Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କାହାକୁ ସୁରକ୍ଷା ପାଇଁ ତଦନ୍ତ ବାଟବଣା କରିଥିଲା ବିଜେଡି ସରକାର

Politics

କାହାକୁ ସୁରକ୍ଷା ପାଇଁ ତଦନ୍ତ ବାଟବଣା କରିଥିଲା ବିଜେଡି ସରକାର

Rashmita Mishra
Browse all articles by Rashmita Mishra
·1 year ago·2 min read
କାହାକୁ ସୁରକ୍ଷା ପାଇଁ ତଦନ୍ତ ବାଟବଣା କରିଥିଲା ବିଜେଡି ସରକାର

Key Points

ନବ ଦାସଙ୍କ ଝିଅ ଦୀପାଲି ଦାସଙ୍କ ବୟାନ ସୃଷ୍ଟି କଲା ରାଜନୈତିକ ଝଡ
ଦୀପାଲି କହିଲେ ପୋଲିସ ଅଫିସରଙ୍କ ଜରିଆରେ କରାଯାଇଛି ବାପାଙ୍କୁ ହତ୍ୟା
ପୂର୍ବତନ ବିଧାୟିକାଙ୍କ କହିବାର ମାନେ- ନିଜ ଇଚ୍ଛାରେ ମାରିନଥିଲା, ଗୋପାଳ ଥିଲା ମୋହରା
ଗୋପାଳକୁ କିଏ ବନାଇଥିଲା ଆତତାୟୀ
କାହାକୁ ସୁରକ୍ଷା ପାଇଁ ତଦନ୍ତ ବାଟବଣା କରିଥିଲା ବିଜେଡି ସରକାର
କାହିଁକି 2 ବର୍ଷ ହେଲା ଚୁପ୍ ଥିଲେ ଦୀପାଲି

ଅର୍ଗସ ବ୍ୟୁରୋ: ବିଜେଡିର ଟାଣୁଆ ନେତା ତଥା ପୂର୍ବତନ କ୍ୟାବନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ପୁରିବ 2 ବର୍ଷ। ତା ପୂର୍ବରୁ ନବଙ୍କ ଝିଅ ତଥା ଝାରସୁଗୁଡାର ପୂର୍ବତନ ବିଧାୟିକା ଦିପାଲୀ ଦାସଙ୍କ ବୟାନକୁ ନେଇ ଝଡ଼। ଯେଉଁକଥା ବିରୋଧୀ ଅଭିଯୋଗ କରିଥିଲେ, ଯାହା ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା ସେଥିରେ ମୋହର ମାରିଛନ୍ତି ଦିପାଲୀ। ନବ ଦାସଙ୍କ ହତ୍ୟା ପରେ ଅଭିଯୋଗ ହୋଇଥିଲା ରାଜନୈତିକ ଓ ବ୍ୟାବସାୟୀକ ଶତ୍ରୁତାରୁ ନବ ଦାସଙ୍କୁ ହତ୍ୟା କରାଯାଇଛି।


ଏବେ ବଡ଼ ପ୍ରଶ୍ନ କିଏ ଗୋପାଳକୁ ବନାଇଥିଲା ମୋହରା, କାହା ନିର୍ଦ୍ଦେଶରେ ହୋଇଥିଲା ନବଙ୍କ ହତ୍ୟା, କାହାକୁ ସନ୍ଦେହ କରୁଛନ୍ତି ଦୀପାଲି ଦାସ ଓ ତାଙ୍କ ପରିବାର, କାହିଁକି 2 ବର୍ଷ ଧରି ଚୁପ୍ ଥିଲେ ଦିପାଲୀ । ବିଧାୟିକା ହେବା ପରେ ବି କାହିଁକି ମର୍ଡର ମୋଟିଭ୍ ଓ ଷଡଯନ୍ତ୍ର କଥା ଉଠାଇନଥିଲେ ଦିପାଲୀ, କାହାକୁ ସୁରକ୍ଷା ପାଇଁ ନବୀନ ସରକାର କରିଥିଲେ ଷଡଯନ୍ତ୍ର । ସେପଟେ ନବ ଦାସ ହତ୍ୟା ତଦନ୍ତ ଓ ଘଣ୍ଟଘୋଡା ଥିଓରିକୁ ନେଇ ଏବେ ବି ଅସମାହିତ ପ୍ରଶ୍ନ । 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୁଆଡେ ଗଲା ନବଙ୍କ ଛାତି ଭେଦି ଯାଇଥିବା ଗୁଳି ? ନବ ଦାସଙ୍କ ମର୍ଡର ପଛର ମୋଟିଭ୍ କଣ ? କାହିଁକି ପାଇଖାନା ଟାଙ୍କି ଗପ କହିଲା କ୍ରାଇମବ୍ରାଞ୍ଚ ? ସେତେବେଳର ମୁଖ୍ୟମନ୍ତ୍ରୀ ଆମେରିକାରେ ଏଫବିଆଇ ତଦନ୍ତ କଥା କହିଥିଲେ ବିଧାନସଭାରେ। କାହିଁକି ହେଲାନାହିଁ ଏଫବିଆଇ ତଦନ୍ତ ? ଜାନୁୟାରୀ ୨୯,୨୦୨୩ରେ ଗୁଳିମାଡ଼ ପରେ ଘଟଣାସ୍ଥଳରେ ରେ ହିଁ ହୋଇଥିଲା ନବ ଦାସଙ୍କ ମୃତ୍ୟୁ। ତେବେ ଝାରସଗୁଡାରେ ଚିକିତ୍ସା, ହେଲିକପଟରରେ ଭୁବନେଶ୍ବର ଅଣାଯିବା ଓ ଆପୋଲୋ ଟ୍ରିଟମେଣ୍ଟ ଡ୍ରାମା କାହିଁକି ? ନବ ଦାସଙ୍କ ହତ୍ୟା ମାମଲା ଚାଲିଛି କୋର୍ଟରେ। ପୂର୍ବରୁ ଘଟଣାର ସିବିଆଇ ତଦନ୍ତ ବି ଦାବି ହୋଇଛି। ଏବେ ସତ ସାମ୍ନାକୁ ଆଣିବେ ତ ବିଜେପି ସରକାର । 

 


Sponsored
who-did-the-bjd-government-cover-up-for-the-sake-of-protection | Argus News