Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ଭୁବନେଶ୍ୱରରୁ ଜନତା ମଇଦାନ ପ୍ରଧାନମନ୍ତ୍ରୀଙ୍କର ବିରାଟ ରୋଡ ସୋ'

Smruti Parija
Browse all articles by Smruti Parija
·1 year ago·1 min read

Key Points

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଏୟାରପୋର୍ଟରେ ମୋଦିଙ୍କୁ ଭବ୍ୟ ସ୍ୱାଗତ

କଳିଙ୍ଗ ଷ୍ଟାଡିୟମରୁ ଜନତା ମଇଦାନ ଯାଏଁ କରିବେ ରୋଡ ସୋ

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ଏୟାରପୋର୍ଟରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । କଳିଙ୍ଗ ଷ୍ଟାଡିୟମରୁ ଜନତା ମଇଦାନ ଯାଏଁ କରିବେ ରୋଡ ସୋ । ମୋଦିଙ୍କ ଆଗମନ ପାଇଁ ଭୁବନେଶ୍ୱରରେ ପ୍ରବଳ ଭିଡ ।


୧୧ ବର୍ଷର ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ଏବଂ ଓଡ଼ିଶା ସରକାରଙ୍କ ଗୋଟିଏ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଐତିହାସିକ ହେବାକୁ ଯାଉଛି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ସରଳା-ଶାସନ ମଧ୍ୟରେ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପ ଝାରସୁଗୁଡ଼ା-ସମ୍ବଲପୁର ଭଳି ବ୍ୟସ୍ତତମ ରେଳ ସେକ୍ସନରେ ଟ୍ରାଫିକ ଭାର ହ୍ରାସ କରିବ ଏବଂ ଶିଳ୍ପ ଏବଂ ଯାତ୍ରୀ ପରିବହନକୁ ବୃଦ୍ଧି କରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହା ସହିତ ପ୍ରଧାନମନ୍ତ୍ରୀ ସୋନପୁର-ପୁରୁଣା କଟକ ମଧ୍ୟରେ 73 କିଲୋମିଟର ଲମ୍ବା ନୂତନ ରେଳ ଲାଇନର ଉଦଘାଟନ କରିବେ । ଏହି ରେଳ ଲାଇନ 301 କିଲୋମିଟର ଲମ୍ବା ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ଲାଇନର ଏକ ଅଂଶ।ଏହାର ନିର୍ମାଣ ସହିତ, ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ ପ୍ରଥମ ଥର ପାଇଁ ରେଳ ନେଟୱାର୍କ ସହିତ ସଂଯୋଗ ହେବାକୁ ଯାଉଛି। ଏହି ଅଞ୍ଚଳ ଏବେ ଭାରତର ରେଳ ମାନଚିତ୍ରରେ ଅନ୍ତର୍ଭୁକ୍ତ ହେବ, ଯାହା ସ୍ଥାନୀୟ ଲୋକଙ୍କ ଦଶନ୍ଧି ପୁରୁଣା ସ୍ୱପ୍ନ ପୂରଣ କରିବାକୁ ଯାଉଛି।

Sponsored