ଡ୍ୟାନିଙ୍କ ଉପସ୍ଥିତି ଆଉ ବବିଙ୍କ ଅନୁପସ୍ଥିତି ବଖାଣୁଛି ବିଜେଡିରେ ଅଲ୍ ଇଜ ନଟ୍ ୱେଲ୍ ଥିଓରୀ

Key Points
ବିଜେଡି କାର୍ଯ୍ୟକ୍ରମରୁ କାହିଁକି ଦୂରେଇ ରହିଲେ ରାଜା ସ୍ୱାଇଁ ଓ ଅରୁଣ ସାହୁ ?
ଅନୁପସ୍ଥିତି ପଛରେ ଅସନ୍ତୋଷ ନା ବ୍ୟକ୍ତିଗତ କାର୍ଯ୍ୟ, କଣ ରହିଛି କାରଣ ?
ଦଳୀୟ କାର୍ଯ୍ୟକ୍ରମକୁ ନ ଆସି ନିଜ ନିର୍ବାଚନମଣ୍ଡଳୀରେ କାହିଁକି ରାଜାଙ୍କ ମେଳି ?
କୃଷକ ଆନ୍ଦୋଳନରେ ଫୁଟିକି ବାହାରିଲା ବିଜେଡି ଅନ୍ତଃ କନ୍ଦଳ ।କାର୍ଯ୍ୟକ୍ରମରେ ଅନୁପସ୍ଥିତି ରହିଲେ ଅନେକ ଆଗ ଧାଡ଼ିର ନେତା । ସବୁ କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକାରେ ନଜର ଆସୁଥିବା ପୂର୍ବତନ କୃଷି ଓ ସମବାୟ ମନ୍ତ୍ରୀ ରାଜା ସ୍ୱାଇଁ ଓ ଅରୁଣ ସାହୁ ଏହି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି । ବିଧାନସଭା ପରିସର ହେଉ କି ମାଷ୍ଟର କ୍ୟାଣ୍ଟିନ କିମ୍ବା ରାଜଭବନ ସମ୍ମୁଖ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଉଭୟ ଅରୁଣ ଓ ରାଜା ମୁଖ୍ୟ ଭୂମିକା ନିର୍ବାହ କରୁଥିବା ବେଳେ କୃଷକ ଆନ୍ଦୋଳନରେ କିନ୍ତୁ ଅନୁପସ୍ଥିତ ରହିଥିଲେ । ଉଭୟ କୃଷି ଓ ସମବାୟ ମନ୍ତ୍ରୀ ରହିସାରିଥିଲେ ବି ସାର କୁ ନେଇ ହେଉଥିବା କୃଷକ ସେଲ ଆନ୍ଦୋଳନରୁ ଦୂରେଇ ରହିଛନ୍ତି ।
ତେବେ ରାଜା ଓ ଅରୁଣଙ୍କ ଏହି ଅନୁପସ୍ଥିତି ପଛର କାରଣ ଜଣାପଡ଼ି ନଥିବାବେଳେ କିଛି ଦିନ ତଳେ ଉଭୟ ଦେଇଥିବା ମନ୍ତବ୍ୟ, ଅସନ୍ତୋଷ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ଅନ୍ୟପଟେ ଦଳର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ନ ଆସି ନିଜ ନିର୍ବାଚନମଣ୍ଡଳୀ ଆଠଗଡ଼ରେ ସମାନ୍ତରାଳ ସଭା କରିଛନ୍ତି ରାଜା ସ୍ବାଇଁ । ତେବେ ଶୁଣନ୍ତୁ କିଛି ଦିନ ତଳେ ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ କରି କଣ କହିଥିଲେ ।
📱 Get Argus News App
✨କେବଳ ରାଜା ଓ ଅରୁଣ ନୁହଁନ୍ତି ବରଂ ଅନେକ ଆଗ ଧାଡ଼ିର ନେତା ମଧ୍ୟ ଦଳର କାର୍ଯ୍ୟକ୍ରମ ରେ ଅନୁପସ୍ଥିତ ଥିବା ନଜର ଆସିଥିଲା । ଯାହାକି ବିଜେଡିରେ ଅଲ୍ ଇଜ୍ ନଟ୍ ୱେଲ୍ କୁ ପୁଣି ଥରେ ଦର୍ଶାଇଥିଲା । ମଞ୍ଚରେ ପ୍ରୀତି ରଞ୍ଜନ ଘଡେ଼ଇ ଉପସ୍ଥିତ ଥିବା କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଥିଲେ ପ୍ରଣବ ପ୍ରକାଶ ଦାସ । ସେହିପରି ଦଳର ପରିଚାଳନା ଦାୟିତ୍ବରେ ଥିବା ନେତାଙ୍କ ବିରୁଦ୍ଧରେ ବିଶୋଦଗାର କରିଥିବା ବଦ୍ରୀ ବି ଥିଲେ ଅନୁପସ୍ଥିତ । ତାହା ସହ ଭୁବନେଶ୍ୱରରେ ସମାବେଶ ହେଉଥିବା ବେଳେ ଅନୁପସ୍ଥିତ ରହିଥିଲେ ବିଭୂତି ବଳବନ୍ତ ରାୟ ।
୨୦ ଦିନ ଧରି ଦଳୀୟ ନେତାଙ୍କ ଆରୋପ-ପ୍ରତ୍ୟାରୋପ ବିଜେଡି ପାଇଁ ବଢ଼ାଇଥିଲା ମୁଣ୍ଡ ବିନ୍ଧା । ବିଜେଡି କନ୍ଦଳରୁ ରାଜ୍ୟବାସୀଙ୍କ ନଜର ହଟାଇବା ପାଇଁ ସାର ଅଭାବ ନାଁ ରେ କୃଷକ ଆନ୍ଦୋଳନର ଡ଼ାରା ଦେଇଥିଲା ଦଳ । କିନ୍ତୁ କନ୍ଦଳ ଦୂର ହେବାର ବାର୍ତ୍ତା ଯିବ କ'ଣ ଅଧିକ ଜଳ ଜଳ ହୋଇ ସାମ୍ନାକୁ ଆସିଗଲା ।