Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Nuapada By Election / ଆଜି ନୂଆପଡ଼ା ମଇଦାନରେ ତ୍ରିମୁଖୀ ଲଢ଼େଇ

Rashmita Mishra
Browse all articles by Rashmita Mishra
·8 months ago·2 min read
ଆଜି ନୂଆପଡ଼ା ମଇଦାନରେ ତ୍ରିମୁଖୀ ଲଢ଼େଇ

Key Points

ଆଜି ନୂଆପଡ଼ା ମଇଦାନରେ ତ୍ରିମୁଖୀ ଲଢ଼େଇ
୩୫୮ ବୁଥରେ ଭୋଟ ଦେବେ ୨ ଲକ୍ଷ ୫୩ ହଜାର ୬୨୪ ଭୋଟର

ଆଜି ନୂଆପଡ଼ା ମତଦାନ । ମଇଦାନରେ ତ୍ରିମୁଖୀ ଲଢ଼େଇ । ପୋଲିଂ କର୍ମଚାରୀମାନେ ନିଜନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ସାରିଛନ୍ତି । ଆରମ୍ଭ ହୋଇଯାଇଛି ଭୋଟ୍ ପ୍ରକ୍ରିୟା । ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସରିଛି। ନିର୍ବାଚନ କମିସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବୁଥ୍‌ଗୁଡ଼ିକରେ ୭ଟାରୁ ମତଦାତାମାନେ ଭୋଟ୍‌ ଦେବେ । ଏହି ପ୍ରକ୍ରିୟା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜାରି ରହିବ। ଅତିସମ୍ବେଦନଶୀଳ ବୁଥରେ ୪ଟା ପର୍ଯ୍ୟନ୍ତ ମତଦାନ ହେବ।

ସୂଚନାନୁଯାୟୀ ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ହେଉଥିବା ବେଳେ ଏହି ରଣାଙ୍ଗନରେ ଶାସକ ବିଜେପି, ବିଜେଡି, କଂଗ୍ରେସ ସମେତ ମୋଟ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । କିନ୍ତୁ ଏଠାରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ଶାସକ ଦଳ ‘ବିଜେପି’ରୁ ର୍ସ୍ବଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ, ମୁଖ୍ୟ ବିରୋଧୀ ଦଳ ‘ବିଜେଡ଼ି’ରୁ ସ୍ନେହାଙ୍ଗୀନୀ ଛୁରିଆ ଏବଂ କଂଗ୍ରେସରୁ ଘାସିରାମ ମାଝୀ ମଇଦାନକୁ ଓହ୍ଲାଇଛନ୍ତି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ନୂଆପଡ଼ା ନିର୍ବାଚନ ପାଇଁ ମୋଟ ୩୫୮ ବୁଥରେ ଭୋଟ ଦେବେ ୨ ଲକ୍ଷ ୫୩ ହଜାର ୬୨୪ ଭୋଟର । ମାଓ ପ୍ରବଣ ସୁନାବେଡ଼ାର ୮ଟି ଅତି ସମ୍ବେଦନଶୀଳ ବୁଥ୍ ଉପରେ କଡ଼ା ନଜର ରଖାଯାଇଛି । ସୁନାବେଡାର ୮ଟି ଅତି ସମ୍ବେଦନଶୀଳ ବୁଥ ପାଇଁ ବାୟୁସେନାର ହେଲି କପ୍ଟରରେ ବାହାରିଛନ୍ତି ପୋଲିଂ ଅଧିକାରୀ।

ମୋଟ ୩୫୮ ବୁଥରେ କାଲି ହେବ ଭୋଟ । ମୋଟ ଭୋଟର ଅଛନ୍ତି ୨ ଲକ୍ଷ୫୩ ହଜାର ୬୨୪ । ୧,୨୪,୧୦୮ ପୁରୁଷ ଭୋଟର ଥିବା ବେଳେ ମହିଳା ଭୋଟର ଅଛନ୍ତି୧,୨୯,୪୯୫ ଜଣ । ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୨୧ ରହିଛି। ସମୁଦାୟ ଭୋଟର୍ ମାନଙ୍କ ମଧ୍ୟରୁ ୮୫ ବର୍ଷରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକ ସଂଖ୍ୟା ୧୭୮୬ ଜଣ । ଯୁବ ଭୋଟର୍ ୯୪୨୯ ଦିବ୍ୟାଙ୍ଗ ଭୋଟର୍ ଅଛନ୍ତି ୩୯୮୮ ଜଣ ମତଦାନ ପାଇଁ ମତଦାନ କେନ୍ଦ୍ରରେ ପିଙ୍କ୍ ବୁଥ ସହ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସେପଟେ ଭୋଟ୍ ଦେଉଛି ବିହାର । ଦ୍ଵିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ବିହାରର ୨୦ଟି ଜିଲ୍ଲାର ୧୨୨ଟି ଆସନ ପାଇଁ ମତଦାନ ଚାଲିଛି । ୧୨୨ ଆସନରେ ପ୍ରତିଦ୍ଵନ୍ଦ୍ଵୀତା କରୁଛନ୍ତ ୧୩୦୨ ପ୍ରାର୍ଥୀ । ମତଦାନ ପାଇଁ କଡାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା । ସୋମବାର ସନ୍ଧ୍ୟା ୬ଟାରୁ ବିହାରର ମୋତିହାରୀରେ ଭାରତ-ନେପାଳ ସୀମାକୁ ୭୨ ଘଣ୍ଟା ପାଇଁ ବନ୍ଦ କରି ଦିଆଯାଇଛି ।

ନଭେମ୍ବର ୬ରେ ବିହାରର ୧୨୧ ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ରେକର୍ଡ ମତଦାନ ହୋଇଥିଲା । ୬୪.୬୯ ପ୍ରତିଶତ ଭୋଟିଂ ହୋଇଥିଲା । ଏବେ ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ ରେକର୍ଡ ଭୋଟିଂ ହେବା ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ ରାଜନୀତି ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nuapada By Election | Triangular Battle at Nuapada Ground Today | Odisha Political News | Argus News