Videos
|
Ratha Yatra 2025

ଆଗେଇ ଚାଲିଛି ରଥକାମ...

Smruti Parija
Browse all articles by Smruti Parija
·1 year ago·1 min read
ଆଗେଇ ଚାଲିଛି ରଥକାମ...

Key Points

ରଥ ନିର୍ମାଣର ଆଜି ହେଉଛି 17 ଦିନ

ପାଖେଇ ଆସୁଛି ରଥଯାତ୍ରା । ଭକ୍ତଙ୍କ ଗହଣକୁ ଆସିବେ କାଳିଆ ସାଆନ୍ତ । ଲୁହ ଓ ଭକ୍ତିରେ ଭିଜିବ ବଡଦାଣ୍ଡ । ଏହା ପୂର୍ବରୁ ରଥ ଖଳାରେ ଆଗେଇ ଚାଲିଛି ରଥ କାମ । ରଥ ନିର୍ମାଣର ଆଜି ହେଉଛି 17 ଦିନ । ଏବେ ସୁଦ୍ଧା 3 ରଥର ଗୋଟିଏ ଗୋଟିଏ ନାହାକା ଅଖର ଅନୁକୂଳ ପୂଜା ପରେ ଅଖର ଉଭୟ ପାର୍ଶ୍ୱର ଗୋଲେଇ କାର୍ଯ୍ୟ ଜାରି ରହିଛି । ତିନି ରଥର ମୋଟ 42 ଗୋଟି ଚକ ମଧ୍ୟରୁ 16 ଗୋଟି ଚକ ନିର୍ମାଣ ଶେଷ ହୋଇଛି । ତାଳଧ୍ୱଜ ରଥ ଓ ଦର୍ପଦଳନ ରଥର 5ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଛି ।


ତାଳଧ୍ୱଜ ରଥ ଓ ଦର୍ପଦଳନ ରଥର 5ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଛି । ନନ୍ଦିଘୋଷ ରଥର 6ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଛି । ଏହାଛଡା ତିନି ରଥର 12 ଫୁଟିଆ ପ୍ରଥମ ଭୂଇଁ ଓରା ଟଉପଟ ପରେ ଉଭୟ ପାର୍ଶ୍ୱ ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଏହାସହ ତିନି ରଥର ଦୁଇଟି ଲେଖାଏଁ ଭୂଇଁ ଖମ୍ବୀର ଚଉପଟ କାର୍ଯ୍ୟ ଶେଷ ହୋଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତିନି ରଥର ପ୍ରଭା ଅପସରା ଏବଂ ବେଦି ସିଂହାସନ ନିର୍ମାଣ ନିମନ୍ତେ ରଥ ଅମିନ ତିନି ରଥଚାଳିକୁ ଦୁଇଟି ଲେଖାଏଁ 12 ଫୁଟିଆ ଅସନ କାଠ ୟୋଗାଇ ଦେଇଥିବାବେଳେ ଉକ୍ତ କାଠର ଟଉପଟ କାର୍ଯ୍ୟ ତିନି ରଥର ମହାରଣା ସେବକମାନେ ଜାରି ରଖିଛନ୍ତି ।


କମାର ଶାଳରେ ତିନି ରଥର 10ଟି ଲେଖାଏଁ ଚକ ପାଇଁ ଆବଶ୍ୟକ ଅର କଣ୍ଟା ନିର୍ମାଣ ଶେଷ କରି ବାକି ଚକଗୁଡିକ ପାଇଁ ଅର କଣ୍ଟା ନିର୍ମାଣ ଚାଲୁ ରଖିଛନ୍ତି ।


17th day-of-chariot-construction-work- | Argus News