Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

କିଛି statement ଦେବା ପାଇଁ ମତେ ମନା କରାଯାଇଛି- ସସ୍ମିତ ପାତ୍ର

Smruti Parija
Browse all articles by Smruti Parija
·1 year ago·1 min read
କିଛି statement ଦେବା ପାଇଁ ମତେ ମନା କରାଯାଇଛି- ସସ୍ମିତ ପାତ୍ର

ସଂସଦ ଅଧିବେଶନ ପରେ ବିଦେଶ ଯାଇଥିଲେ ସସ୍ମିତ ପାତ୍ର । ବିଦେଶରୁ ଫେରିଲା ପରେ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ଦଳ ତରଫରୁ ବର୍ତ୍ତମାନ ପରିସ୍ଥିତିରେ ଗଣମାଧ୍ୟମକୁ କିଛି ନ କହିବା ପାଇଁ କୁହାଯାଇଥିବା ଅର୍ଗସକୁ କହିଛନ୍ତି ସସ୍ମିତ ପାତ୍ର ।


ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ ୱକଫ୍ ସପକ୍ଷରେ ଭୋଟ୍ ଦେବା ପରେ ଆରମ୍ଭ ହୋଇଯାଇଥିଲା ଗୃହ ଯୁଦ୍ଧ । ଏହାସହ ବିବେକାନୁସାରେ ଭୋଟ୍ ଦେବା ନେଇ ଟ୍ୱିଟ୍ କରିଥିଲେ । ଏହାପରେ ଭାଗ ଭାଗ ହୋଇଯାଇଥିଲା ବିଜେଡି । ଦଳେ ହୋଟେଲ୍ ରେ ତ ଆଉ ଦଳେ ବିଜେଡି ନେତାଙ୍କ ଘରେ ମେଳି କଲେ । ପୁଣି ପୃଥକ ପୃଥକ ହୋଇ ନବୀନ ନିବାସ ଗଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପାଣ୍ଡିଆନଙ୍କ ପାଇଁ ବିଜେଡିର ଏ ଅବସ୍ଥା ବୋଲି ଦାୟୀ କରାଯାଉଥିବାବେଳେ ଗତକାଲି ମୁହଁ ଖୋଲିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ ଦେଇଥିଲେ । ଏହାସହ ପାଣ୍ଡିଆନ୍ 10 ମାସ ହେଲା ରାଜନୀତିରୁ ସନ୍ୟାସ ନେଇଛନ୍ତି । ସେ ରାଜ୍ୟ ଓ ଦଳ ପାଇଁ ଭଲ କାମ କରିଛନ୍ତି । ତାଙ୍କୁ ଦାୟୀ କରିବା ନିରାଧାର ।


ପ୍ରଭାତ ତ୍ରିପାଠୀ ଆମ ଦଳରେ ନାହାନ୍ତି । ସେ 10 ମାସ ତଳେ ପାର୍ଟି ଛାଡିଛନ୍ତି ବୋଲି କହିଥିଲେ ନବୀନ । ସୁପ୍ରିମୋଙ୍କୁ ପ୍ରଭାତ ତ୍ରିପାଠୀ କଡ଼ା ଜବାବ ଦେଇଛନ୍ତି । ୱାକ୍‌ଫ ପ୍ରସଙ୍ଗ ଘୋଡ଼ାଇବାକୁ ଚେଷ୍ଟା କରାଯାଉଛି । ଜାଣିଶୁଣି ମତେ ଟାର୍ଗେଟ୍ କରୁଛନ୍ତି । ବଡ଼ ଇସ୍ୟୁକୁ ନବୀନ ବାବୁ ଏଡ଼ାଇ ଯାଇଛନ୍ତି । ୱାକ୍‌ଫକୁ ନେଇ ଦଳ ଭିତରେ ଉଠୁଛି ପଡୁଛି । ନବୀନ ବାବୁଙ୍କ ମୁହଁରେ ମିଛ କୁହାଯାଉଛି ବୋଲି କହିଛନ୍ତି ପ୍ରଭାତ ତ୍ରିପାଠୀ ।

Sponsored
sasmit-patra-gives-no-reaction-regarding-current-issue-in-party | Argus News