Odisha Politics / ବିଜେଡି ସହ ବିବାଦ ପରେ ପ୍ରଥମଥର ପାଇଁ ମୁହଁ ଖୋଲିଲେ ଶ୍ରୀମୟୀ

Key Points
ପୁଣିଥରେ ପରୋକ୍ଷରେ ଶ୍ରୀମୟୀଙ୍କ ସପକ୍ଷରେ ବାହାରିଛନ୍ତି ବିଜେଡି କର୍ପୋରେଟର ଅଜିତ ବେହେରା।
କହିଛନ୍ତି ଦଳର ନେତାମାନେ ଚିନ୍ତା କରିବେ ବିଭୀଷଣକୁ କେମିତି କାଢ଼ିବେ ଆଉ ରାବଣକୁ କେମିତି ବଦ୍ଧ କରିବେ ଆଉ ସୀତାଙ୍କୁ କେମିତି ସୁରକ୍ଷା ଦେବେ ।
ପାଣ୍ଡିଆନଙ୍କୁ ପରୋକ୍ଷରେ ଶ୍ରୀମୟୀଙ୍କ ବାଣ । ଭୁବନେଶ୍ୱରରେ ପୂଜା ମଣ୍ଡପରେ ଆଶିଷ ନେଇ ଶ୍ରୀମୟୀ କହିଲେ, ଯୁଗେ ଯୁଗେ କଂସ ଅଛନ୍ତି, ମହିଷାଶୁର ଅଛନ୍ତି ଆଉ ଭୈରବ ବି ଅଛନ୍ତି । ଏ ରାକ୍ଷାସଙ୍କର ନିଶ ନାହିଁ, କିନ୍ତୁ ଗର୍ବ ଅହଂକାର ବଢିଲେ ମା' ଧରନ୍ତି ଅସ୍ତ୍ର ।
କହିଁପେ ନିଗାହେଁ କହିଁ ପେ ନିଶାନା । ପୂଜା ମଣ୍ଡପ ବୁଲି ମା'ଙ୍କ ଦର୍ଶନ ପରେ ଶ୍ରୀମୟୀଙ୍କ ବାଣ । ବିଜେଡି ସହ ବିବାଦ ପରେ ପ୍ରଥମଥର ପାଇଁ ମୁହଁ ଖୋଲିଲେ ଶ୍ରୀମୟୀ । ନାଁ ନେଲେ ନାହିଁ କିନ୍ତୁ ନିଶାନାରେ ଥିଲେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ । ଭୈରବ ବଧ ହେବ । ସେମାନଙ୍କ ବଧ ପାଇଁ ସ୍ବୟଂ ଭଗବାନ ବିଷ୍ଣୁ ରୁପରେ ଆସନ୍ତି ମା ରୁପରେ ବି ଆସନ୍ତି । ରାକ୍ଷାସର ଏଠି ନିଶ ନାହିଁ, କିଏ ସେ ଜୋରରେ ଚିଲ୍ଲାଏନି । କିନ୍ତୁ ଅଂହକାର ଓ ଗର୍ବ ବଢିଯାଇଥିବା ରାକ୍ଷାସଙ୍କ ବଧ ପାଇଁ ମା ଆସିଛନ୍ତି ।
ସେପଟେ ପୁଣିଥରେ ପରୋକ୍ଷରେ ଶ୍ରୀମୟୀଙ୍କ ସପକ୍ଷରେ ବାହାରିଛନ୍ତି ବିଜେଡି କର୍ପୋରେଟର ଅଜିତ ବେହେରା। କହିଛନ୍ତି ଦଳର ନେତାମାନେ ଚିନ୍ତା କରିବେ ବିଭୀଷଣକୁ କେମିତି କାଢ଼ିବେ ଆଉ ରାବଣକୁ କେମିତି ବଦ୍ଧ କରିବେ ଆଉ ସୀତାଙ୍କୁ କେମିତି ସୁରକ୍ଷା ଦେବେ ।
ପୂର୍ବରୁ ଶ୍ରୀମୟୀ ମିଶ୍ର ଅନ୍ଧ ଧୁତରାଷ୍ଟ୍ର ଓ ଦୁର୍ଯ୍ୟୋଧନ ପ୍ରସଙ୍ଗ ଉଠାଇ ବିଜେଡି କ୍ୟାମ୍ପରେ କଂପନ ସୃଷ୍ଟି କରିଥିଲେ। ପୁଣି ତାଙ୍କ ଭଣ୍ଡ ଭୈରବ ପୋଷ୍ଟ କୋଟେରୀ ଗ୍ରୁପକୁ ବ୍ୟତିବ୍ୟସ୍ତ କରିଥିଲା। ଦଳରୁ ଶ୍ରୀମୟୀଙ୍କ ନିଲମ୍ବନ ବି ଆସିଥିଲା ବିବାଦକୁ। ସେ ଦଳର ସଦସ୍ୟତା ରିନ୍ୟୁ କରିନାହାନ୍ତି ସସପେଣ୍ଡ କେମିତି ହେଲେ, ଖାଲି ସେତିକି ନୁହେଁ ନବୀନଙ୍କ ଡବଲ ଷ୍ଟାଣ୍ଡାର୍ଡର ପୋଲ ବି ଖୋଲିଥିଲେ ଶ୍ରୀମୟୀ। ଦଳରେ ଅପମାନିତ ହୋଇ ନବୀନଙ୍କ ପାଖକୁ ଯାଇଥିବା ବେଳେ ନବୀନ କହିଥିଲେ It Happens In Politics ।
କିଛି ଦିନ ପୂର୍ବରୁ ଶ୍ରୀମୟୀ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟସଭା ସାଂସଦ ତଥା ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟଙ୍କୁ ଧମକାଇଥିଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଯାହାର କାଉଣ୍ଟର କରିଥିଲେ ବିଜେଡି ନେତା ଅଶୋକ ରାଉତ । ବିଜେଡିକୁ ଶ୍ରୀମୟୀଙ୍କ ଘନ ଘନ ଟାର୍ଗେଟ୍ ପରେ ଦଳ ପକ୍ଷରୁ ଦିଆଯାଇଥିଲା ଜବାବ। ତାପରେ ସାମ୍ନାକୁ ଆସିଥିଲେ ଦଳର ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ପୂର୍ବରୁ ଶ୍ରୀମୟୀଙ୍କ ସୋସିଆଲ୍ ମିଡିଆ ପୋଷ୍ଟକୁ ବ୍ୟକ୍ତିଗତ ମତ କହିଥିବା ସ୍ନେହାଙ୍ଗିନୀ ସେତେବେଳେ ଶ୍ରୀମୟୀଙ୍କ ଉପରେ କରିଥିଲେ ଆକ୍ରମଣ।
ବିଜେଡି ନେତାଙ୍କ ଭିତରେ ଯଦି ଏମିତି ଚାଲେ, ତେବେ ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି କହିଛନ୍ତି ରାଜନୈତିକ ବିଶେଷଜ୍ଞ ।
📱 Get Argus News App
✨Related Topics
Explore more stories