Shreemayee Mishra / ପୁଣି ସୋସିଆଲ୍ ମିଡିଆ ପୋଷ୍ଟରେ ବିଜେଡିକୁ ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର

Key Points
ନିଲମ୍ବନ ନୋଟିସ୍ ପରେ ବିଜେଡି ଉପରେ ଜାରି ଶ୍ରୀମୟୀଙ୍କ ଆକ୍ରମଣ
ପୁଣି ସୋସିଆଲ୍ ମିଡିଆ ପୋଷ୍ଟରେ ବିଜେଡିକୁ ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର
ବିଜେଡିର ଆଭ୍ୟନ୍ତରୀଣ ନିର୍ବାଚନ ପଦ୍ଧତି ଉପରେ ପ୍ରଶ୍ନ ଉଠାଇଲେ ଶ୍ରୀମୟୀ
ପୁଣି ବିଜେଡିକୁ ଶ୍ରୀମୟୀଙ୍କ ଟାର୍ଗେଟ୍। ନିଲମ୍ବନ ନୋଟିସ୍ ପରେ ବିଜେଡି ଉପରେ ଜାରି ରହିଛି ଶ୍ରୀମୟୀଙ୍କ ଆକ୍ରମଣ । ପୁଣି ସୋସିଆଲ୍ ମିଡିଆ ପୋଷ୍ଟରେ ବିଜେଡିକୁ ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର। ବିଜେଡିର ଆଭ୍ୟନ୍ତରୀଣ ନିର୍ବାଚନ ପଦ୍ଧତି ଉପରେ ପ୍ରଶ୍ନ ଉଠାଇଲେ ଶ୍ରୀମୟୀ ସେ କହିଛନ୍ତି, ବିଜେଡି ପରିଚାଳିତ ନିର୍ବାଚନ ପ୍ରକ୍ରିୟା ନିୟମାନୁମୋଦିତ ନଥିଲା, ବିଜେଡି ଗଣତନ୍ତ୍ରର ଅପମାନ କରିଛି ।
ଅହୁରୁ ପଢ଼ନ୍ତୁ: "ଅଣଓଡ଼ିଆ ମୁଖିଆଙ୍କ କବ୍ଜାରେ BJD", ମିଛ କହୁଥିବା କହି ଶ୍ରୀମୟୀ ମାଗିଲେ ପ୍ରମାଣ
ଗତକାଲି ଶ୍ରୀମୟୀ କହିଥିଲେ ସେ ବର୍ଷେ ହେଲା ବିଜେଡିରେ ନ ଥିଲେ । ନିଜ ଦଳୀୟ ସଦସ୍ୟତା ନବୀକରଣ କରିନଥିଲେ, ବିଜେଡିର ସଦସ୍ୟ ନ ହୋଇ ତାଙ୍କୁ କେମିତି ନିଲମ୍ବନ କରାଗଲା ଉଠାଇଥିଲେ ପ୍ରଶ୍ନ। ବିଜେଡି ନେତୃତ୍ବଙ୍କୁ ନିଜର ସଦସ୍ୟତା ନମ୍ବର ମାଗିଥିଲେ ଶ୍ରୀମୟୀ ମିଶ୍ର । ଆଜି ସୋସିଆଲ୍ ମିଡିଆ ପୋଷ୍ଟରେ ଶ୍ରୀମୟୀ ଲେଖିଛନ୍ତି ଯେତେବେଳେ ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ୍ ଦେଉ, ଆମେ ଏକ ଭୋଟର ଆଇଡି ଏବଂ ଏକ ଏପିକ୍ ନମ୍ବର ଆବଶ୍ୟକ କରୁ।
📱 Get Argus News App
