Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Ratha Yatra 2025

ରଥରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତି

Smruti Parija
Browse all articles by Smruti Parija
·1 year ago·1 min read
ରଥରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତି

Key Points

ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି

କାହିଁ କେତେ ଦୂରରୁ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ

ରଥ ଟାଣିବାକୁ ଚାହିଁ ବସିଛନ୍ତି

ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି । ଧାଡି ପହଣ୍ଡିରେ ଆସି ପ୍ରଥମେ ସୁଦର୍ଶନ, ପରେ ବଡ ଭାଇ ବଳଭଦ୍ର, ତା'ପରେ ଦେବୀ ସୁଭଦ୍ରା, ଶେଷରେ ମହାପ୍ରଭୁ ଜଗନ୍ନାଥ ରଥାରୂଢ ହୋଇଛନ୍ତି । ସେପଟେ ରଥରେ ମହାପ୍ରଭୁଙ୍କର ଟିକିଏ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ ।


ଶ୍ରୀଜୀଉଙ୍କ ପହଣ୍ଡି ଦେଖିବା ସହ ରଥ ଟାଣିବାକୁ ଚାହିଁ ବସିଛନ୍ତି । ସେପଟେ 4 ଟା ମଧ୍ୟରେ ଚାରମାଳ ଫିଟା ହେବା ସହ ରଥଟଣା ଆରମ୍ଭ ହେବ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରଥଯାତ୍ରାରେ ସର୍ବାଧିକ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବି.ଏସ.ଏଫ ଜବାନ୍, ଆର ଏ ଏଫ ଅଧିକାରୀ ,ବମ ସ୍କ୍ୱାଡ଼, ଡ଼ଗ ସ୍କ୍ୱାଡ଼ ସହ ସିସିଟିଭି ସର୍ଭେଲାନ୍ସର ବ୍ୟବସ୍ଥା କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭୁବନେଶ୍ଵର ପୁରୀ, ପୁରୀ କୋଣାର୍କ ରାସ୍ତା ସହିତ ପୁରୀ ସହରରେ ୨୭୫ ଟି ଏଆଇ କ୍ୟାମେରା ଲଗାଯାଇଛି । ଆଣ୍ଟି ଡ୍ରୋନ ବ୍ୟବସ୍ଥା, ଡଗ ସ୍କ୍ୱାର୍ଡ, anti terrorist ସ୍କ୍ୱାଡ଼ଙ୍କ ସମେତ ବି ଏସ ଏଫ, RAF, CRPF ସମେତ ଆଠ କମ୍ପାନୀ ଫୋର୍ସ ମୁତୟନ ରହିବେ । ଚଳିତବର୍ଷ ରଥଯାତ୍ରା ସୁରକ୍ଷା ପାଇଁ 10 ହଜାର ପୋଲିସ କର୍ମଚାରୀ ମୁତୟନ ହୋଇଛନ୍ତି ।


Sponsored
chariot-festival-2025-lakhs-of-devotees-in-puri | Argus News