Shreemayee Mishra / କାହାଣୀ କାହାଣୀରେ ଶର ମାରିଲେ ଶ୍ରୀମୟୀ, 'ବିବାହିତା ଝିଅ ବାପ ଘରେ ଓ ଜ୍ୱାଇଁ ଶ୍ୱଶୁର ଘରେ ରହି ସମ୍ମାନକୁ ଧୂଳିସାତ୍ କରିଦେଲେ'

Key Points
ଫେସବୁକ୍ ପୋଷ୍ଟରେ କାହାଣୀ ପୋଷ୍ଟ କରି ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି । ଶ୍ରୀମୟୀ କାଳ୍ପନିକ ଚରିତ୍ରରେ ରହିଛି "ଅନାମ ବାବୁଙ୍କ କାହାଣୀ" । ଯେଉଁଥିରେ ସେ ବର୍ଣ୍ଣନା କରିଛନ୍ତି କିଭଳି "ବିବାହିତା ଝିଅ ବାପ ଘରେ ଓ ଘର ଜ୍ୱାଇଁ ଶ୍ୱଶୁର ଘରେ ରହି ଅନାମ ବାବୁଙ୍କର ଇଜ୍ଜତ ଓ ମାନ-ସମ୍ମାନକୁ ଧୂଳିସାତ୍ କରିଦେଲେ।"
ଭୁବନେଶ୍ଵର: ବିଜେଡିରୁ ନିଲମ୍ବିତ ହେବା ପରେ ପୁଣି ଥରେ ତେର୍ଛା ବାଣ ମାରିଛନ୍ତି ଶ୍ରୀମୟୀ ମିଶ୍ର । ଫେସବୁକ୍ ପୋଷ୍ଟରେ କାହାଣୀ ପୋଷ୍ଟ କରି ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି । ଶ୍ରୀମୟୀ କାଳ୍ପନିକ ଚରିତ୍ରରେ ରହିଛି "ଅନାମ ବାବୁଙ୍କ କାହାଣୀ" । ଯେଉଁଥିରେ ସେ ବର୍ଣ୍ଣନା କରିଛନ୍ତି କିଭଳି "ବିବାହିତା ଝିଅ ବାପ ଘରେ ଓ ଘର ଜ୍ୱାଇଁ ଶ୍ୱଶୁର ଘରେ ରହି ଅନାମ ବାବୁଙ୍କର ଇଜ୍ଜତ ଓ ମାନ-ସମ୍ମାନକୁ ଧୂଳିସାତ୍ କରିଦେଲେ।"
ଏଥିସହ ପଢ଼ନ୍ତୁ: ଆଉ BJD ସମ୍ଭାଳି ପାରିଲାନି ଶ୍ରୀମୟୀଙ୍କ ସୋସିଆଲ୍ ମିଡିଆ ବାଣ, ଶେଷରେ କଲା ନିଲମ୍ବିତ
ଶ୍ରୀମୟୀ ମିଶ୍ର ଲେଖିଥିବା କାହାଣୀକୁ ଯଦିଓ ସେ କାଳ୍ପନିକ କହୁଛନ୍ତି, କିନ୍ତୁ ବାହାରେ ଚର୍ଚ୍ଚା ଶ୍ରୀମୟୀଙ୍କ ଏହି କାହାଣୀ ତୀର ପାଣ୍ଡିଆନଙ୍କୁ । ନାଁ ନନେଇ ଶ୍ରୀମୟୀ ଏଥରକ ପାଣ୍ଡିଆନଙ୍କୁ ବଡ଼ ଧରଣର ତାତ୍ସଲ୍ୟ କରିଛନ୍ତି । ଫେସବୁକ୍ ପୋଷ୍ଟରେ ଶ୍ରୀମୟୀ ଲେଖିଛନ୍ତି, "ଅନାମ ବାବୁ ଜଣେ ଉଚ୍ଚ ଶିକ୍ଷିତ ଓ ସମ୍ଭ୍ରାନ୍ତ ବ୍ୟକ୍ତି ଥିଲେ । ଗାଁର ମନ୍ଦିର ପାଖରେ ତାଙ୍କର ସୁନ୍ଦର ନିବାସ ଥିଲା । ଜମିଦାର ହିସାବରେ ଆଖପାଖର ସମସ୍ତ ଗାଁରେ ତାଙ୍କର ନାଁ ଥିଲା ଏକ ସମ୍ମାନର ପ୍ରତୀକ ।"
ସେ ଆହୁରି ଲେଖିଛନ୍ତି, "ସଚ୍ଚୋଟତା ଓ ନିଷ୍ଠାରେ ସେ ସମସ୍ତଙ୍କ ମନରେ ସ୍ଥାନ କରିଥିଲେ । କିନ୍ତୁ ସମୟ ସହିତ ତାଙ୍କର ଏହି ଖ୍ୟାତି ମଳିନ ହେବାକୁ ଲାଗିଲା, ଯେଉଁ ଦିନଠାରୁ ତାଙ୍କ ଏକମାତ୍ର ଝିଅ ଅନ୍ୟ ରାଜ୍ୟର ଏକ ଯୁବକଙ୍କୁ ବିବାହ କଲେ । ଅଷ୍ଟମଙ୍ଗଳା ପରେ ଜ୍ଵାଇଁ ନିଜ ଘରକୁ ଫେରିଲା ନାହିଁ, ବରଂ ଘର ଜ୍ୱାଇଁ ହୋଇ ଅନାମ ବାବୁଙ୍କ ଘରେ ରହିଗଲେ ।"
