ରୁବେନଙ୍କ ପରେ ପ୍ରକାଶଙ୍କ ବହି, BJDରେ ଟେନସନ

Key Points
ପୁଣି ଚିନ୍ତାରେ ବିଜେଡି
ରୁବେନଙ୍କ ଲେଖା ପରେ ଏବେ ପ୍ରକାଶଙ୍କ ବହି
କ'ଣ ଅଛି ପ୍ରକାଶଙ୍କ ବହିରେ
ବିଜେଡିର ଗୋହି ଖୋଳିଛନ୍ତି କି ପ୍ରକାଶ
`କମେଡ଼ି ଇନ୍ ଖାକି: ଦ ହ୍ୟୁମରସ୍ ମେମୋରିଜ୍ ଅଫ ଏ ପୋଲିସମ୍ୟାନ୍'
`ନବୀନ ଓ ପାଣ୍ଡିଆନଙ୍କ ଯୋଗୁ ହାରିଥିଲା ବିଜେଡି'
୨୦୨୫ ଜାନୁୟାରୀ ୧୧ରେ ନୂଆଦିଲ୍ଲୀରେ ହେବ ଉନ୍ମୋଚନ
ଜାନୁୟାରୀ ୭ କିମ୍ବା ୯ରେ ଭୁବନେଶ୍ୱରରେ ହେବ ଉନ୍ମୋଚନ
ଅର୍ଗସ ବ୍ୟୁରୋ: ଏମିତି ଅନେକ ଚିନ୍ତାରେ ଏବେ ବିଜୁ ଜନତା ଦଳ । କୁହାଯାଉଛି ପୁଣି ବଢ଼ିପାରେ ବିଜେଡି ସୁପ୍ରିମୋ ନବୀନ ଓ ଭିକେ ପାଣ୍ଡିଆନଙ୍କ ଅଡ଼ୁଆ । ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀଙ୍କ ପୁସ୍ତକ ପରେ ଏବେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କ ପୁସ୍ତକ ବି ସାମ୍ନାକୁ ଆସିବ । ଆସନ୍ତା ଜାନୁୟାରୀ ୧୧ରେ ନୂଆଦିଲ୍ଲୀରେ ଓ ତା’ପୂର୍ବରୁ ଜାନୁୟାରୀ ୭ କିମ୍ବା ୯ତାରିଖରେ ଭୁବନେଶ୍ୱରରେ ଉନ୍ମୋଚିତ ହେବାକୁ ଯାଉଛି ପ୍ରକାଶ ମିଶ୍ରଙ୍କ ଲିଖିତ ପୁସ୍ତକ “କମେଡ଼ି ଇନ୍ ଖାକି: ଦ ହ୍ୟୁମରସ୍ ମେମୋରିଜ୍ ଅଫ ଏ ପୋଲିସମ୍ୟାନ୍” । ଏହି ପୁସ୍ତକରେ ଶ୍ରୀ ମିଶ୍ର ନିଜର ଆଇପିଏସ୍ କ୍ୟାରିୟରର ବିଭିନ୍ନ ଘଟଣାକୁ ବ୍ୟଙ୍ଗାତ୍ମକ ଢଙ୍ଗରେ ଉପସ୍ଥାପନ କରିଥିବା କୁହାଯାଉଛି ।
ଜଣେ ସଚ୍ଚୋଟ ପୋଲିସ ଅଫିସର ଭାବେ ପରିଚିତ ଶ୍ରୀ ମିଶ୍ର, କିଭଳି ନବୀନ ପଟ୍ଟନାୟକ ସରକାରରେ ପୋଲିସ ଡିଜି ଭାବେ କାର୍ଯ୍ୟ କରିଥିଲେ । ପ୍ୟାରୀ ମହାପାତ୍ରଙ୍କ ତଥାକଥିତ ମିଡନାଇଟ୍ ଅପରେସନ୍ ପରେ ଶ୍ରୀ ମିଶ୍ରଙ୍କୁ କେନ୍ଦ୍ରରୁ ଆଣି ନବୀନ କେମିତି ତାଙ୍କୁ ପୋଲିସ ଡିଜି ଦାୟିତ୍ୱ ଦେଇଥିଲେ । ଆଉ ତାପରେ ତାଙ୍କୁ ପୋଲିସ ଡିଜି ପଦବୀରୁ ବିଦା କରି ବିଭିନ୍ନ ଦୁର୍ନୀତି ମାମଲାରେ କିପରି ଛନ୍ଦିଥିଲେ । ସେଇ ପୁରା ଘଟଣା ସବୁ ଶ୍ରୀ ମିଶ୍ର ନିଜ ପୁସ୍ତକରେ ଲେଖିଥିବା କୁହାଯାଉଛି । ବିଭିନ୍ନ ପୋଲିସ ଅଫିସରମାନଙ୍କ ସହ କାର୍ଯ୍ୟ କରିବାର ଅନୁଭୂତିକୁ ମଧ୍ୟ ସେ ମଜାଦାର ଢଙ୍ଗରେ ନିଜ ପୁସ୍ତକରେ ସ୍ଥାନିତ କରିଥିବା ସୂଚନା ମିଳିଛି ।
ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଲା ବେଳେ ଶ୍ରୀ ମିଶ୍ର ଏହି ସୂଚନା ଦେଇଛନ୍ତି । ଆଉ ଏହି ଖବର ପ୍ରକାଶ ପାଇବା ପରେ ବିଜେଡି ଶିବିରରେ ଭାଳେଣି ପଡ଼ିଲାଣି । କାରଣ ରୁବେନ ତାଙ୍କ ବହିରେ ଲେଖିଥିଲେ, ପାଣ୍ଡିଆନଙ୍କ ଯୋଗୁଁ ବିଜେଡି ବିପର୍ଯ୍ୟୟର ସାମ୍ନା କରିଛି । ଏମିତିକି ନବୀନଙ୍କୁ ମଧ୍ୟ ସେ ଦାୟୀ କରିଥିଲେ । ଯାହାଫଳରେ ନବୀନଙ୍କ ଛବି ଲଗାତର ଭାବେ ମଳିନ ପଡ଼ିବାରେ ଲାଗିଛି । ଏବେ ପୁଣି ପ୍ରକାଶଙ୍କ ବହି ସାମ୍ନାକୁ ଆସିଲେ ନବୀନଙ୍କ ଇମେଜ ଅବସ୍ଥା କ'ଣ ହେବ ତାକୁ ବିଜେଡି ଶିବିରରେ କମ୍ପନ ଅରମ୍ଭ ହେଲାଣି ।
ଅଧିକ ପଢ଼ନ୍ତୁ ରାଜନୀତି ଖବର: