Videos
|
Politics

ବଦଳିଲା ଘୁଷୁରିର ଜିନ୍

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ବଦଳିଲା ଘୁଷୁରିର ଜିନ୍

କିଡନୀ ରୋଗୀଙ୍କ ପାଇଁ ସଞ୍ଚାର ହେଲା ନୂଆ ଆଶା। ସ୍ବାସ୍ଥ୍ୟ ସେବାରେ ଆମେରିକାକୁ ମିଳିଲା ଐତିହାସିକ ସଫଳତା। ମଣିଷ ଶରୀରରେ ଲାଗିଲା ଘୁଷୁରି କିଡନୀ। ଆମେରିକାର ବୈଜ୍ଞାନିକ ଓ ବିଶେଷଜ୍ଞ ଡାକ୍ତରଙ୍କ ମିଳିତ ସହଯୋଗରେ ଘୁଷୁରିର ଜିନ୍‌ ପରିବର୍ତ୍ତନ କରି ତାର କିଡନୀକୁ ସଫଳତାର ସହ ମଣିଷ ଦେହରେ ଲଗାଯାଇଛି। ଗତ ଜାନୁୟାରୀ ମାସରେ ଆମେରିକାରେ ଜଣେ ୬୬ ବର୍ଷୀୟ ବୃଦ୍ଧଙ୍କ ଠାରେ ଘୁଷୁରିର କିଡନୀ ପ୍ରତିରୋପଣ ହୋଇଥିଲା।


ଘୁଷୁରିର ଜିନ୍‌ ପରିବର୍ତ୍ତନ ହୋଇଥିଲା


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯେଉଁ ଘୁଷୁରିର କିଡନୀ ମଣିଷ ଦେହରେ ଲାଗିଛି, ସେ ଘୁଷୁରିର ଜିନ୍ ପୂର୍ବରୁ ପରିବର୍ତ୍ତନ କରାଯାଇଥିଲା। ଜାନୁୟାରୀ ମାସରେ ଡାକ୍ତରମାନେ ୬୬ ବର୍ଷୀୟ ବୃଦ୍ଧଙ୍କ ଦେହରେ ଘୁଷୁରିର କିଡନୀ ଲଗାଇବାକୁ ପ୍ରେଚେଷ୍ଟା କରିଥିଲେ। ସପ୍ତାହେ ତଳେ ତାଙ୍କର କିଡନୀ ପ୍ରତ୍ୟୋରୋପଣ କରାଯାଇଥିବା ବେଳେ ଏବେ ସେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଆମେରିକାର ମାସାଚୁସେଟ୍ସ ଜେନେରାଲ ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଯୁକ୍ତରାଷ୍ଟ୍ର ଆମେରିକାରେ ଚତୁର୍ଥ କେସ୍‌। ପୂର୍ବରୁ ମଧ୍ୟ ଆମେରିକାରେ ମଣିଷ ଦେହରେ ଘୁଷୁରି କିଡନୀ ପ୍ରତିରୋପଣ ହୋଇଥିଲା। ହେଲେ ଏବେ ଆମେରିକାର ଔଷଧ ବିଭାଗ, ଖାଦ୍ୟ ବିଭାଗର ଅନୁମୋଦନ ପାଇବା ପରେ କ୍ଲିନିକାଲ ଟ୍ରାଏଲ ହୋଇ କିଡନୀ ପ୍ରତିରୋପଣ ହୋଇଛି। ପୂର୍ବରୁ ପ୍ରତିରୋପଣର କିଛି ସମୟ ପରେ ଦୁଇ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା, ସେମାନଙ୍କ ମଧ୍ୟରୁ ଜଣେ ପ୍ରତିରୋପଣ ପୂର୍ବରୁ ଗୁରୁତର ଅସୁସ୍ଥ ଥିଲେ।


ଆମେରିକାରେ ଲକ୍ଷେରୁ ଅଧିକ ଲୋକ କିଡନୀ ପ୍ରତିରୋପଣ ଅପେକ୍ଷାରେ ଅଛନ୍ତି


ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୧ ଲକ୍ଷରୁ ଅଧିକ ଲୋକ କିଡନୀ ରୋଗରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ କିଡନୀ ପ୍ରତିରୋପଣ ଅପେକ୍ଷାରେ ଅଛନ୍ତି। ଏତେ ସଂଖ୍ୟାରେ ମଣିଷ ଦେହରୁ କିଡନୀ ନେଇ ଅନ୍ୟ ଦେହରେ ପ୍ରତିରୋପଣ କରିବା ସମ୍ଭବ ନୁହେଁ। ଯାହାଙ୍କ ଦେହରୁ କିଡନୀ କଢାଯିବ ତାଙ୍କ ସ୍ବାସ୍ଥ୍ୟ ଅସୁସ୍ଥ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଅଙ୍ଗ ପ୍ରତିରୋପଣ ଅଭାବକୁ ଦୂର କରିବାକୁ ଘୁଷୁରି କିଡନୀ ଲଗାଇବାକୁ ଯୋଜନା କରୁଛନ୍ତି ଆମେରିକାର ବୈଜ୍ଞାନିକ ଓ ବିଶେଷଜ୍ଞ। ବାୟୋଟେକ୍ କମ୍ପାନି ଇଜେନେସିସ୍ ଦ୍ୱାରା ବିକଶିତ ଅଙ୍ଗଗୁଡ଼ିକୁ ବ୍ୟବହାର କରି ଏହି ପରୀକ୍ଷଣ କରାଯାଉଛି। ଦ୍ୱିତୀୟ କ୍ଲିନିକାଲ ପରୀକ୍ଷଣ ଆଗାମୀ ମାସରେ ୬ ଜଣ ରୋଗୀଙ୍କୁ ନେଇ ଆରମ୍ଭ ହେବ ଏବଂ ପରବର୍ତ୍ତୀ ସମୟରେ ରୋଗୀଙ୍କ ସଂଖ୍ୟା ୫୦କୁ ବୃଦ୍ଧି ପାଇବ ।

the-kidneys-were-affected-by-the-disease-in-the-human-body | Argus News