ଶ୍ରୀମୟୀଙ୍କୁ କାଉଣ୍ଟର କଲେ ପ୍ରମିଳା, ଆଗରୁ କେମିତି ସନ୍ତୁଷ୍ଟ ଥିଲେ ଏବେ କାହିଁକି ଅସନ୍ତୁଷ୍ଟ ହେଲେ କୁହନ୍ତୁ ?

Key Points
ଭଣ୍ଡ ସନ୍ନ୍ୟାସ ଉପାଖ୍ୟାନ ପରେ
ମୁହଁ ଖୋଲୁଛନ୍ତି ଗୋଟିଏ ପରେ ଗୋଟିଏ ବିଜେଡି ନେତା
ଆଗରୁ କେମିତି ସନ୍ତୁଷ୍ଟ ଥିଲେ ଏବେ କାହିଁକି ଅସନ୍ତୁଷ୍ଟ କୁହନ୍ତୁ କହିଲେ ପ୍ରମିଳା
ଶ୍ରୀମୟୀଙ୍କ ଭଣ୍ଡ ସନ୍ନ୍ୟାସ ଉପାଖ୍ୟାନ ପରେ ମୁହଁ ଖୋଲୁଛନ୍ତି ଗୋଟିଏ ପରେ ଗୋଟିଏ ବିଜେଡି ନେତା । ପ୍ରଥମେ ମନ୍ମଥ ଆଉ ଏବେ ପ୍ରମିଳା ମଲ୍ଲିକ । ଶ୍ରୀମୟୀଙ୍କ ଭଣ୍ଡ ସନ୍ନ୍ୟସୀ ଉପାଖ୍ୟାନ ଉପରେ ଜବାବ ରଖିଲେ ବରିଷ୍ଠ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ଆଗରୁ କେମିତି ସନ୍ତୁଷ୍ଟ ଥିଲେ ଏବେ କାହିଁକି ଅସନ୍ତୁଷ୍ଟ ହେଲେ ସେ କୁହନ୍ତୁ । କେତେବେଳେ ସନ୍ତୁଷ୍ଟ ଥିଲେ, କେମିତି ଅସନ୍ତୁଷ୍ଟ ହେଲେ ସବୁ କଥା ଖୋଲି କହିବାକୁ କହିଛନ୍ତି ପ୍ରମିଳା । ତେବେ ଦଳ ଭିତରେ ଯିଏ ବିଶୃଙ୍ଖଳା କରିବ, ସଭାପତି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସଫା ସଫା କହିଦେଇଛନ୍ତି ପ୍ରମିଳା ମଲ୍ଲିକ ।
ସେପଟେ ନା ନ ନେଇ ଶ୍ରୀମୟୀଙ୍କୁ କଡା ଟାର୍ଗେଟ କରିଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ । ମଡର୍ଣ୍ଣ ଯୁଗର ମନ୍ଥରା ଏ ଭଳି ନେତ୍ରୀ । ଯେଉଁଠି ଯିବେ ଘର ଭାଙ୍ଗିବେ । ଭଦ୍ର ଶିକ୍ଷା ପାଇଥିଲେ ଏଭଳି ଭାଷା କୁହନ୍ତେ ନାହିଁ । ପୂର୍ବରୁ 4 ଟି ବିଭାଗର ବିଭିନ୍ନ ପଦବୀ ପାଇଛନ୍ତି । ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ପଦବୀରେ ମଧ୍ୟ ରହିଛନ୍ତି । ଶଙ୍ଖ ଭବନରେ ଘଟିଥିବା କିଛି ଘଟଣାର କିଛି ଭିଡିଓ ଆମ ପାଖରେ ଅଛି । ସେହି ଭିଡିଓ ଛାଡିଲେ କେତେ ତଳ ସ୍ତରର ଏ ମହିଳା ସମସ୍ତେ ଜାଣିବେ । ଆଗରୁ ବିଜେଡି ଏହି ନେତ୍ରୀଙ୍କୁ ଖୁଆଇ ଦଉଥିଲା । ଏ ଭଳି ସ୍ୱାର୍ଥପର ନେତ୍ରୀଙ୍କୁ ଗଣମାଧ୍ୟମ ଅଧିକ ସମୟ ନ ଦେଉ ବୋଲି କହିଛନ୍ତି ମନ୍ମଥ ରାଉତରାୟ ।