ଶ୍ରୀମୟୀ ଲେଖିଛନ୍ତି, "ଧୀରେ ଧୀରେ ସେ ଶ୍ୱଶୁରଙ୍କ ସମ୍ପତ୍ତି ଓ କାର୍ଯ୍ୟକୁ ନିଜ ନିୟନ୍ତ୍ରଣକୁ ଆଣିବାକୁ ଆରମ୍ଭ କଲେ । ଏହା ଦେଖି ଗାଁ ଲୋକଙ୍କ ମନରେ ଅନାମ ବାବୁଙ୍କ ପ୍ରତି ଆସ୍ଥା ଓ ସମ୍ମାନ କମିବାକୁ ଲାଗିଲା । ଲୋକେ ମୁହଁରେ କିଛି ନ କହିଲେ ହେଁ, ମନରେ ଅସନ୍ତୋଷ ବଢ଼ିଲା । ଅନାମ ବାବୁ ନିଜ ବୟସ ଓ ସମ୍ମାନକୁ ଦୃଷ୍ଟିରେ ରଖି ଚୁପଚାପ ସହି ଚଳିଥିଲେ ।"
📱 Get Argus News App
✨ଏଥିସହ ପଢ଼ନ୍ତୁ: "ଅଣଓଡ଼ିଆ ମୁଖିଆଙ୍କ କବ୍ଜାରେ BJD", ମିଛ କହୁଥିବା କହି ଶ୍ରୀମୟୀ ମାଗିଲେ ପ୍ରମାଣ
ଦିନ ଗଡ଼ିଗଲା ଓ ଅନାମ ବାବୁ ନିଜର ସମସ୍ତ ଦାୟିତ୍ୱ ଜ୍ୱାଇଁଙ୍କୁ ହସ୍ତାନ୍ତର କରି ତୀର୍ଥ ଯାତ୍ରାକୁ ଚାଲିଗଲେ । କିନ୍ତୁ ଗାଁରେ ଲୋକଙ୍କ ମୁହଁରେ ଗପ ଚାଲିଲା- "ବିବାହିତା ଝିଅ ବାପ ଘରେ ଓ ଘର ଜ୍ୱାଇଁ ଶ୍ୱଶୁର ଘରେ ରହି ଅନାମ ବାବୁଙ୍କର ଇଜ୍ଜତ ଓ ମାନ ସମ୍ମାନକୁ ଧୂଳିସାତ୍ କରିଦେଲେ" ବୋଲି ଶ୍ରୀମୟୀ ଲେଖିଛନ୍ତି ।
ଏହି କାହାଣୀ ଓଡ଼ିଶାର ଗ୍ରାମୀଣ ସମାଜରେ ପରମ୍ପରା, ସାମାଜିକ ମୂଲ୍ୟବୋଧ ଓ ପରିବାରିକ ସମ୍ମାନର ଗୁରୁତ୍ୱକୁ ଉଜାଗର କରେ । ଏହା ଗାଁ ଲୋକଙ୍କ ମନରେ ଅସନ୍ତୋଷ ଜନ୍ମାଇଥିଲା । ଜ୍ୱାଇଁଙ୍କ ଦ୍ୱାରା ସମ୍ପତ୍ତି ନିୟନ୍ତ୍ରଣ ଓ ଅନାମ ବାବୁଙ୍କ ନୀରବତା ତାଙ୍କ ସାମାଜିକ ପ୍ରତିଷ୍ଠାକୁ ଆହୁରି କ୍ଷତିଗ୍ରସ୍ତ କଲା କହି ଶ୍ରୀମୟୀ ସମାଲୋଚନା କରିଛନ୍ତି ।
ଏଥିସହ ପଢ଼ନ୍ତୁ: ବିଜେଡି ସହ ବିବାଦ ପରେ ପ୍ରଥମଥର ପାଇଁ ମୁହଁ ଖୋଲିଲେ ଶ୍ରୀମୟୀ
ବିଜେଡିରୁ ନିଲମ୍ବିତ ହେବା ପୂର୍ବରୁ ସୋସିଆଲ୍ ମିଡିଆରେ ଶ୍ରୀମୟୀ ବିଜେଡି କିମ୍ବା ଦଳର ନେତାଙ୍କ ନାଁ ନ ନେଇ ମୁଖିଆଙ୍କୁ ଟାର୍ଗେଟ୍ କରୁଥିଲେ, ପ୍ରଶ୍ନ କରୁଥିଲେ । ପ୍ରଥମେ ଜନେ ହସନ୍ତି ଭିଡିଓରୁ ଶ୍ରୀମୟୀ ଆରମ୍ଭ କରିଥିଲେ ବିଜେଡିକୁ ଟାର୍ଗେଟ୍ । ଆଉ ଗୋଟିଏ ପରେ ଗୋଟିଏ ପୋଷ୍ଟ କରି ଶ୍ରୀମୟୀ ଭଣ୍ଡ ସନ୍ୟାସୀଙ୍କ ପୋଲ୍ ଖୋଲି ଦେଇଥିଲେ ।
ଏହାପରେ ଧ୍ରୁତରାଷ୍ଟ୍ରଙ୍କ ଅବତାରଣା କରି ପରୋକ୍ଷରେ ନବୀନଙ୍କୁ ନିଶାନା କରିଥିଲେ । ସେପ୍ଟେମ୍ବର ୧୬ରେ ଶ୍ରୀମୟୀ, ବଲିଉଡ୍ର ଏକ ୱେବ୍ ସିରିଜ୍ କଥା କହି ରାଜନୀତିରୁ ସନ୍ୟାସ ନେଇଥିବା ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ଏକ ପୋଷ୍ଟ କରିଥିଲେ ।
Related Topics
Explore more stories