Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - Naba Das Case: କାହିଁକି ଅଚାନକ CBI ତଦନ୍ତ ଦାବି.. କ'ଣ ରହିଛି ରହସ୍ୟ ?

Politics

Naba Das Case: କାହିଁକି ଅଚାନକ CBI ତଦନ୍ତ ଦାବି.. କ'ଣ ରହିଛି ରହସ୍ୟ ?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Naba Das Case: କାହିଁକି ଅଚାନକ CBI ତଦନ୍ତ ଦାବି.. କ'ଣ ରହିଛି ରହସ୍ୟ ?

Key Points

କଡ଼ ଲେଉଟାଇବ ନବ ହତ୍ୟା ମାମଲା


CBI ତଦନ୍ତ ଦାବି କଲେଣି ନବଙ୍କ ପରିବାର


ତେବେ 2 ବର୍ଷ ଧରି କାହିଁକି ଚୁପ୍ ଥିଲେ ?


ସନ୍ଦେହ ଘେରରେ ପୂର୍ବ ନବୀନ ସରକାର

ଅର୍ଗସ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆସିଛି ବଡ଼ ଟ୍ବିଷ୍ଟ । ସିବିଆଇ ତଦନ୍ତ ଦାବି କରିଛନ୍ତି ନବ ଦାସଙ୍କ ପରିବାର। ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତକାର ଦେଇ ନବ ଦାସଙ୍କ ପୁଅ ବିଶାଲ ଦାସ, ତାଙ୍କ ବାପାଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କରିଛନ୍ତି। ସେ କହିଛନ୍ତି ଦେଶର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଓ ମୋ ଭଉଣୀ ଅନୁରୋଧ କରିବୁ ସେମାନେ ଯଦି ଅମୁନତି ଦିଅନ୍ତି ତାହେଲେ ବାପାଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ହୋଇପାରନ୍ତା ।

ତେବେ ଏଠି ପ୍ରଶ୍ନ ଅଚାନକ ୨ ବର୍ଷ ପରେ କାହିଁକି CBI ତଦନ୍ତ କଥା ମନେ ପଡ଼ିଲା ? ପୂର୍ବରୁ କହୁଥିଲେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତରେ ଖୁସି ଅଛନ୍ତି । ଏବେ କାହିଁକ ଲୋଡ଼ା ପଡ଼ୁଛି CBI ତଦନ୍ତ । କ'ଣ ସରକାର ବଦଳିବା ପରେ ପଶିଲା କି ବୁଦ୍ଧି ? ନା ରାଜନୈତିକ ଡଙ୍ଗା ବୁଡ଼ୁଥିବା ବେଳେ ଏବେ ବାପାଙ୍କ ମୃତ୍ୟୁ ମାମଲା ହିଁ ସାହା ଭରସା ? ଏଭଳି ନାନା ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ।

ତେବେ ବିଶାଲ ଦାସ CBI ତଦନ୍ତ କଥା କହିବାର ଦୁଇ ଦିନ ପୂର୍ବରୁ ଦୀପାଳି ଦାସ କହିଥିଲେ ତାଙ୍କ ବାପାଙ୍କୁ ପୋଲିସ ଜରିଆରେ ହତ୍ୟା କରାଯାଇଛି। ତେବେ ଏଠି ଦୀପାଳି କାହାକୁ କରୁଛନ୍ତି ସନ୍ଦେହ ? ତାଙ୍କ ବାପାଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ? ଭାଇ ଭଉଣୀଙ୍କ ଏଭଳି ପରିବର୍ତ୍ତିତ ଆଭିମୁଖ୍ୟ ପଛରେ କ'ଣ ରହିଛି ରହସ୍ୟ ।

ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ... ରାଜନୈତିକ ଅଭିସନ୍ଧ ରଖି ଚୁପ୍ ରହିଥିଲେ ନବଙ୍କ ପରିବାର ? ଏବେ ସମୀକରଣ ବଦଳିବା ପରେ ମୁହଁ ଖୋଲିଲେ । ପୂର୍ବରୁ ତଦନ୍ତ ବାଟବଣା ନେଇ ପ୍ରଶ୍ନ ଉଠିଥିବା ବେଳେ କାହିଁକି କିଛି କହିନଥିଲେ ଦୀପାଳି ? କାହିଁକି ବିଧାନସଭାରେ ସିବିଆଇ ତଦନ୍ତ କଥା ଉଠାଇନଥିଲେ ? କାହା ସୁରକ୍ଷା ପାଇଁ ହୋଇଥିଲା ବଡ଼ ଷଡଯନ୍ତ୍ର ? ନବ ଦାସଙ୍କ ପରିବାର ଉପରେ କିଏ ପକାଇଥିଲା ଚାପ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Why Dipali Das Demand CBI Investigation On Naba Das Case | Argus News