Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କନ୍ଦଳ ଜଳ ଜଳ, ବରିଷ୍ଠ କହୁଛନ୍ତି ଦଳ ସଂପୂର୍ଣ୍ଣ ମଜବୁତ ଅଛି

Politics

କନ୍ଦଳ ଜଳ ଜଳ, ବରିଷ୍ଠ କହୁଛନ୍ତି ଦଳ ସଂପୂର୍ଣ୍ଣ ମଜବୁତ ଅଛି

Smruti Parija
Browse all articles by Smruti Parija
·1 year ago·2 min read
କନ୍ଦଳ ଜଳ ଜଳ, ବରିଷ୍ଠ କହୁଛନ୍ତି ଦଳ ସଂପୂର୍ଣ୍ଣ ମଜବୁତ ଅଛି

ଭାଗ ଭାଗ ବିଜେଡି । ଭାଗ ଭାଗ ବିଜେଡି ନେତା । କାହା ସହ କାହା କଥା ମେଳି ଖାଉନି । ଦଳ କନ୍ଦଳ ଜଳ ଜଳ ହୋଇ ପଦାରେ ପଡିଥିବାବେଳେ ବରିଷ୍ଠ ନେତା କହୁଛନ୍ତି ଦଳରେ ସବୁ ଠିକ୍ ଚାଲିଛି । ବିଜେଡିରେ ୱକଫ୍ ଘମାସାନ ଭିତରେ ନବୀନ ନିବାସରେ ଆଜି ବରିଷ୍ଠ ନେତା ଭିଡ ଜମାଇଥିଲେ । ପ୍ରଣବ ପ୍ରକାଶ ଦାସ, ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, କଳିକେଶ ସିଂ ଦେଓ ଏବଂ ପ୍ରତାପ ଦେବ ପ୍ରମୁଖ ନବୀନଙ୍କ ସହ ଆଲୋଚନା କରିଛନ୍ତି ।


ଗତକାଲି ୱାକଫ୍ ଝଡ ଭିତରେ ସାଂସଦ ମୁନ୍ନା ଖାନ୍ କର୍ମୀଙ୍କୁ ଧରି ନବୀନ ନିବାସରେ ପହଞ୍ଚିଥିଲେ । ନବୀନଙ୍କୁ ପ୍ରଶ୍ନ କରିଥିଲେ । କିନ୍ତୁ ନବୀନ ନିର୍ଦ୍ଧିଷ୍ଟ ପ୍ରଶ୍ନର ଉତ୍ତର ନ ଦେଇ କେବଳ ଦେଖିବି ବୋଲି କହି ଏଡାଇଗଲେ । ନବୀନଙ୍କ ଏପରି ଉତ୍ତର କର୍ମୀଙ୍କ ଅସନ୍ତୋସ ଆହୁରି ବଢାଇଥିଲା । ସିଧାସଳଖ ନବୀନ ନିବାସ ଭିତରେ ପାଣ୍ଡିଆନ୍ ହଟାଓ ବିଜେଡି ବଞ୍ଚାଅ, ପାଣ୍ଡିଆନ୍ ଗୋ ବ୍ୟାକ ନାରା ଦେଇଥିଲେ ବିଜେଡି କର୍ମୀ । ଯାହା ଥିଲା ଇତିହାସରେ ପ୍ରଥମ । ନବୀନ ନିବାସରେ ପାଣ୍ଡିଆନ ଗୋ ବ୍ୟାକ୍ ନାରା । 


ପରେ ଆଜି ପୁଣି ବରିଷ୍ଠ ନେତା ନବୀନଙ୍କୁ ଭେଟିଛନ୍ତି । ନବୀନ ନିବାସରେ ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ । କହିଛନ୍ତି ନବୀନ ପଟ୍ଟନାୟକ ଅଛନ୍ତି, ଦଳ ଆହୁରି ମଜଭୁତ ଅଛି ଓ ଲୋକମାନଙ୍କ ଭରସାର ଦଳ ହୋଇ ରହିବ । ଆଜି ସମ୍ପୂର୍ଣ୍ଣ ଭାବେ ସଂଗଠନ କାର୍ଯ୍ୟକ୍ରମକୁ ଆଗେଇବାକୁ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲୁ । ରାଜ୍ୟ ସଭାପତି, ଜିଲ୍ଲା ସଭାପତି ଓ ରାଜ୍ୟ କମିଟି ସହ ଅନ୍ୟ କର୍ମକର୍ତ୍ତା ଚୟନ ନେଇ ଆଲୋଚନା ହୋଇଛି । ସଂଗଠନ ନିର୍ବାଚନ କାର୍ଯ୍ୟକ୍ରମ ଚାଲିଛି ।


