ବଜେଟ୍ ୨୦୨୫-୨୬: କ୍ରୀଡା ପାଇଁ ୯୪୩ କୋଟି ଧାର୍ଯ୍ୟ

ଭୁବନେଶ୍ୱର: ଆଜି ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାର ବିକାଶ ସହ ସହରୀକରଣ ଯୋଜନା କରିବୁ, ଯାହା ଅଭିବୃଦ୍ଧିର ଇଞ୍ଜିନ ଭାବେ କାମ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଚଳିତ ଥର ରାଜ୍ୟ ବଜେଟର ଆକାର ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ରହିଛି ।
ଏଥିରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ୯୪୩ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଉତ୍କୃଷ୍ଟ କ୍ରୀଡ଼ାବିତଙ୍କୁ ସହାୟତା ୧୦ କୋଟି ଟଙ୍କା ପ୍ରଦାନ କରାଯିବ। କ୍ରୀଡ଼ା ପ୍ରତିଯୋଗିତା ଆୟୋନଜ ୮୦ କୋଟି । ବକୁଳନ ଉନ୍ନୟନ ପାଇଁ ୫୦ କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ କଳାକାର ସହାୟତା ୧୯୪ କୋଟି ଟଙ୍କା। ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ୩୦ କୋଟି ଟଙ୍କା। ସାଂସ୍କୃତିକ ଅନୁଷ୍ଠାନ ଅନୁଦାନ ପାଇଁ ୭୭ କୋଟି ଟଙ୍କା ଖର୍ଚ୍ଚ କରାଯିବ।
ରେଳ ପ୍ରକଳ୍ପ ଉନ୍ନତୀକରଣ ୩୦୦ କୋଟି। ବେସାମରିକ ବିମାନ ଚଳାଚଳ ୩୮୨ କୋଟି। ମନ୍ତ୍ରୀ ବସ୍ ସେବା ୧ ହଜାର ୮୫ କୋଟି। ଅଟଳ ବସଷ୍ଟାଣ୍ଡ ୧୨ ଶହ ୬୬ କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ ବଜେଟ୍ ଉପସ୍ଥାପନ କରି କହିଛନ୍ତି, 'ଆମ ସରକାର ସମୃଦ୍ଧ ଓଡ଼ିଶା ୨୦୩୬ର ଯାତ୍ରା ଆରମ୍ଭ କରିଛନ୍ତି ।
ଯେଉଁ ସମୟରେ ଆମେ ୫୦୦ ବିଲିୟନ ଆମେରିକୀୟ ଡଲାରର ଅର୍ଥନୀତି ହେବା ନେଇ ଆଶା ରଖିଛୁ । ବିକଶିତ ଓଡ଼ିଶା ପାଇଁ ଆମର ଦୃଷ୍ଟିକୋଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବୋଦୟ ରଣନୀତି ଉପରେ ଆଧାରିତ । ଆମେ ଓଡ଼ିଶାକୁ ବିକଶିତ ଭାରତ ୨୦୪୭ ଅଭିବୃଦ୍ଧି ପାଇଁ ଏକ ଇଞ୍ଜିନ ଭାବେ ପରିକଳ୍ପନା କରିଛୁ । ଆମେ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଅର୍ଥନୀତି ହେବାକୁ ଆଶା ରଖିଛୁ । ସରକାର ଏହି ଦୃଷ୍ଟିକୋଣକୁ ବାସ୍ତବରେ ପରିଣତ କରିବା ପାଇଁ ଏକ ସମାଗ୍ରିକ ରଣନୀତି ପ୍ରସ୍ତୁତ କରିଛନ୍ତି ।