Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Odisha News / ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନ ଉଠାଇ ପରୋକ୍ଷରେ ପାଣ୍ଡିଆନଙ୍କୁ ଶ୍ରୀମୟୀଙ୍କ ଟାର୍ଗେଟ

Smruti Parija
Browse all articles by Smruti Parija
·10 months ago·2 min read
ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନ ଉଠାଇ ପରୋକ୍ଷରେ ପାଣ୍ଡିଆନଙ୍କୁ ଶ୍ରୀମୟୀଙ୍କ ଟାର୍ଗେଟ
Representative Image

Key Points

ଦେଖେଇ ସିଖେଇ ପୋଷ୍ଟ କରୁଛନ୍ତି ଶ୍ରୀମୟୀ, ପୂର୍ବରୁ ଧୃତରାଷ୍ଟ୍ର ଓ ଦୁର୍ଯ୍ୟୋଧନର ଆଖ୍ୟା ଦେଇଥିଲେ, ଏଥର ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନ

ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନ ଉଠାଇ ପରୋକ୍ଷରେ ପାଣ୍ଡିଆନଙ୍କୁ ପୁଣି ଟାର୍ଗେଟ କଲେ ଶ୍ରୀମୟୀ । ପୂର୍ବରୁ ମହାଭାରତ ଏବେ ପ୍ରକାଶ ଝାଙ୍କ OTT ୱେବସିରିଜ ନେଇ ପରୋକ୍ଷରେ ପାଣ୍ଡିଆନଙ୍କ ମିଛ ସନ୍ନ୍ୟାସୀକୁ ନେଇ ଉଠାଇଲେ ପ୍ରଶ୍ନ । ପାଣ୍ଡିଆନଙ୍କ ମିଛ ସନ୍ୟାସ ଅଭିନୟ ନେଇ ପ୍ରଶ୍ନ ଉଠାଇଲେ କି ଶ୍ରୀମୟୀ । ଶ୍ରୀମୟୀ ଲେଖିଛନ୍ତି, ସମସ୍ତ ମୋହମାୟା ପ୍ରତି ଦୁର୍ବଳତା ନ ରଖିବା ବ୍ୟକ୍ତି ବିଶେଷକୁ ସମାଜ ସନ୍ୟାସୀ ରୂପେ ଗ୍ରହଣ କରେ । କିନ୍ତୁ ଏଥିରେ ସନ୍ଦେହ କିମ୍ୱା ବ୍ୟତିକ୍ରମ ହେଲେ ସମାଜ ଭଣ୍ଡ ସନ୍ନ୍ୟାସୀର ରୂପ ଦେବାକୁ ତିଳେ ମାତ୍ର ପଛଘୁଞ୍ଚା ଦେଇନାହିଁ ।

ଆହୁରି ପଢନ୍ତୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସବୁ ସାରିଦେଲେ ଶ୍ରୀମୟୀ

ଏଇ କିଛି ଦିନ ତଳେ ଗୋଟିଏ ଓଟିଟି ପ୍ଲାଟଫର୍ମରେ ବଲିଉଡର ପ୍ରତିଷ୍ଠିତ ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ଓ୍ବେବ୍ ସିରିଜ୍ ଦେଖିଲି ଯାହାକି ସନ୍ନ୍ୟାସ ଓ ସନ୍ନ୍ୟାସୀ ଉପରେ ଆଧାରିତ ଥିଲା । ସେଥିରେ କଳାକାରମାନଙ୍କ ଅଭିନୟ ବେଶ୍ ହୃଦୟସ୍ପର୍ଶୀ ଓ ଯୁଗୋପଯୋଗୀ ଥିଲା । ବର୍ତମାନ ଆମ ସମାଜରେ ଏହିପରି ଆମେ ଅନେକ ଗୁଡ଼ିଏ ଘଟଣା ଶୁଣୁଛେ କିମ୍ୱା ଦେଖୁଛେ, ଯେଉଁମାନେ ସନ୍ନ୍ୟାସ କହି ସମସ୍ତ ସୁଖ ସ୍ବାଛନ୍ଦ୍ୟ ପ୍ରତି ଲାଳାୟିତ ରହୁଛନ୍ତି । ପର ମୁହୁର୍ତ୍ତରେ ଏକ ଭଣ୍ଡ ସନ୍ନ୍ୟାସର ଆଖ୍ୟାରେ ପରିଚୟ ପାଇ ଶିରୋନାମା ମଣ୍ଡନ କରୁଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିଛି ସନ୍ନ୍ୟାସୀଙ୍କ ଭାଷାରେ 'ଜଗତ ପଛେ ନର୍କେ ପଡିଥାଉ, ମୋ ଜୀବନ ଉଦ୍ଧାର ହେଉ' । ଯେଉଁମାନେ ଜଗନ୍ନାଥଙ୍କ ନାଁ ନେଇ ଅନ୍ୟ ପାଇଁ ଗାତ ଖୋଳୁଛନ୍ତି, ସେମାନେ ନିଜେ ସେଇ ଗାତରେ ପଡୁଛନ୍ତି ବୋଲି ଲେଖିଛନ୍ତି ଶ୍ରୀମୟୀ । ତେବେ ଶ୍ରୀମୟୀଙ୍କ ତାଙ୍କ ପୋଷ୍ଟରେ ସ୍ପଷ୍ଟ ଭାବେ କାହା ନାଁ ନେଇନଥିଲେ ମଧ୍ୟ କାହାକୁ ଇଙ୍ଗିତ କରୁଛନ୍ତି ତାହା ବୁଝିଲା ଲୋକ ଠିକ୍ ବୁଝୁଛନ୍ତି ।


କିଛିଦିନ ତଳେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ଶ୍ରୀମୟୀ । ନବୀନଙ୍କୁ ଧୃତରାଷ୍ଟ୍ର ଓ ପାଣ୍ଡିଆନଙ୍କୁ ଦୁର୍ଯ୍ୟୋଧନର ଆଖ୍ୟା ଦେଇଥିଲେ । ଯାହା ବିଜେଡି ଅନ୍ତଃ କନ୍ଦଳକୁ ଜଳ ଜଳ କରି ପଦାରେ ପକାଇଥିଲା । ନବୀନଙ୍କୁ ଅଯୋଗ୍ୟ ରାଜାର ଆକ୍ଷା ଦେଇ ଲେଖିଥିଲେ ଇତିହାସ କେବେ ବି ଦେବନି କ୍ଷମା । ଏହାସହ ଭିଡିଓ ବାର୍ତ୍ତାରେ ବି ଜଗତେ ଜନେ ହସିବାର ରଖିଥିଲେ ଉଦାହରଣ । ନବୀନଙ୍କ ନୂଆ ମହିଳା ବ୍ରିଗେଡ଼ରେ ଥିବା ଶ୍ରୀମୟୀ ମିଶ୍ର ଦଳୀୟ କାର୍ଯ୍ୟକ୍ରମରୁ ଦୁରେଇ ରହି ବାରମ୍ବାର ସୋସିଆଲ ମିଡିଆରେ କରୁଥିବା ଏଭଳି ପୋଷ୍ଟ କୁ ନେଇ ଦୋହଲିବାରେ ଲାଗିଲାଣି ଶଙ୍ଖ ଶିବିର ।


Related Topics

Explore more stories

Sponsored
ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନ ଉଠାଇ ପରୋକ୍ଷରେ ପାଣ୍ଡିଆନଙ୍କୁ ଶ୍ରୀମୟୀଙ୍କ ଟାର୍ଗେଟ | Argus News