ସେହିପରି ସଞ୍ଜୟ ଦାସବର୍ମା କହିଛନ୍ତି ଆଜି ଦଳର ବରିଷ୍ଠ ନେତାମାନେ ଆଲୋଚନା କରୁଛନ୍ତି । 33 ସାଙ୍ଗଠନିକ ଜିଲ୍ଲାରେ କିପରି ସଭାପତି ନିର୍ବାଚନ ହେଉଛି, ବ୍ଲକ ସଭାପତି ଚୟନରେ କଣ ସମସ୍ୟା ରହୁଛି, କିଭଳି ନିର୍ବାଚନ ଠିକ ଭାବେ ହେବ, ସେ ନେଇ ସଭାପତିଙ୍କୁ ଅବଗତ କଲୁ । ଅନ୍ୟ ସବୁ କଥା ସ୍ପଷ୍ଟ କାଲି ହୋଇଛି । ସବୁ ସନ୍ଦେହର ଶୀଘ୍ର ତା ସମାଧାନ ହେବ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦୃଢ଼ ବିରୋଧୀ ଦଳ ସହ ଲୋକଙ୍କ ଆଶା ଓ ଭରସାର ଦଳ ହୋଇ ରହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି ସଂଗଠନ ନିର୍ବାଚନ ପାଇଁ ଗତକାଲି DROମାନଙ୍କ ବୈଠକ ନେଇଥିଲେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବ । ଯେଉଁ ସବୁ ନାଁ ଆସିଛି, ସବୁ କାର୍ଯ୍ୟସୂଚୀ ନେଇ ନବୀନ ପଟ୍ଟନାୟକଙ୍କୁ ଅବଗତ କରିଛୁ ।


ୱାକଫ୍ ବିଲ୍ କୁ ନେଇ ପ୍ରକୃତରେ ବିଜେଡିର ଏଜେଣ୍ଡା କ'ଣ ? ସପକ୍ଷରେ, ବିପକ୍ଷରେ ନା ବିବେକ ଅନୁସାରେ, ରାଜ୍ୟସଭାରେ ଭୋଟିଂ ପାଇଁ କ'ଣ ଥିଲା ନବୀନଙ୍କ ନିର୍ଦ୍ଦେଶ ? ଘଟଣା ଉପରେ ଯବନିକା ପଡିବା ଉଚିତ୍ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପଦ୍ନନାଭ ବେହେରା । ଖୁବଶୀଘ୍ର ଯବନିକା ପଡୁ, ଅଧିକ ସମୟ ନ ନେବା ଉଚିତ୍ । ସାଂସଦ ମୁନ୍ନା ଖାନ୍ କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତିଙ୍କୁ ଭେଟିଛନ୍ତି । ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ପଦ୍ମନାଭ ।


ସେପଟେ ଦଳ ଦଳ ହୋଇ ନବୀନଙ୍କୁ ଭେଟିବା । ପୁଣି ଦଳରେ କାହାର କାହା ସହ କଥା ମେଳି ନଖାଇବା । ୱକଫ୍ କୁ ନେଇ ଭିନ୍ନ ମତ ପ୍ରକାଶ ପାଇବା ଏଇଆ ଦର୍ଶାଉଛି ଯେ ବିଜେଡି ଭାଗ ଭାଗ ହୋଇଯାଇଛି । ବିଜେଡି ନେତା ମଧ୍ୟ ବାଗ ଭାଗ ହୋଇଯାଇଛନ୍ତି । ଦଳ କନ୍ଦଳ ଜଳ ଜଳ ହୋଇ ପଦାରେ ପଡିଥିବା ବେଳେ ବରିଷ୍ଠ କହୁଛନ୍ତି ସବୁ ଠିକ୍ ଅଛି । 

Sponsored
senior-leaders-of-bjd-meets-naveen-pattnaik-at-naveen-nivas | Argus News