✨ସେହିପରି, ଦଳର ସଭାପତିଙ୍କ ପାଇଁ ଭୋଟ୍ ଦେବାକୁ ହେଲେ ଦଳର ସଦସ୍ୟମାନଙ୍କର ଏକ ଅନନ୍ୟ ସଦସ୍ୟତା ନମ୍ବର ଥିବା ଉଚିତ୍। ଯଦି ସେହି ଅନନ୍ୟ ନମ୍ବର ସଦସ୍ୟଙ୍କ ପାଖରେ ନାହିଁ, ତେବେ ଏହାର ଅର୍ଥ ଦଳ ଦ୍ୱାରା ପରିଚାଳିତ ନିର୍ବାଚନ ପ୍ରକ୍ରିୟା ନିୟମାନୁମୋଦିତ ନଥିଲା। ଗଣତନ୍ତ୍ରର ଅପମାନ ।
ମଙ୍ଗଳବାର ଦିନ ଶ୍ରୀମୟ ନିଲମ୍ବନ କରିଥିଲା ବିଜେଡ଼ି, ଆଉ ନିଲମ୍ବନର ଘଣ୍ଟାଏ ଭିତରେ ବିଜେଡିକୁ ଗଦାଏ ପ୍ରଶ୍ନ ପଚାରି ସାରିଲେଣି ଶ୍ରୀମୟୀ । ଜଣେ ଅଣଓଡ଼ିଆଙ୍କ ପ୍ରରୋଚନାରେ ଦଳ ଚାଲୁଥିବା କହିବା ସହ ବିଜେଡିକୁ ଶ୍ରୀମୟୀ ମିଶ୍ର ପ୍ରମାଣ ମାଗିଛନ୍ତି ।
ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଶ୍ରୀମୟୀଙ୍କୁ ବିଜେଡି ନିଲମ୍ବିତ କରିଥିବା କହିଛି । ଯାହାକୁ ନେଇ ଶ୍ରୀମୟୀ ସୋସିଆଲ୍ ମିଡିଆରେ ପ୍ରଶ୍ନ କରିଛନ୍ତି । ପ୍ରଥମ ପୋଷ୍ଟରେ ଶ୍ରୀମୟୀ ଲେଖିଛନ୍ତି, "ଦୀର୍ଘ ଏକବର୍ଷ ଧରି ଯେଉଁ ଦଳରେ ନାହିଁ ଓ ସଦସ୍ୟତା ନବୀକରଣ କରିନାହିଁ, ସେ ଦଳ ମୋତେ ନିଲମ୍ବନ କରିବା ଜଗତେ କେବଳ ଜନେ ହସିବେ ।"
ଏହା ପରେ ଶ୍ରୀମୟୀ ଆଉ ଏକ ପୋଷ୍ଟ କରି ତାଙ୍କ ସଦସ୍ୟତା ନେଇ ବିଜେଡିକୁ ପ୍ରମାଣ ମାଗିଛନ୍ତି । ଲେଖିଛନ୍ତି, "Can BJD provide me the serial no of membership in their DataBase as they were conducting the membership drive digitally. Like sl no ___... ଗୋଟିଏ ରାଜନୀତିକ ଦଳ ଜଣେ ଅଣଓଡ଼ିଆ ମୁଖିଆଙ୍କ କବଜାରେ ରହି କେଉଁସ୍ତରକୁ ଯାଇ ମିଛ କହିପାରେ, ସତସାହସ ଅଛି ତ ସଦସ୍ୟତା ନବୀକରଣର ରିସିପ୍ଟ କିମ୍ବା ସିରିଏଲ୍ ନମ୍ବର ଦିଅ...?"
ଆଉ ଶ୍ରୀମୟୀଙ୍କ ଏହି ପୋଷ୍ଟ ବିଜେଡିରେ "ସନ୍ୟାସୀ" ରାଜର ଅସଲ ମୁଖା ଖୋଲି ଦେଇଛି । ଶ୍ରୀମୟୀ ଲେଖିଛନ୍ତି, "ଜଣେ ଅଣ ଓଡ଼ିଆଙ୍କ ପ୍ରରୋଚନାରେ ଓଡ଼ିଶାକୁ ଦୀର୍ଘ ବର୍ଷ ଧରି ଶାସନ କରୁଥିବା ନେତା, ଜଣେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିବା କେତେଦୂର ଠିକ୍ ବିଚାର ଆପଣମାନଙ୍କର ।"
Related Topics
Explore more stories