Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କାହିଁକି ହାରିଲେ କେଜ୍ରିଓ୍ବାଲ ?

Politics

କାହିଁକି ହାରିଲେ କେଜ୍ରିଓ୍ବାଲ ?

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
କାହିଁକି ହାରିଲେ କେଜ୍ରିଓ୍ବାଲ ?

ଦିଲ୍ଲୀରେ ଦଶନ୍ଧି ଧରି ଶାସନ କରିବା ପରେ ଆମ ଆଦ୍‌ମି ପାର୍ଟିର ପରାଜୟ କାରଣକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା। କେଉଁ କାରଣରୁ ଦିଲ୍ଲୀରେ ଦମ୍ଭ ଭାଙ୍ଗିଲା ଅରବିନ୍ଦଙ୍କର ତାକୁ ନେଇ ଜୋର ଧରିଛି ରାଜନୀତି। କେହିକେହି କହୁଛନ୍ତି ମୋଦିଙ୍କ ଲୋକପ୍ରିୟତା ଆଗରେ କାମ ଦେଲାନାହିଁ କେଜ୍ରିଓ୍ବାଲଙ୍କ ମିଛ ପ୍ରତିଶୃତି ଓ ମନଗଢା କାହାଣୀ। ପୁଣି ଆଉ କିଏ କହୁଛି ଲୋକଙ୍କ ସମସ୍ୟା ନବୁଝି ବିକାଶକୁ ଆଗକୁ ନନେଇ ଶସ୍ତା ରାଜନୀତି କରିବାରୁ ଦଳ ଦବିଗଲା ଦିଲ୍ଲୀରେ। ୨୦୧୩ରେ ଆନ୍ନା ହଜାରେଙ୍କ ଆନ୍ଦୋଳନକୁ ଆଗକୁ ନେଇ ରାଜନୀତିରେ ପ୍ରବେଶ କରିଥିବା ଅରବିନ୍ଦ କେଜ୍ରିୱାଲ ପ୍ରଥମ ଥର ପାଇଁ ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଛନ୍ତି।


ନଜର ପକାନ୍ତୁ କେଜ୍ରିଓ୍ବାଲଙ୍କ କ୍ରେଜ କମିବାର କାରଣ ଉପରେ -


ରାଜନୀତିରେ ନିଜକୁ ଚାଣକ୍ୟ କହୁଥିବା କେଜ୍ରିଓ୍ବାଲ ଦିଲ୍ଲୀରେ ସରକାରୀ ଡାକ୍ତରଖାନା ମଡେଲକୁ ନିଜର ସବୁଠୁ ବଡ ସଫଳତା କହୁଥିବା ବେଳେ ରୋଗୀ ସେବା କିନ୍ତୁ ବିପର୍ଯ୍ୟସ୍ତ ହୋଇପଡିଥିଲା ରାଜଧାନୀରେ। ଏମିତିକି ମାଗଣା ଔଷଧ ବି ମିଳିନଥିଲା ରୋଗୀଙ୍କୁ। ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଯୋଗୁ ରୋଗୀଙ୍କୁ ଘରୋଇ ହସ୍ପିଟାଲ ଯିବାକୁ ପଡିଥିଲା। ଯାହାକୁ ନେଇ ଭୋଟର ଅସନ୍ତୁଷ୍ଟ ଥିଲେ କେଜ୍ରିଓ୍ବାଲଙ୍କ ଉପରେ।


ମଦ ଦୁର୍ନୀତି


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦିଲ୍ଲୀରେ ନୂଆ ନୀତି ଆଣି ମଦ ଲାଇସେନ୍ସ ବୃଦ୍ଧି କରି ଅବକାରୀ ଦୁର୍ନୀତିରେ ଛନ୍ଦି ହୋଇ ପଡିଥିଲେ କେଜ୍ରିଓ୍ବାଲ। ମଦ ବିକ୍ରି ବୃଦ୍ଧି ହେବାରୁ ବିଭିନ୍ନ ଅଞ୍ଚଳରେ ବଢିଥିଲା ବିଶୃଙ୍ଖଳା। ଯାହାକୁ ନେଇ ଅଧିକ ଅସୁବିଧାରେ ଥିଲେ ମହିଳାମାନେ। ମଦ ଦୁର୍ନୀତି ମାମଲାରେ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଓ ମନୀଷ ସିସୋଦିଆ ଜେଲ୍ ଯିବା ପରେ ପ୍ରଭାବିତ ହୋଇଥିଲା ଆପ୍‌ର ଭାବମୂର୍ତ୍ତି। କେଜ୍ରିଓ୍ବାଲଙ୍କଠାରୁ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ ଏବଂ ସଞ୍ଜୟ ସିଂହଙ୍କ ପର୍ଯ୍ୟନ୍ତ, ଆମ ଆଦମୀ ପାର୍ଟିର ସମସ୍ତ ବଡ଼ ନେତାଙ୍କୁ ଦୁର୍ନୀତି ମାମଲାରେ ଜେଲ ଯିବାକୁ ପଡିଥିଲା। ଲୋକ ଦୁର୍ନୀତିକୁ ପ୍ରଶୟ ନଦେଇ ବିଜେପିକୁ ଦେଇଛନ୍ତି ବହୁମତ।


ରାଜକୋଷ ଅର୍ଥରେ ବିଳାସପୂର୍ଣ୍ଣ ବଙ୍ଗଳା


୨୦୧୩ରେ ଆନ୍ନା ହଜାରେଙ୍କ ଆନ୍ଦୋଳନକୁ ଆଗକୁ ନେଇ ନିଜକୁ ଜଣେ ସାଧାରଣ ସେବକ କହି ଜନମତ ପାଇଥିବା କେଜ୍ରିଓ୍ବାଲଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ବିପଦ ହେଲା ତାଙ୍କ ପାଇଁ। ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଅତ୍ୟାଧୁନିକ ସୁବିଧା ଯୋଗାଇ ଦେବା ପାଇଁ ସରକାରୀ ପାଣ୍ଠିରୁ ୪୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ ଆସିବା ପରେ ମଉଳିଥିଲା କେଜ୍ରିଓ୍ବାଲଙ୍କ ଛବି। ଶୀଶ ମହଲ ଶେଷରେ ସାରିଦେଲା ସବୁକିଛି। କ୍ଷମତା ଛଡାଇ ନେଲା କେଜ୍ରିଓ୍ବାଲଙ୍କ ଠାରୁ।


କାମ ଦେଲାନି ମାଗଣା ପ୍ରତିଶୃତି


ଦିଲ୍ଲୀରେ ମାଗଣା ବିଜୁଳିକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା କେଜ୍ରିଓ୍ବାଲଙ୍କ ସବୁ ଋଣନୀତି ଫେଲ୍ ମାରିଲା ଅବକାରୀ ଦୁର୍ନୀତି ଆଗରେ। ନିଜ ଭୁଲ୍‌ ନ ସଜାଡି କେନ୍ଦ୍ର ବିରୋଧୀ ହାଓ୍ବା କରି ଦିଲ୍ଲୀର ବିକାଶରେ କେଜ୍ରିଓ୍ବାଲ ବାଧା ସାଜୁଥିବା ଭୋଟର ବୁଝି ସାରିଥିଲେ। ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବାରେ ଫେଲ ମାରିଛି କେଜ୍ରିଓ୍ବାଲ ସରକାର।

Raja Festival
Sponsored
Why Kejriwal lost? | Argus News