Videos
|
Rath Yatra

Rathayatra / ନେଦରଲ୍ୟାଣ୍ଡରେ ଐତିହାସିକ ରଥଯାତ୍ରା

Sushanta Sahoo
Browse all articles by Sushanta Sahoo
·1 week ago·2 min read
ନେଦରଲ୍ୟାଣ୍ଡରେ ଐତିହାସିକ ରଥଯାତ୍ରା
ନେଦରଲ୍ୟାଣ୍ଡରେ ଐତିହାସିକ ରଥଯାତ୍ରା

Key Points

ନେଦରଲ୍ୟାଣ୍ଡର “ବ୍ରହ୍ମର୍ଷି ଆଶ୍ରମ, କ୍ରିମ୍ପେନ୍ ଆନ୍ ଡେନ୍ ଆଇଜେଲ୍ ”ରେ OSCAN (ଓଡ଼ିଆ ସମାଜ) ଓ ଆଶ୍ରମର ମିଳିତ ଉଦ୍ୟମରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଭକ୍ତି ଓ ଉଲ୍ଲାସରେ ପାଳିତ ହେଲା।
ନେଦରଲ୍ୟାଣ୍ଡର “ବ୍ରହ୍ମର୍ଷି ଆଶ୍ରମ, କ୍ରିମ୍ପେନ୍ ଆନ୍ ଡେନ୍ ଆଇଜେଲ୍ ”ରେ OSCAN (ଓଡ଼ିଆ ସମାଜ) ଓ ଆଶ୍ରମର ମିଳିତ ଉଦ୍ୟମରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଭକ୍ତି ଓ ଉଲ୍ଲାସରେ ପାଳିତ ହେଲା।

ଡଚ୍ ଭୂମିରେ ପ୍ରଥମ ଥର ପାଇଁ ଚତୁର୍ଦ୍ଧା ମୂର୍ତି — ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ରାଜରସ୍ତାକୁ ବିଜେ କଲେ। ୫୦୦ରୁ ଅଧିକ ଭକ୍ତ ମନ୍ଦିର ଓ ନଗର ଚତୁଃପାର୍ଶ୍ୱରେ *୪ କିଲୋମିଟର ପଦଯାତ୍ରା*ରେ ରଥ ଟାଣିଲେ। ଆକାଶ "ଜୟ ଜଗନ୍ନାଥ, ହରି ବୋଲ" ଧ୍ୱନିରେ ମୁଖରିତ ହେଲା।

ଦେବତାଙ୍କ ପାହଣ୍ଡି ବିଜେ ,ମଙ୍ଗଳାରତି, ଷୋଡ଼ଶୋପଚାର ପୂଜା, ସଙ୍କଳ୍ପ, ପୁଷ୍ପାଞ୍ଜଳି, ଛେରା ପହଁରା, ରଥ ଟାଣ, ମହାଆରତି, ଶାନ୍ତିପାଠ ଓ ବାହୁଡ଼ା ନୀଳାଦ୍ରି ବିଜେ ଆଦି ସମସ୍ତ ନୀତି ଭକ୍ତିଭାବରେ ପାଳିତ ହେଲା। ମନ୍ଦିରରେ ସବୁ ଭକ୍ତଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ଓ ବିତରଣ କରାଗଲା।

ଏହି ଦିନର ସବୁଠାରୁ ବିଶେଷ ଥିଲା ଏହାର ଏକତା। ନେଦରଲ୍ୟାଣ୍ଡ ସହିତ ବେଲ୍‌ଜିୟମ ଓ ଲକ୍‌ଜେମ୍ବର୍ଗ*ରୁ ମଧ୍ୟ ଭକ୍ତମାନେ ଯୋଗ ଦେଇଥିଲେ। ଓଡ଼ିଆ, ଅଣ-ଓଡ଼ିଆ, ସୁରିନାମୀ ଓ ଡଚ୍ ମିତ୍ରମାନେ ଗୋଟିଏ ପରିବାର ଭଳି ଏକତ୍ର ହୋଇଥିଲେ। *ସ୍ଥାନୀୟ ଡଚ୍ ପ୍ରଶାସନ ରାଜରସ୍ତାରେ ରଥ ଟାଣିବା ପାଇଁ ଅନୁମତି ଦେଇ ହୃଦୟଙ୍ଗମ ସହଯୋଗ କରିଥିଲେ।

ସବୁଠାରୁ ହୃଦୟସ୍ପର୍ଶୀ ଦୃଶ୍ୟ ଥିଲା ଆମ ପିଲାମାନଙ୍କର, ଯେଉଁମାନେ ଗିନି ଓ ଶଙ୍ଖ ବଜାଇ, ନିଜ ହାତରେ ରଥ ଟାଣି, ସେବା ଓ ଭକ୍ତିର ମର୍ମ ଶିଖିଲେ। ଘରଠାରୁ ହଜାର ମାଇଲ୍ ଦୂରରେ ଥାଇ ଆମ ପିଲାମାନେ ଓଡ଼ିଆ ଜଗନ୍ନାଥ ସଂସ୍କୃତିକୁ ଆଗେଇ ନେଉଛନ୍ତି।

ସମଗ୍ର ଆୟୋଜନକୁ ସୁପରିଚାଳନା କରିବାରେ *ଓସକାନ ର ସଦସ୍ୟ ତଥା ସଭାପତି ଶାଶ୍ୱତ ପାଢୀ ଙ୍କ ସହ ଦୀପକ ପରିଡା , , ଲୋପାମୁଦ୍ରା ନାୟକ, ଅରୋସିଶ ମହାନ୍ତି , ସ୍ନେହାଶିଷ ରଥ, ଦେବଦତ୍ତ ଦାସ, ସବ୍ୟସାଚୀ ମହାପାତ୍ର, ବିକ୍ରମ ମହାନ୍ତି * ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ |

🙏 ବିଶ୍ୱର ସର୍ବତ୍ର ଥିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ଦିନ। 🇳🇱

ଜୟ ଜଗନ୍ନାଥ! ହରି ବୋଲ!

OSCAN Jagannath temple initiative, Netherlands
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

ନେଦରଲ୍ୟାଣ୍ଡରେ ଐତିହାସିକ ରଥଯାତ୍ରା | Argus News