Rabindra Jena / ବିଜେଡି ଛାଡ଼ିଲେ ପୂର୍ବତନ ସାଂସଦ ରବିନ୍ଦ୍ର ଜେନା
·6 months ago·2 min read

Key Points
ଓଡ଼ିଶା ରାଜନୀତିରେ ହଲଚଲ
ଦଳରୁ ଇସ୍ତଫା ଦେଲେ ରବୀନ୍ଦ୍ର ଜେନା
ଦଳରୁ ଇସ୍ତଫା ଦେଲେ ରବୀନ୍ଦ୍ର ଜେନା
ଓଡ଼ିଶା ରାଜନୀତିରେ ହଲଚଲ । BJD କୁ ଶକ୍ତ ଝଟକା। ଦଳରୁ ଇସ୍ତଫା ଦେଲେ ରବୀନ୍ଦ୍ର ଜେନା। ଖଣ୍ଡ ଖଣ୍ଡ ହୋଇ ଭାଙ୍ଗୁଛି ବିଜେଡ଼ି । ପ୍ରତିଦିନ ନେତା ଓ କର୍ମୀ ଦଳ ଛାଡିବାରେ ଲାଗିଛନ୍ତି । ଏବେ ପୁଣି ଦଳକୁ ଲାଗିଛି ଶକ୍ତ ଝଟ୍କା । ଦଳରୁ ଇସ୍ତଫା ଦେଲେ ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା । ଦଳର ପ୍ରାଥମିକତା ପଦରୁ ଦେଲେ ଇସ୍ତଫା । ଦଳ ସହିତ ଦୀର୍ଘ ଦିନର ଯାତ୍ରା ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ରବୀନ୍ଦ୍ର ଜେନା । ଦଳର ସମସ୍ତ ଦାୟିତ୍ବରୁ ତୁରନ୍ତ ଅବ୍ୟାହିତ ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ ହୋଇଛି । ବାଲେଶ୍ବର ବିଜେଡ଼ିର ପୂର୍ବତନ ଜିଲ୍ଲା ସଭାପତି ଥିଲେ ରବୀନ୍ଦ୍ର ଜେନା । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଇସ୍ତଫା ଦେଲେ ରବୀନ୍ଦ୍ର ଜେନା । ବ୍ୟକ୍ତିଗତ କାରଣ ଓ ପରିସ୍ଥିତି ନିମନ୍ତେ ଦଳରୁ ଅଲଗା ହୋଇଥିବା ରବୀନ୍ଦ୍ର ଦର୍ଶାଇଛନ୍ତି ।
କିନ୍ତୁ ବିଜେଡିର ପ୍ରଭାବୀ ନେତାଙ୍କ ସହ ରବୀନ୍ଦ୍ର ଜେନାଙ୍କ ସମ୍ପର୍କ ଭଲ ଥିଲା ଏବଂ ତାଙ୍କର ଏପରି ପଦକ୍ଷେପରେ ଅନେକ ଆଶ୍ଚର୍ଯ୍ୟ ହୋଇଥିବା ନାମ ପ୍ରକାଶ ନକରି ଜଣେ ବରିଷ୍ଠ ନେତା କହିଛନ୍ତି। ରବୀନ୍ଦ୍ର ଜେନାଙ୍କ ଇସ୍ତଫାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ହଟଚମଟ। କ୍ରସ ଭୋଟିଂର ଚର୍ଚ୍ଚାବେଳେ ରବୀନ୍ଦ୍ରଙ୍କ ପତ୍ନୀ ସୁଭାଷିନୀଙ୍କ ଭୋଟ କୁଆଡ଼େ ଯିବ, ତାକୁ ନେଇ ଆରମ୍ଭ ହୋଇଗଲାଣି ଆଶଙ୍କା ଓ ଅନୁମାନ। ବ୍ୟକ୍ତିଗତ କାରଣ ଦର୍ଶାଇ ଦଳ ଛାଡ଼ିଥିବା ରବୀନ୍ଦ୍ର ଜେନାଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ସ୍ପଷ୍ଟ ହୋଇନାହିଁ। ଯଦିଓ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଏଣ୍ଟ୍ରି ପରେ ରବୀନ୍ଦ୍ର ଦଳରେ କୋଣଠେସା ହୋଇଥିବା ଚର୍ଚ୍ଚା ହୁଏ।
ରବୀନ୍ଦ୍ର ଜେନା ରାଜନୈତିକ ଇନିଂସ ?
ବ୍ୟବସାୟରୁ ରାଜନୀତିକୁ ଆସିଥିବା ରବୀନ୍ଦ୍ର ଜେନା ବାଲେଶ୍ବର ତଥା ଉତ୍ତର ଓଡ଼ିଶାର ଜଣେ ଟାଣୁଆ ନେତା ଭାବେ ପରିଚିତ। ୨୦୧୪ ନିର୍ବାଚନରେ ସେ ବାଲେଶ୍ବର ଆସନରୁ ଷୋଡ଼ଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ସେ ବିଜେପିର ପ୍ରତାପ ଷଡ଼ଙ୍ଗୀଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ସେ ବାଲେଶ୍ବର ବିଜେଡିର ସଭାପତି ସହ ବିଭିନ୍ନ ସାଂଗଠନିକ ଦାୟିତ୍ବ ସମ୍ଭାଳିଥିଲେ। ତେବେ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ତାଙ୍କୁ ଲୋକସଭା ଟିକେଟ ନଦେଇ ବିଜେପିରୁ ଆସିଥିବା ଲେଖାଶ୍ରୀ ସାମନ୍ତସିଂହାରୁଙ୍କ ପ୍ରାର୍ଥୀ କରିଥିଲା। ହେଲେ ବିଜେଡି ଏହି ଆସନରେ ପରାଜିତ ହୋଇଥିଲା। ଯଦିଓ ରବୀନ୍ଦ୍ର ଜେନାଙ୍କୁ ଦଳ ଲୋକସଭା ଟିକେଟ ଦେଇନଥିଲା କିନ୍ତୁ ତାଙ୍କ ପତ୍ନୀ ଶୁଭାଷିନୀଙ୍କୁ ବସ୍ତା ବିଧାନସଭା ଆସନରେ ପ୍ରାର୍ଥୀ କରିଥିଲା। ଶ୍ରୀମତି ଜେନା ବିଜେଡି ଟିକେଟରେ ବସ୍ତା ଆସନରେ ୮୩ ହଜାରରୁ ଅଧିକ ଭୋଟ ପାଇଁ ବିଜୟୀ ହୋଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ରାଜନୀତି ଖବର:
Related Topics
Explore more stories