|
logo
Live

Argus News - ୱାକଫ ସଂଶୋଧନ ବିଲକୁ ନେଇ ସଂସଦରେ ଘମାସାନ

Politics

ୱାକଫ ସଂଶୋଧନ ବିଲକୁ ନେଇ ସଂସଦରେ ଘମାସାନ

Ritu Das
Browse all articles by Ritu Das
·1 year ago·2 min read
ୱାକଫ ସଂଶୋଧନ ବିଲକୁ ନେଇ ସଂସଦରେ ଘମାସାନ

ସିଏଏ, ଟ୍ରିପିଲ ତଲାକ୍, ୟୁସିସି ପରେ ମୋଦି ସରକାରଙ୍କ ବଡ଼ ପଦକ୍ଷେପ । ବିରୋଧୀଙ୍କ ତୀବ୍ର ବିରୋଧ ସତ୍ବେ ଲୋକସଭାରେ ଆଜି ସଂଶୋଧିତ ଓ୍ବାକଫ୍ ବିଲ୍ ଆଗତ କରିଛନ୍ତି ସଂସଦୀୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ବିଲ୍ କୁ ନେଇ ଦୀର୍ଘ ୮ ଘଣ୍ଟାର ଚର୍ଚ୍ଚା ଅବଧି ଧାର୍ଯ୍ୟ ହୋଇଥିଲେ ବି ପ୍ରଥମରୁ ଗୃହରେ କେବଳ ବିରୋଧର ସ୍ବର ତୀବ୍ର କରିଛନ୍ତି ବରୋଧୀ । ସଂଶୋଧିତ ବିଲ୍ ରେ କୌଣସି ମୁସଲିମ୍ ସମ୍ପ୍ରଦାୟର ସମ୍ପତ୍ତି ଛଡାଇ ନିଆଯିବ ନାହିଁ। ଆଲୋଚନା ପରେ ବିଧେୟକ ଉପରେ ଭୋଟିଂ ହେବ ବୋଲି ସ୍ପଷ୍ଟ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ବିଲ କୁ ସାମ୍ବିଧାନିକ ବ୍ୟବସ୍ଥା ବିରୋଧୀ ଓ ସଂଖ୍ୟାଲଘୁ ବିରୋଧୀ କହି ଜୋରଦାର ହଙ୍ଗାମା କରିଛନ୍ତି କଂଗ୍ରେସ ସମେତ ଅନ୍ୟ ବିରୋଧୀ ସାଂସଦ । ଦେଶରେ ୮.୭୨ ଲକ୍ଷ ୱାକଫ ସଂପତ୍ତି ରହିଥିଲେ ବି ସଂଖ୍ୟାଲଘୁ ଗରିବ କାହିଁକି ବୋଲି ପାଲଟା ପ୍ରଶ୍ନ କରି ବିରୋଧୀଙ୍କୁ ଦୃଢ଼ ଜବାବ ଦେଇଛନ୍ତି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ।


JDU, TDP, LJP, ଶିବସେନା-ସିନ୍ଦେ ଗୋଷ୍ଠୀ, NCP-ଅଜିତ ପାୱାର ଗୋଷ୍ଠୀ, RLD, JDS ପ୍ରମୁଖ ବିଲ୍ କୁ ସମର୍ଥନ କରିଥିବାବେଳେ ଇଣ୍ଡିମେଣ୍ଟ କରିଛି ଜୋରଦାର ବିରୋଧ । ମୁସଲମାନଙ୍କ ଧାର୍ମିକ ସ୍ବାଧୀନତା ଉପରେ ଅଙ୍କୁଶ ଲଗାଯାଉଛି ବୋଲି ବିରୋଧୀଙ୍କ ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି ଆଇନ ମନ୍ତ୍ରୀ । ୱାକଫ ବିଲ୍ କୌଣସି ଧାର୍ମିକ ବ୍ୟବସ୍ଥା ବିରୋଧୀ ନୁହେଁ ବୋଲି କହିବା ପରେ ବି ଥମିନାହିଁ ବିରୋଧୀଙ୍କ ନାରାବାଜି । ୱାକଫ ସଂଶୋଧନ ବିଲ୍ ୱାକଫ ସମ୍ପତ୍ତିର ସୁରକ୍ଷା କରିବା ସହ ଗରିବ ସଂଖ୍ୟାଲଘୁଙ୍କ ପାଇଁ ବରଦାନ ହେବ ବୋଲି କହିଛନ୍ତି ବିଜେପି ସାଂସଦ ରବିଶଙ୍କର ପ୍ରସାଦ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗତବର୍ଷ ୮ ଅଗଷ୍ଟ ରେ ଲୋକସଭାରେ ବିଲ ଆଗତ କରି ଯୁଗ୍ମ ସଂସଦୀୟ କମିଟିକୁ ପଠାଇଥିଲେ ସରକାର । ଦେଶର ବିଭିନ୍ନ ସ୍ଥାନରେ ୩୬ଟି ବୈଠକରେ କମିଟିକୁ ମୋଟ୍‌ ୯୭ ଲକ୍ଷ ୨୭ ହଜାର ୭୭୨ଟି ସ୍ମାରକପତ୍ର ମିଳିଥିଲା । ବୁଧବାର ଲୋକସଭାରେ ବିଲ୍ ପାରିତ ହେବା ପରେ ଗୁରୁବାର ରାଜ୍ୟସଭାରେ ବିଲ୍ ପାରିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଉଭୟ ଲୋକସଭା ଓ ରାଜ୍ୟସଭାରେ ସରକାରଙ୍କ ସପକ୍ଷରେ ରହିଛି ସଂଖ୍ୟା ଗଣିତ । ବିଲ୍ ପାସ୍ ପାଇଁ ଲୋକସଭାରେ ୨୭୨ ସମର୍ଥନ ଜରୁରୀଥିବାବେଳେ ସରକାରଙ୍କ ସପକ୍ଷରେ ରହିଛି ୨୯୨ରୁ ଅଧିକ ସମର୍ଥନ । ସେହିପରି ରାଜ୍ୟସଭାରେ ୧୧୯ ସାଂସଦଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ ସରକାରଙ୍କ ସମର୍ଥନରେ ଅଛନ୍ତି ୧୨୫ ସାଂସଦ।

Sponsored
ୱାକଫ ସଂଶୋଧନ ବିଲକୁ ନେଇ ସଂସଦରେ ଘମାସାନ | Argus News