Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Rath Yatra

Rath Yatra / କେତେବେଳେ ରତ୍ନବେଦୀ ଛାଡ଼ି ବଡ଼ଦାଣ୍ଡକୁ ଆସିବେ ମୋ କାଳିଆ...

Rashmita Mishra
Browse all articles by Rashmita Mishra
·2 hours ago·2 min read
କେତେବେଳେ ରତ୍ନବେଦୀ ଛାଡ଼ି ବଡ଼ଦାଣ୍ଡକୁ ଆସିବେ ମୋ କାଳିଆ...
Rath Yatra

Key Points

  • ବର୍ଷାରେ ଭିଜି କାଳିଆକୁ ଅପେକ୍ଷା
  • କେବେ ବଡ଼ଦାଣ୍ଡକୁ ଆସିବେ ମୋ କାଳିଆ ?
  • ଚକାଡୋଳାର ଗୋଟିଏ ଝଲକ ପାଇଁ
  • ଭକ୍ତି, ବର୍ଷା ଓ ଘୋଷଯାତ୍ରାର ମହାମିଳନ
  • କାଳିଆରେ ତତେ ଦେଖିବାକୁ ମୁଁ କାହିଁ କେତେ ଦୂରରୁ ଆସିଛି... ଏ ବର୍ଷାକୁ ଖାତିରି ନକରି ମୁଁ ତତେ ଅପେକ୍ଷା କରିଛି । ତୁ କେତେବେଳେ ରଥକୁ ଆସିବୁ ଆଖି ପୂରେଇ ତତେ ଦେଖିବି । ତୋର ସେଇ ଚକା ଚକା ଆଖିକୁ ମୋର ଓଦା ଓଦା ଆଖି ଦେଖିଲେ ଧନ୍ୟ ହୋଇଯିବରେ ।

    ଠିକ୍ ଏମିତି କିଛି କହି ଭକ୍ତ ବଡ଼ ଦାଣ୍ଡରେ ଭିଜୁଛି ଭକ୍ତ । ଖାଲି ଯେ ଭକ୍ତ ଭିଜୁଛି ତା'ନୁହେଁ ରଥ ମଧ୍ୟ ଅପେକ୍ଷା କରିଛି କି କେତେବେଳେ ମହାପ୍ରଭୁ ଆସିବେ ଭାଇ,ଭଉଣୀଙ୍କୁ ସାଙ୍ଗରେ ନେଇ । ବଡ଼ଦାଣ୍ଡରେ ରାତି ସାରା ଭିଜୁଛନ୍ତି ଭକ୍ତ ନା ବର୍ଷା ଡର ନା ଆଉ କାହାକୁ ।

    ଭକ୍ତଙ୍କ କହିବାନୁଯାୟୀ ଯେତେ ବର୍ଷା ଆସୁପଛେ ଆମେ ଜଗାକୁ ଦେଖିବାକୁ ଆସିଛୁ । ମହାପ୍ରଭୁ ବାହାରକୁ ଆସୁଛନ୍ତି କିଏ ବା ନଆସିବ ତାଙ୍କୁ ଦେଖିବାକୁ । ଖାଲି ସେତିକି ନୁହେଁ ସାଧାରଣ ଦିନରେ ଆମେ ମନ୍ଦିର ଯାଉ ତାଙ୍କୁ ଦେଖିବାକୁ କିନ୍ତୁ ବର୍ତ୍ତମାନ ସେ ଆସୁଛନ୍ତି ଆମକୁ ଦେଖିବାକୁ ବାହାରକୁ ଆସୁଛନ୍ତି ।

    ବର୍ଷାର ପ୍ରତ୍ୟେକ ବୁନ୍ଦା ଆଜି ଭକ୍ତିର ସାକ୍ଷୀ। ବଡ଼ଦାଣ୍ଡରେ ଭିଜୁଛି କେବଳ ମାଟି ନୁହେଁ, ଭିଜୁଛି ଲକ୍ଷ ଲକ୍ଷ ଭକ୍ତଙ୍କର ଆଖି, ଅପେକ୍ଷା ଓ ଆସ୍ଥା । ଚକାଡୋଳାର ଗୋଟିଏ ଝଲକ ପାଇଁ କିଏ କେତେ ଦୂରରୁ ଧାଇଁ ଆସିଛି, ତାହାର ହିସାବ ନାହିଁ। ବର୍ଷା ଅଛି, ଭିଡ଼ ଅଛି, କିନ୍ତୁ ଭକ୍ତଙ୍କ ମନରେ ଅଛି ଗୋଟିଏ ମାତ୍ର ଆକାଂକ୍ଷା "କେତେବେଳେ ରତ୍ନବେଦୀ ଛାଡ଼ି ବଡ଼ଦାଣ୍ଡକୁ ଆସିବେ ମୋ କାଳିଆ ?"

    ଆଜି ସେହି ପବିତ୍ର ଦିନ... ଯେଉଁଦିନ ମହାପ୍ରଭୁ ଜଗନ୍ନାଥ ନିଜ ଭକ୍ତଙ୍କ ପାଖକୁ ଆସନ୍ତି । ମନ୍ଦିର ଭିତରେ ନୁହେଁ, ବଡ଼ଦାଣ୍ଡରେ ଭକ୍ତଙ୍କ ସହ ମିଶିବାକୁ, ସମସ୍ତଙ୍କୁ ଦର୍ଶନ ଦେବାକୁ । ଭକ୍ତି, ଭାବ ଓ ବିଶ୍ୱାସର ଏହି ମହାମିଳନର ନାଁ...ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ।

    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free:
    Sponsored