Videos
|
Politics

ବିହାର SIR; ଏହି ଡକ୍ୟୁମେଣ୍ଟ ଥିଲେ ବି ଯୋଡିପାରିବେ ନାଁ

Smruti Parija
Browse all articles by Smruti Parija
·11 months ago·2 min read
ବିହାର SIR; ଏହି ଡକ୍ୟୁମେଣ୍ଟ ଥିଲେ ବି ଯୋଡିପାରିବେ ନାଁ

Key Points

ବିହାରର (SIR) ପ୍ରକ୍ରିୟାକୁ ନେଇ ନିର୍ବାଚନ କମିଶନକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୋଟର ତାଲିକାରେ ନାମ ଯୋଡିବା ପାଇଁ ଆଧାରକୁ ବୈଧ ନଧି ଭାବରେ ବ୍ୟବହାର କରାଯାଉ

ହେଲେ ଆଧାର ନାଗରିକତାର ପ୍ରମାଣ ନୁହେଁ 

ବିହାରର (SIR) ପ୍ରକ୍ରିୟାକୁ ନେଇ ନିର୍ବାଚନ କମିଶନକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । କୋର୍ଟ କହିଛନ୍ତି ଯେ ଏବେ ଆଧାର କାର୍ଡକୁ ଦ୍ୱାଦଶ ଡକ୍ୟୁମେଣ୍ଟ ଭାବରେ ଗ୍ରହଣ କରାଯାଉ । ଆଧାର କାର୍ଡକୁ ଭୋଟର ତାଲିକାରେ ନାମ ଯୋଡିବା ପାଇଁ ବୈଧ ନଧି ବା ପରିଚୟ ପତ୍ର ପ୍ରମାଣ ଭାବରେ ବ୍ୟବହାର କରାଯାଇପାରିବ । ହେଲେ ସୁପ୍ରିମକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଆଧାର ନାଗରିକତାର ପ୍ରମାଣ ନୁହେଁ ।


ସୁପ୍ରିମ କୋର୍ଟର ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଶୁଣାଣି ସମୟରେ, କୋର୍ଟ ନିର୍ବାଚନ କମିଶନକୁ ଆଧାର କାର୍ଡକୁ ପରିଚୟ ପତ୍ର ଭାବରେ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଆଧାର କାର୍ଡର ଭାଲିଡିଟି ଯାଞ୍ଚ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।


ବିହାର SIR ଉପରେ ଆଲୋଚନା କରିବା ସମୟରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ SIR ପ୍ରକ୍ରିୟାରେ ଭୋଟରମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ପରିଚୟ ପାଇଁ ଆଧାର କାର୍ଡକୁ ଦ୍ୱାଦଶ ଡକ୍ୟୁମେଣ୍ଟ ଭାବରେ ବିବେଚନା କରାଯିବ । ଏହାକୁ ନାଗରିକତାର ପ୍ରମାଣ ଭାବରେ ଗ୍ରହଣ କରାଯିବ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିହାର ନିର୍ବାଚନ ପାଇଁ, ନିର୍ବାଚନ କମିଶନ ସମଗ୍ର ରାଜ୍ୟରେ SIR ପ୍ରକ୍ରିୟା କରିଥିଲେ। ଏହା ପରେ, ଅଗଷ୍ଟ 1 ରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶିତ ହୋଇଥିଲା। ଏଥିରେ, କମିଶନ 65 ଲକ୍ଷ ଭୋଟରଙ୍କ ନାମ କାଟିଥିଲେ । ବିରୋଧୀ ଏହାକୁ ଏକ ପ୍ରସଙ୍ଗ କରି ବିରୋଧ ପ୍ରଦର୍ଶନ କରିଥିଲେ । ଏହି ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ସମ୍ପୂର୍ଣ୍ଣ ମୌସୁମୀ ଅଧିବେଶନ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।


ସେପଟେ ଏସଆଇଆର୍ କୁ ଦେଶବ୍ୟାପୀ ଅଭିଯାନରେ ପରିଣତ କରିବା ଲାଗି ନିର୍ବାଚନ କମିସନ ଏବେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

supreme-court-on-monday-ordered-that-aadhaar-must-be-accepted-as-the-twelfth-valid-document | Argus News