Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ଆସନ୍ତାକାଲି ଉପ ରାଷ୍ଟ୍ରପତି ନିର୍ବାଚନ

Smruti Parija
Browse all articles by Smruti Parija
·10 months ago·2 min read
ଆସନ୍ତାକାଲି ଉପ ରାଷ୍ଟ୍ରପତି ନିର୍ବାଚନ

Key Points

ଆସନ୍ତାକାଲି ଉପ ରାଷ୍ଟ୍ରପତି ନିର୍ବାଚନ
ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ସି.ପି. ରାଧାକ୍ରିଷ୍ଣନ୍
ରାଧାକ୍ରିଷ୍ଣନଙ୍କୁ ୪୨୨ ଏନଡିଏ ସାଂସଦଙ୍କ ସମର୍ଥନ
ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ବି. ସୁଦର୍ଶନ ରେଡ୍ଡି ପ୍ରାର୍ଥୀ
ଭୋଟିଂରୁ ବିରତ ରହିବେ ବିଜେଡି ଓ ବିଆରଏସ୍
ନମ୍ବର କହୁଛି ସିପି ରାଧାକ୍ରିଷ୍ଣନଙ୍କ ବିଜୟ ସମ୍ଭାବନା ଉଜ୍ଜ୍ବଳ

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଉତ୍କଣ୍ଠା । ଏନଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ ଓ ଇଣ୍ଡିମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡିଙ୍କ ମଧ୍ୟରେ ଟକ୍କର । ଆସନ୍ତାକାଲି ପାର୍ଲାମେଣ୍ଟ ହାଉସରେ ନିର୍ଣ୍ଣାୟକ ଭୋଟ୍ । ନିର୍ବାଚନରେ NDAର ଶତ ପ୍ରତିଶତ ମତଦାନ ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଛି । ସାଂସଦମାନେ କେମିତି ମତଦାନ କରିବେ ସେ ସମ୍ପର୍କରେ NDA ସାଂସଦମାନଙ୍କର ୱାର୍କ ସପ୍ ରଖାଯାଇଥିଲା । ସମ୍ବିଧାନର ଧାରା 66 ଅନୁସାରେ ଇଲେକ୍ଟୋରାଲ କଲେଜ ମାଧ୍ୟମରେ ହେବ ଉପରାଷ୍ଟ୍ରପତି ନିର୍ବାଚନ । ମୋଟ୍ 788 ଇଲେକ୍ଟୋରାଲ କଲେଜ ଭୋଟ୍ ମଧ୍ୟରୁ ଏବେ 6 ଜଣ ସାଂସଦଙ୍କ ପଦ ଖାଲି ରହିଛି। ତେଣୁ 782 ଜଣ ସଦସ୍ୟ ଏଥର ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବେ। ବିଜୟ ପାଇଁ ଆବଶ୍ୟକ ସଂଖ୍ୟା ହେଉଛି 394। NDA ପାଖରେ 422 ସାଂସଦଙ୍କ ସମର୍ଥନ ରହିଥିବାରୁ ସି.ପି ରାଧାକ୍ରିଷ୍ଣନଙ୍କ ବିଜୟ ସମ୍ଭାବନା ଉଜ୍ଜ୍ବଳ ।


ସେପଟେ ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ବାସ ଭବନରେ ଏକାଠି ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମରଙ୍କ ସହ ଓଡ଼ିଶାର ବିଜେପି ସାଂସଦ ମାନେ ଯୋଗ ଦେଇଥିଲେ । ସେପଟେ ଭୋଟିଂରୁ ବିରତ ରହିବାକୁ ଘୋଷଣା କରିଛନ୍ତି ବିଜେଡି ଓ ଭାରତୀୟ ରାଷ୍ଟ୍ର ସମିତି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ବରିଷ୍ଠ ନେତା ଓ ସାଂସଦ ମାନଙ୍କ ସହ ଆଲୋଚନା ପରେ ଭୋଟିଂରୁ ବିରତି ରହିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ସେପଟେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି,ଉପରାଷ୍ଟ୍ରପତି ନିର୍ବାଚନରେ ବିରତ ରହିବା ଅର୍ଥ ଏନଡିଏକୁ ସପୋର୍ଟ କରିବା । ବିଜେଡି ବିରତ ରହିଲେ ଏନଡିଏକୁ ଫାଇଦା ମିଳିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
vice-presidential-election-tomorrow | Argus News