Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

''ଜନସେବା ଓ ଜନବିଶ୍ବାସକୁ ସମର୍ପିତ ଏହି ଏକ ବର୍ଷ''

Smruti Parija
Browse all articles by Smruti Parija
·1 year ago·1 min read
''ଜନସେବା ଓ ଜନବିଶ୍ବାସକୁ ସମର୍ପିତ ଏହି ଏକ ବର୍ଷ''

Key Points

ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ

20 ଜୁନ୍ ଖୁବ୍ ବିଶେଷ ଦିନ

ବର୍ଷପୂର୍ତ୍ତି କେବଳ ସରକାରର ନୁହେଁ, ସୁଶାସନ ସ୍ଥାପନାର ବର୍ଷପୂର୍ତ୍ତି

ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ । ଏହାସହ ବାବା ଲିଙ୍ଗରାଜଙ୍କ ନାମ ବି ନେଲେ ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶାର ପ୍ରଥମ ବିଜେପି ସରକାର ସଫଳତାର ସହ ଏକ ବର୍ଷ ପୂରଣ କରିଛି । 20 ଜୁନ୍ ଖୁବ୍ ବିଶେଷ ଦିନ । ବର୍ଷପୂର୍ତ୍ତି କେବଳ ସରକାରର ନୁହେଁ, ସୁଶାସନ ସ୍ଥାପନାର ବର୍ଷପୂର୍ତ୍ତି । ଜନସେବା ଓ ଜନବିଶ୍ବାସକୁ ସମର୍ପିତ ଏହି ଏକ ବର୍ଷ । ଓଡ଼ିଶାର କୋଟି କୋଟି ମତଦାତାଙ୍କ ବିଶ୍ବାସ ରଖିବାର ଏହି ଏକ ବର୍ଷ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କର ପୁରା ଟିମକୁ ଅଭିନନ୍ଦନ । ନିରନ୍ତର କାମ କରି ଓଡ଼ିଶାର ବିକାଶକୁ ନୂଆ ଗତି ଦେଇଛି ବିଜେପି ସରକାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।


ଓଡ଼ିଶା କେବଳ ରାଜ୍ୟ ନୁହେଁ, ଭାରତର ଆଭିଜାତ୍ୟର ଦିବ୍ୟ ତାରକା । ଓଡ଼ିଶା ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରିଆସିଛି । ଓଡ଼ିଶା ଭୂମିକା ଏବେ ଆହୁରି ବଡ଼ ହୋଇଯାଇଛି । ଗତ 1 ବର୍ଷରେ ଓଡ଼ିଶା ବିକାଶ ବି ଓ ଆଭିଜାତ୍ୟ ବି ମନ୍ତ୍ରକୁ ଆଗକୁ ନେଇ ଚାଲିଛି । ବିଜେପି ସରକାରର 1 ବର୍ଷ ପୂର୍ତ୍ତି ବେଳେ ଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି ଚାଲିଛି । ମହାପ୍ରଭୁ ଆମ ପାଇଁ ଆରାଧ୍ୟ ଓ ପ୍ରେରଣା ଉଭୟ । ଶ୍ରୀମନ୍ଦିର ସହ ଜଡ଼ିତ ପ୍ରସଙ୍ଗର ଗତ ଏକ ବର୍ଷରେ ସମାଧାନ ହୋଇଛି । କୋଟି କୋଟି ଭକ୍ତଙ୍କ ନିବେଦନର ମାନ ରଖିଛନ୍ତି ମୋହନ ସରକାର । ସରକାର ଗଠନ ହେବା କ୍ଷଣି ଶ୍ରୀମନ୍ଦିର ଚାରି ଦ୍ବାର ଖୋଲାଯାଇଥିଲା । ଶ୍ରୀମନ୍ଦିର ରତ୍ନଭଣ୍ଡାର ବି ଖୋଲାଯାଇସାରିଛି । ଏହା କୋଟି କୋଟି ଭକ୍ତଙ୍କ ଆସ୍ଥାର ସମ୍ମାନ କରିବାର କାର୍ଯ୍ୟ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
this-is-a-year-dedicated-to-public-service-and-public-trust-said-pm-modi | Argus News