Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶ୍ରୀଜୀଉଙ୍କ ଦୁର୍ଲଭ ବେଶ ଦର୍ଶନ ପାଇଁ ପୁରୀରେ ପ୍ରବଳ ଭକ୍ତଙ୍କ ଭିଡ଼

Ratha Yatra 2025

ଶ୍ରୀଜୀଉଙ୍କ ଦୁର୍ଲଭ ବେଶ ଦର୍ଶନ ପାଇଁ ପୁରୀରେ ପ୍ରବଳ ଭକ୍ତଙ୍କ ଭିଡ଼

Smruti Parija
Browse all articles by Smruti Parija
·11 months ago·1 min read
ଶ୍ରୀଜୀଉଙ୍କ ଦୁର୍ଲଭ ବେଶ ଦର୍ଶନ ପାଇଁ ପୁରୀରେ ପ୍ରବଳ ଭକ୍ତଙ୍କ ଭିଡ଼

Key Points

ପୁରୀରେ ପ୍ରବଳ ଭକ୍ତଙ୍କ ଭିଡ଼

ଚାଲିଛି ନବ ଯୌବନ ଦର୍ଶନ

ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା

ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ତା' ପୂର୍ବରୁ ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଶ୍ରୀଜୀଉଙ୍କ ଦୁର୍ଲଭ ବେଶ ଦର୍ଶନ ପାଇଁ ପୁରୀରେ ପ୍ରବଳ ଭକ୍ତଙ୍କ ଭିଡ଼ । ଦୀର୍ଘ ୧୫ ଦିନର ପ୍ରତୀକ୍ଷା ପରେ ମହାପ୍ରଭୁଙ୍କ କଳା ଶ୍ରୀମୁଖ ଦର୍ଶନ କରି ଭାବବିହ୍ବଳ ଭକ୍ତ । ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଟିକେଟ ଦର୍ଶନ ହୋଇଥିବାବେଳେ ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିଛି ସର୍ବସାଧାରଣ ଦର୍ଶନ ।

୧୦ଟା ୩୦ ପରେ ରଥଯାତ୍ରାର ପୂର୍ବ ପ୍ରସ୍ତୁତି ଆରମ୍ଭ ହେବ । ସେଥିପାଇଁ ୧୦ଟା ୩୦ ପରେ ଆଉ ଦର୍ଶନ ମିଳିବ ନାହିଁ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦଇତାପତି ସର୍ବାଙ୍ଗ, ନେତ୍ରୋତ୍ସବ ବନ୍ଦାପନା, ଯାତ୍ରାଙ୍ଗୀ ମହାସ୍ନାନ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ ଓ ସକାଳ ଧୂପ ପରେ ଅପରାହ୍ନରେ ରଥ ଆଜ୍ଞାମାଳ ବିଜେ । ରଥଖଳାରୁ ସିଂହଦ୍ଵାର ନିକଟକୁ ଟଣା ହେବ ତିନିରଥ । ପରେ ଅନ୍ୟାନ୍ୟ ନୀତିବଢି ବଡସିଂହାର ନୀତି ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଖଣ୍ଡୁଆ, ବାହୁଟ କଣ୍ଟ ଓ ସେନାପଟା ଲାଗି ନୀତି ଦଇତାପତି ସେବାୟତ ମାନେ ସମ୍ପାଦିତ କରିବେ । ଶୃଙ୍ଖଳିତ ରଥଯାତ୍ରା ପାଇଁ ରଥ, ପଥ, ଆଉ ଭକ୍ତ ମାନେ ମଧ୍ୟ ପ୍ରସ୍ତୁତ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୦୫ ପ୍ଲାଟୁନ ଫୋର୍ସ ସମେତ ୮ ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ ମୁତୟନ । ଆଜିଠାରୁ ଲାଗୁ ଟ୍ରାଫିକ କଟକଣା ।



Education Next Season 5
Sponsored
tomorrow-is-the-world-famous-rath-yatra-before-that-today-is-the-nabajaubana-darshan-of-mahaprabhu | Argus News