BJD ସଂଖ୍ୟାଲଘୁ ସେଲ୍ କମିଟିରୁ ମୁନ୍ନା ଖାଁ ଇସ୍ତଫା ଦେଇଥିବା ଚର୍ଚ୍ଚା

Key Points
ସୁପ୍ରିମୋ ଦେଇଥିବା ପଦକୁ ଗ୍ରହଣ କଲେନି ନେତା
ନବୀନଙ୍କ ନିଷ୍ପତ୍ତିକୁ ନେତାଙ୍କ ନା । ସୁପ୍ରିମୋ ଦେଇଥିବା ପଦକୁ ଗ୍ରହଣ କଲେନି ନେତା । ସଂଖ୍ୟାଲଘୁ ସମ୍ପ୍ରଦାୟର ସାଉଥ ଜୋନ ସଂଯୋଜକ ପଦକୁ ଗ୍ରହଣ କଲେନି ସାଂସଦ ମୁନା ଖାଁ । ନବୀନ ନିବାସରେ ପହଂଚି ସଂଖ୍ୟାଲଘୁ ସମ୍ପ୍ରଦାୟ ପଦରୁ ମୁନା ଖାଁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି । ଗତ 5 ତାରିଖରେ ଗଠନ ହୋଇଥିଲା ସଂଖ୍ୟାଲଘୁ ସମ୍ପ୍ରଦାୟ କମିଟି । ଦିଲୀପ ତିର୍କୀଙ୍କୁ ଦିଆଯାଇଛି ସଂଖ୍ୟାଲଘୁ ସମ୍ପ୍ରଦାୟର ଆବାହକ ପଦବୀ ।
ନିକଟରେ ୱାକଫ୍ ବିଲ୍ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରି ଚର୍ଚ୍ଚାକୁ ଆସିଥିଲେ ମୁନା ଖାନ୍ । ଯେଉଁ ବିଜେଡି ସାଂସଦ ୱକଫ୍ କୁ ସମର୍ନ କରିଥିଲେ ସେ ତାଙ୍କ ବିରୋଧରେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଏହାସହ ନବୀନ ନିବାସରେ ତାଙ୍କ ସହ ଆସିଥିବା ସମର୍ଥକ ମାନେ ପାଣ୍ଡିଆନ ଗୋ ବ୍ୟାକ୍ ନାରା ମଧ୍ୟ ଦେଇଥିଲେ । ତେବେ ଏହି ସବୁ ମୁନ୍ନା ଖାନ୍ ଙ୍କୁ ମହଙ୍ଗା ପଡିଲା କି ?