣାକୁ ନେଇ ଉଠିଲା ପ୍ରଶ୍ନ ?

Smruti Parija
Browse all articles by Smruti Parija
·9 months ago·2 min read
ବାଲାଜୀଙ୍କ ବିସ୍ପୋରକ ବୟାନ୍ ପରେ ଘଟଣାକୁ ନେଇ ଉଠିଲା ପ୍ରଶ୍ନ ?

Key Points

ପୀତବାସଙ୍କ ଘନିଷ୍ଠ ସହଯୋଗୀ ବାଲାଜୀ ଦୋରାଙ୍କ ବିସ୍ପୋରକ ବୟାନ

କାହିଁକି ବାଲାଜୀଙ୍କ ସନ୍ଦେହ ଆସିଲା ରାଜନୀତିର ପ୍ରେସର ଉପରେ ?
କେଉଁ ରାଜନୈତିକ ନେତାଙ୍କ ସହ ପୀତାବାସଙ୍କର ରହିଥିଲା କି ଶତ୍ରୁତା ?
କାହା ସହ ପୀତବାସଙ୍କର ହୋଇଥିଲା କି ତୁତୁ ମେଁ ମେଁ ?

ସମୟ ଗଡୁଛି, ସସ୍ପେନ୍ସ ବଢୁଛି । ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣା ଉପରୁ ହଟୁନି ପରଦା । ସମ୍ବେଦନଶୀଳ ମର୍ଡର ମିଷ୍ଟ୍ରି ପଛରେ କଣ ଥାଇପାରେ ମୂଳ କାରଣ ? ଦୋଷୀ କିଏ ? କିଏ ଦେଇଥିଲେ ସୁପାରୀ ? କାହା ପ୍ରରୋଚନାରେ ହୋଇଥିଲା ହତ୍ୟାକାଣ୍ଡ ? ଧଳା ସାର୍ଟ ହେଲମେଟ୍ ପିନ୍ଧି ଆସିଥିବା ଦୁଇ ହତ୍ୟାକାରୀ କିଏ ? ଦେଶୀ ବନ୍ଧୁକରେ ପଏଣ୍ଟ ଜିରୋରୁ କିଏ ମାରିଲା ଗୁଳି ? ହତ୍ୟା ପଛରେ ରାଜନୈତିକ, ବ୍ୟକ୍ତିଗତ ନା ରହିଛି ବୃତ୍ତିଗତ କାରଣ ? କ'ଣ ହୋଇପାରେ ମର୍ଡର ପଛର ମୋଟିଭ୍ ? ହତ୍ୟାକାଣ୍ଡର ମୂଳକୁ କେବେ ପହଞ୍ଚିବ ପୋଲିସ ? ଏମିତି ଅନେକ ପ୍ରଶ୍ନ ସାମନାକୁ ଆସିଥିବା ବେଳେ ବିସ୍ପୋରକ ବୟାନ ଦେଇଛନ୍ତି ପୀତବାସଙ୍କ ଅତ୍ୟନ୍ତ ଘନିଷ୍ଠ । ଆଉ କହିଛନ୍ତି ଘଟଣା ପଛରେ ସେ ରାଜନୈତିକ ଗନ୍ଧ ବାରିଛନ୍ତି । ଆଉ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।


ଆହୁରି ପଢନ୍ତୁ BJP Leader Shot Dead / ବ୍ରହ୍ମପୁରରେ ଗୁଳିମାଡ଼, ଚାଲିଗଲା ବିଜେପି ନେତା ପୀତବାସ ପଣ୍ଡାଙ୍କ ଜୀବନ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଉ ଏହିପରି ହାଇଫ୍ରୋଫାଇଲ୍ ମର୍ଡର କେସକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି । ଆଉ ଏପରି ସ୍ଥିତିରେ ଅର୍ଗସ କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି ପୀତବାସଙ୍କ ପୁଅ ସୌରଭ ପଣ୍ଡା । ଆଉ ସେ କହିଛନ୍ତି ମୋ ବାପାଙ୍କୁ ନ୍ୟାୟ ଦିଅନ୍ତୁ । ଏହାକୁ ସାଧାରଣ ଘଟଣା ଭାବେ ଗ୍ରହଣ କରନ୍ତୁ ନାହିଁ । `ମୋ ବାପା ଜଣେ ଭଲ ଲୋକ, ସାଧାରଣ ଜନତାଙ୍କ ପାଇଁ କାମ କରୁଥିଲେ' । 
`ସ୍ବାଭାବିକ ଭାବେ ଜଣେ ଘରୁ ଯେପରି ଯାଆନ୍ତି, ଘଟଣାଦିନ ବାପା ସେମିତି ଯାଇଥିଲେ' । `ତାଭିତରେ ଏଭଳି ଘଟିଗଲା, ଆମେ ବିଶ୍ବାସ କରିପାରୁନୁ' । ` ରାଜ୍ୟ ସରକାରଙ୍କ ପାଖରେ ନ୍ୟାୟ ପାଇଁ ଅନୁରୋଧ କରୁଛି' । ଘଟଣାକୁ ସରକାର ହାଲୁକା ଭାବରେ ନ ନେବାଲାଗି ଅନୁରୋଧ । ଅଭିଯୁକ୍ତକୁ ଧରି ଉଚିତ୍‌ ଦଣ୍ଡ ଦିଅନ୍ତୁ ।


ପୀତବାସଙ୍କ ହତ୍ୟା ଘଟଣାକୁ ନେଇ ଏବେ ଉଠୁଛି ପଡୁଛି ରାଜ୍ୟ । ସାରା ରାଜ୍ୟରେ ବାର୍ ଆସୋସିଏସନର କଲମ ଛାଡ ଆନ୍ଦୋଳନ । ଆଉ ଏପରି ସ୍ଥିତିରେ ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି 6 ଟି ଟିମ୍  । ବରିଷ୍ଠ ଅଧିକାରୀ, ଦୁଇ ଜଣ DSPଙ୍କ ସହ ଅଭିଜ୍ଞତା ସମ୍ପନ୍ନ ଅଫିସରଙ୍କୁ ଟିମ୍‌ରେ ନିୟୋଜିତ କରାଯାଇଛି । ବର୍ତ୍ତମାନ ଯାଏଁ 50ରୁ ଅଧିକ CCTV ଯାଞ୍ଚ ହୋଇଛି । ଫୋନ୍ କଲ ମଧ୍ୟ ଯାଞ୍ଚ ହେଉଛି । ତେବେ ଏ ସବୁ ଭିତରେ କେବେ ଘଟଣା ଉପରୁ ହଟିବ ପରଦା ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Related Topics

Explore more stories

Sponsored
Crime | political-links-behind-the-murder-of-lawyer-pitavas-panda | Argus News