ନବୀନଙ୍କ ନବମ ଇନିଂସ ଆରମ୍ଭରୁ କେଁ, କ୍ଷୋଭ ପ୍ରକାଶ କଲେ ପ୍ରଫୁଲ୍ଲ ମଲ୍ଲିକ

ନବମ ଥର ପାଇଁ ବିଜେଡି ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ନବୀନ ପଟ୍ଟନାୟକ । ବିଧିବଦ୍ଧ ଭାବେ ବିଜେଡି ସଭାପତିଙ୍କ ନାମ ଘୋଷଣା କରାଯାଇଛି । ନବମ ଇନିଂସ ଆରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ । ହେଲେ ଆରମ୍ଭରୁ କେଁ । କାର୍ଯ୍ୟକ୍ରମରୁ ଦୂରେଇ ରହିଲେ ଦଳର ଅନେକ ବରିଷ୍ଠ ଅଭିଜ୍ଞ ଓ ଅନୁଭବି ନେତା । ଦଳର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ସନା ମହାକୁଡ଼ଙ୍କ ସମେତ ଅନୁଭବି ନେତା ପ୍ରଫୁଲ୍ଲ ମଲ୍ଲିକ, ଶଶିଭୂଷଣ ବେହେରା, ଭୂପିନ୍ଦର ସିଂ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ । ତେବେ ବୈଠକକୁ ଡ଼କା ଯାଇନଥିବା କହି କ୍ଷୋଭ ପ୍ରକାଶ କରିଛନ୍ତି ଉଭୟ ପ୍ରଫୁଲ୍ଲ ଓ ଶଶୀ ।
ତେବେ ଚଳିତ ଥର ନବୀନଙ୍କ ପାଇଁ ଦଳ ସମ୍ଭାଳିବା, ସଙ୍ଗଠନ ସଜାଡ଼ିବା ମୁଖ୍ୟ ଚ୍ୟାଲେଞ୍ଜ ହେବ । ୨୦୨୪ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦୋହଲି ଯାଇଛି ବିଜେଡି । ଭାଗ ଭାଗରେ ବିଭକ୍ତ ହେଇ ଦଳ ଚାଲିଛି । ତେଣୁ ଏଥର ନବୀନ କାହାକୁ ଭରସା କରିବେ, କାହା ପତ୍ତା କାଟିବେ ତାହା ବିଜେଡିର ଭାଗ୍ୟ ଭବିଷ୍ୟତ ନିର୍ଦ୍ଧାରଣ କରିବ ।
📱 Get Argus News App
✨ତେବେ ଏଥର ପୁରୁଖାଙ୍କୁ ଦାୟିତ୍ବ ଦେବେ ନା ସଂଗଠନ ସମ୍ଭାଳିବେ ଯୁବ ପିଢ଼ି ତା ଉପରେ ବି ରହିବ ନଜର । ଦକ୍ଷତା ଓ ଅଭିଜ୍ଞତା ଓ ଅନୁଭବ ଆଧାରରେ ନେତାଙ୍କୁ ନିଜ ଟିମରେ ନବୀନ ସାମିଲ କରିବେ ନା ଆନୁଗତ୍ୟ ଆଧାରରେ ପାଣ୍ଡିଆନ ମାର୍କା ନେତାଙ୍କୁ ମିଳିବ ସୁଯୋଗ ତାକୁ ନେଇ ବିଜେଡି ଭିତରେ ଗଞ୍ଜରଣ । ପାଣ୍ଡିଆନ ଆଳରେ ନବୀନଙ୍କୁ ଟାର୍ଗେଟ୍ କରିଥିବା ନେତା ସଙ୍ଗଠନରେ ରହିବେ ନା ନାହିଁ ତାହା ଉପରେ ବି ସମସ୍ତଙ୍କ ନଜର ରହିଛି ।