Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିଲ୍ଲୀରେ ବିଜେପିର ବିଜୟ ପରେ ଏମିତି ଆସିଲା ପ୍ରତିକ୍ରିୟା

Politics

ଦିଲ୍ଲୀରେ ବିଜେପିର ବିଜୟ ପରେ ଏମିତି ଆସିଲା ପ୍ରତିକ୍ରିୟା

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଦିଲ୍ଲୀରେ ବିଜେପିର ବିଜୟ ପରେ ଏମିତି ଆସିଲା ପ୍ରତିକ୍ରିୟା

ବଦଳିଲା ରାଜନୈତିକ ସମୀକରଣ। ହାରିଲା ଝାଡୁ, ଫୁଟିଲା ପଦ୍ମ। ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀ ଦଖଲ କଲା ବିଜେପି । ତିନି ଥର ମୁଖ୍ୟମନ୍ତ୍ରୀ ଥିବା ଅରବିନ୍ଦ କେଜ୍ରିୱାଲ ଏବଂ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଶୋଚନୀୟ ଭାବେ ହରାଇ ବହୁ ମତରେ ଦିଲ୍ଲୀ କବଜା କରିଛି ବିଜେପି। ଦିଲ୍ଲୀରେ ଆରମ୍ଭ ହୋଇଛି ନୂଆଯୁଗ। ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦିଙ୍କ ଜନହିତ ଯୋଜନା ଓ ବିକାଶର ଗ୍ୟାରେଣ୍ଟି ବିଜୟ ଆଣି ଦେଇଛି ବିଜେପିକୁ।


ଦିଲ୍ଲୀକୁ ପୂର୍ବରୁ କେବେ ହାତେଇଥିଲା ବିଜେପି ?


୧୯୯୩ମସିହାରେ ଜାତୀୟ ରାଜଧାନୀ ଦିଲ୍ଲୀରେ ବିଧାନସଭା ନିର୍ବାଚନରେ ବାଜିମାତ କରିଥିଲା ବିଜେପି। ପ୍ରଥମେ ମଦନ ଲାଲ ଖୁରାନା ପରେ ସେହି ପାଳିରେ ସାହିବ ସିଂ ବର୍ମା ଏବଂ ଶେଷରେ ସୁଷମା ସ୍ୱରାଜ ବିଜେପିରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ ।୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ କଂଗ୍ରେସରୁ ଶୀଲା ଦୀକ୍ଷିତ ୧୫ ବର୍ଷ କ୍ଷମତାରେ ଥିଲେ। ୨୦୧୩ରେ ଦିଲ୍ଲୀରେ କ୍ଷମତାକୁ ଆସିଥିଲା ଆମ୍ ଆଦମୀ ପାର୍ଟି। ମୁଖ୍ୟମନ୍ତ୍ରୀ ହୋଇଥିଲେ ଅରବିନ୍ଦ କେଜ୍ରିଓ୍ବାଲ। ୨୦୨୪ ରେ ଅରବିନ୍ଦ କେଜ୍ରିଓ୍ବାଲ ମଦ ଦୁର୍ନୀତି ମାମଲାରେ ଜେଲ ଯିବା ପରେ ୨୦୨୪ ସେପ୍ଟେମ୍ବର ୨୧ ରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଆତିଶୀ ମାର୍ଲେନା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ହାରିଗଲେ ଆପ୍‌ର ବଡ ଚେହେରା


୨୭ ବର୍ଷର ବ୍ୟବଧାନ ପରେ ପୁଣି ଦିଲ୍ଲୀ ଆସିଛି ବିଜେପି ହାତକୁ। ଓଡ଼ିଶା ଢଙ୍ଗରେ ଦିଲ୍ଲୀକୁ ହାତେଇଛି ବିଜେପି। ହାରିଯାଇଛନ୍ତି ଆମ ଆଦ୍‌ମି ପାର୍ଟିର ବଡ ଚେହେରା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ। ଯାହାଙ୍କ ନାମରେ ଜନତା ଆପକୁ ଜନମତ ଦେଉଥିଲେ ଆଜି ସେ ବି ପରାଜୟର ସ୍ବାଦ ଚାଖିଛନ୍ତି। ସେପଟେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଅରବିନ୍ଦ କେଜରିୱାଲଙ୍କ ଘନିଷ୍ଠ ସହଯୋଗୀ ମନୀଷ ସିସୋଦିଆ ଜଙ୍ଗପୁରା ବିଧାନସଭା ଆସନରୁ ପରାଜୟର ସମ୍ମୁଖୀନ ହୋଇଛନ୍ତି। ସେପଟେ ରାଜ୍ୟସଭା ସଂସଦ ସ୍ୱାତି ମାଲିଓ୍ବାଲ କହିଛନ୍ତି ରାବଣର ଗର୍ବ ଭାଙ୍ଗିଛି। ରାବଣର ଗର୍ବ ବି ବେଶି ଦିନ ରହିନଥିଲା।

Argus Whatsapp Channel Mobile Top
Sponsored
swati-maliwar-said-after-bjp-win-in-delhi | Argus News