Videos
|
Politics

Pattamundai Case: ଜଳିଗଲେ ଆଉ ଜଣେ ଛାତ୍ରୀ, କିରୋସିନ ଢାଳି ନିଆଁ ଲଗାଇଲେ

Satyendu Sekhar Mishra
Browse all articles by Satyendu Sekhar Mishra
·12 months ago·2 min read
Pattamundai Case: ଜଳିଗଲେ ଆଉ ଜଣେ ଛାତ୍ରୀ, କିରୋସିନ ଢାଳି ନିଆଁ ଲଗାଇଲେ

Key Points

ବାଲେଶ୍ୱର, ବଳଙ୍ଗା, ଏବେ ବଡ଼ପଡ଼ା
ବାପା କହିଲେ, ଜଣେ ଯୁବକ ବ୍ଲାକମେଲ କରୁଥିଲେ
ପୋଲିସ ନିକଟରେ ଅଭିଯୋଗ କଲେ, ପୋଲିସ ଶୁଣିଲାନି
ନିଜେ ନିଜ ଦେହରେ ନିଆଁ ଲଦାଇଦେଲା ଝିଅ

ବାଲେଶ୍ବର, ବଳଙ୍ଗା, ଏବେ କେନ୍ଦ୍ରାପଡ଼ାର ବଡ଼ପଡ଼ା । ପୁଣି ଜଳିଗଲେ ଆଉ ଜଣେ । ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଲେ +3 ଛାତ୍ରୀ । ଯୁବତୀଙ୍କ ବାପା କହିଲେ, ବ୍ଲାକମେଲ କରୁଥିଲେ ଜଣେ ଯୁବକ । ପୋଲିସ ନିକଟରେ ଅଭିଯୋଗ ହୋଇଥିଲେ ବି ଶୁଣିଲାନି ପୋଲିସ । ପୋଲିସ ଡିଜି କହିଲେ, ପୁରା ଘଟଣା ସମ୍ପର୍କରେ ରିପୋର୍ଟ ଦେବାକୁ ଦିଆଯାଇଛି ନିର୍ଦ୍ଦେଶ ।

ଯୁବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ । ଯୁବତୀଙ୍କ ବାପା କହିଛନ୍ତି, ପ୍ରେମ ସଂପର୍କରୁ ଏପରି ଘଟିଛି । ମୋ ଝିଅ ସହ ସେ ପିଲାର ବ୍ରେକଅପ୍ ହୋଇଥିଲା। ଏବେ ଖାଲି ନେକେଡ୍ ଫଟୋ ଛାଡ଼ୁଛି। ମୋ ଝିଅକୁ ସେ ବାରମ୍ବାର ବ୍ଲାକ୍ ମେଲ୍ କରୁଥିଲା। ସେଥିପାଇଁ ମୋ ଝିଅ ଜୀବନ ହାରିଲା। ଥାନାରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ଶୁଣିନଥିଲେ ।

ଘଟଣାସ୍ଥଳରେ ସାଇଣ୍ଚିଫିକ ଟିମ ଓ ପୋଲିସ ପହଂଚି ଛାନବିନ ଆରମ୍ଭ କରିଦେଇଛନ୍ତି । କେଉଁ ପରିସ୍ଥିତିରେ କେମିତି ଏହି ଘଟଣା ଘଟିଗଲା ସେନେଇ ଖୋଳତାଡ଼ ଚାଲିଛି । ଅର୍ଗସକୁ ପୋଲିସ ଡିଜି ପ୍ରତିକ୍ରିୟାରେ କହିଛନ୍ତି, ପୂରା ଘଟଣା ସମ୍ପର୍କରେ ରିପୋର୍ଟ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ରାପଡ଼ା ଏସପି କହିଛନ୍ତି, ସେ ଯୁବତୀଙ୍କ ବାପାଙ୍କ ସହ କଥା ହୋଇ ଘଟଣା ସଂପର୍କରେ ବୁଝିଛନ୍ତି । ଯୁବତୀଙ୍କ ବାପାଙ୍କ ଅଭିଯୋଗ ଉପରେ ତଦନ୍ତ କରାଯିବ ବୋଲି କହିଛନ୍ତି SP ।

ପାଖ ପଡୋଶୀଙ୍କ କହିବା ହେଲା ଜଣେ ଯୁବକ ପିଡୀତାଙ୍କୁ ବ୍ଲାକମେଲ କରୁଥିଲେ । ହଇରାଣ କରୁଥିଲେ । ସେଥିପାଇଁ ଯୁବତୀ ଜଣଙ୍କ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ।

ଏବେ ବଡ଼ ପ୍ରଶ୍ନ କିଏ ଏହି ବ୍ଲାକମେଲ କରୁଥିବା ଯୁବକ । ପୋଲିସ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କାହିଁକି ଶୁଣିଲାନି । ପୂର୍ବରୁ ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଏବଂ ପରେ ମୃତ୍ୟୁକୁ ନେଇ ହୋଇଥିଲା ତୁମ୍ବିତୋଫାନ । କିଛି ଦିନ ତଳେ ବଳଙ୍ଗା ପୀଡ଼ିତା ମଧ୍ୟ ନିଆଁ ଲାଗି ଜୀବନ ହାରିଥିଲେ । ଏବେ ବଡ଼ପଡ଼ା । ଏବେ ଅପେକ୍ଷା ପୋଲିସର ତଦନ୍ତ ରିପୋର୍ଟକୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: