Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ନବ ଦାସଙ୍କ ରକ୍ତଛିଟା ଟାୱେଲ ଗଲା କୁଆଡେ ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ନବ ଦାସଙ୍କ ରକ୍ତଛିଟା ଟାୱେଲ ଗଲା କୁଆଡେ ?

Key Points

ନବ ଦାସଙ୍କ ରକ୍ତଛିଟା ଟାୱେଲ ଗଲା କୁଆଡେ
କିଏ ନେଇଗଲା ନବଙ୍କ ରକ୍ତଛିଟା ସାର୍ଟ
ପଛ ଗାଡିରେ ଥିବା 5 ଗନ୍ ସର୍ଟ ହୋଲ୍ କେମିତି ହେଲା
ନବଙ୍କୁ ଗୋପାଳ ମାରିଛି ନା ଆଉ କିଏ
ଗୋପାଳକୁ ଜରିଆ କରି ଗୋଟି ଚଳାଇଛି କି ଆଉ କେହି
କିଏ କାହିଁକି କରୁଥିଲା ପ୍ରମାଣ ନଷ୍ଟ
ବିଧାୟିକା ହେବା ପାଇଁ ଚୁପ୍ ଥିଲେ କି ଦୀପାଲି

ଅର୍ଗସ ବ୍ୟୁରୋ:  ନବ ଦାସ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ଖୁଲାସା, ଯାହା ପୁଣିଥରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ସୃଷ୍ଟି କରିଛି ବଡ଼ ସନ୍ଦେହ। ଭିତରେ ଅନେକ ଅସମାହିତ ପ୍ରଶ୍ନ
ପ୍ରଶ୍ନ ନମ୍ବର-1
ସାର୍ଟ ପରେ କୁଆଡେ ଗଲା ଟାୱେଲ
ନଜର ପକାନ୍ତୁ ଜାନୁୟାରୀ 29, 2023ର ଏହି ଦୃଶ୍ୟ ଉପରେ। ନବ ଦାସଙ୍କ ଉପରକୁ ଗୁଳିମାଡ। ରକ୍ତ ଜୁଡୁବୁଜୁ ସାର୍ଟ ଆଉ ତା ସହିତ ରକ୍ତ ଛିଟା ଲାଗିଥିବା ଏଇ ଟାଓଏଲ୍। ଆଉ ଇଏ ହେଉଛି ଷ୍ଟେଟ୍ ଫୋରେନସିକ୍ ସାଇନ୍ସ ଲାବୋରୋଟୋରି ଟିମର ସରଜମିନ ତଦନ୍ତ ପରର ରିପୋର୍ଟ। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲଖ ଅଛି ସାମ୍ନା ସିଟରେ ଥିବା ଟାଓଏଲ୍ ମିଲୁନାହିଁ। ପ୍ରଶ୍ନ କୁଆଡେ ଗଲା ଟାୱେଲ

ପ୍ରଶ୍ନ ନମ୍ବର-2
ପଛ ଗାଡିକୁ କିଏ ମାରିଲା ଗୁଳି
ନବ ହତ୍ୟା ମାମଲାରେ ବଡ଼ ଖୁଲାସା। ନବ ଦାସଙ୍କ ପଛରେ ଥିବା ଗାଡିରେ 5 ଗନ ସର୍ଟ ହୋଲ୍ ଠାବ ହୋଇଛି। ଯାହା ସନ୍ଦେହ ବଢାଉଛି। ବଡ଼ କଥା ଏ ଫାୟାରିଂ କିଏ କରିଛି କାହିଁକି କରିଛି, ଏ ବନ୍ଧୁକ କାହାର

ପ୍ରଶ୍ନ ନମ୍ବର-3
ଗୋପାଳ ନା ଆଉ କିଏ
ନବ ଦାସଙ୍କ ଛାତି ଭେଦିଥିବା ଗୁଳି ଏ ପର୍ଯ୍ୟନ୍ତ ମିଳିନାହିଁ। କୁଆଡେ ଗଲା ଗୁଳି, ଗୁଳି ହଜିବା ପଛରେ ଷଡଯନ୍ତ୍ର କି,

-କିଛି ଦିନ ତଳେ ପୋଲିସ ଜରିଆରେ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଦୀପାଲି କହିବା ପରେ ହଇଚଇ ସୃଷ୍ଟି ହୋଇଛି। ବିଶାଲ ଓ ଦିପାଲୀ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି। ତେବେ କ୍ରାଇମବ୍ରାଞ୍ଚକୁ ଦେଇଥିବା ବୟାନରେ ବିଶାଲ ଓ ତାଙ୍କ ମା ନବଙ୍କୁ ପ୍ରି ପ୍ଲାନ୍ ମର୍ଡର କଥା କହିଥିଲେ। ହେଲେ ପରବର୍ତ୍ତୀ ସମୟରେ ଦିପାଲୀ ଓ ବିଶାଲଙ୍କ ନୀରବତା ପ୍ରଶ୍ନ ସୃଷ୍ଟି କରିଥିଲା। ଏବେ ସିବିଆଇ ତଦନ୍ତ ଦାବି ଜୋର ଧରିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭିଓ-3
ସେପଟେ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଦୀପାଲୀଙ୍କୁ କଟାକ୍ଷ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କହିଛନ୍ତି ସେତେବେଳେ MLA ଟିକେଟ ପାଇଁ ଚୁପ ରହିଥିଲେ ଦୀପାଲି। ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପୂର୍ବ ନବୀନ ସରକାରକୁ ଟାର୍ଗେଟ୍ କରିଚନ୍ତି। ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ସନ୍ଦେହ ଘେରରେ କ୍ରାଇମବ୍ରାଞ୍ଚ। ପୂର୍ବ ନବୀନ ସରକାର କାହାକୁ ସୁରକ୍ଷା ଦେଉଥିଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Where did Naba Das' blood-stained towel go? | Argus News