"ଏହି ଅବହେଳା ଅକ୍ଷମଣୀୟ, ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ"

Key Points
3 ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା
କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ
କହିଲେ ଏହି ଅବହେଳା ଅକ୍ଷମଣୀୟ
ଶରଧାବାଲିରେ ଠେଲାପେଲା ଯୋଗୁଁ 3 ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶରଧାବାଲିରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଜନିତ ଠେଲାପେଲା କାରଣରୁ ଘଟିଥିବା ଅଘଟଣ ପାଇଁ ବ୍ୟକ୍ତିଗତ ଭାବେ ମୁଁ ଏବଂ ମୋ ସରକାର ସମସ୍ତ ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ ।
ଶରଧାବାଲିରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଜନିତ ଠେଲାପେଲା କାରଣରୁ ଘଟିଥିବା ଅଘଟଣ ପାଇଁ ବ୍ୟକ୍ତିଗତ ଭାବେ ମୁଁ ଏବଂ ମୋ ସରକାର ସମସ୍ତ ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ। ଯେଉଁ ଭକ୍ତମାନଙ୍କର ଜୀବନଦୀପ ଶରଧାବାଲିରେ ଲିଭିଯାଇଛି ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା…
— Mohan Charan Majhi (@MohanMOdisha) June 29, 2025
ଯେଉଁ ଭକ୍ତମାନଙ୍କର ଜୀବନଦୀପ ଶରଧାବାଲିରେ ଲିଭିଯାଇଛି ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଏହି ଭଳି ଏକ ଦାରୁଣ ଦୁଃଖକୁ ସହିବା ନିମନ୍ତେ ଶକ୍ତି ଦେବାପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି । ଏହି ଅବହେଳା ଅକ୍ଷମଣୀୟ । ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ ଏବଂ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛି ବୋଲି ଟ୍ୱିଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ।
📱 Get Argus News App
✨ଗତକାଲି ଅପରାହ୍ନରେ ତିନି ରଥ ଟଣା ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଶରଧା ବାଲିରେ ଲାଗିଥିଲେ । ତା ପରଠାରୁ ରଥାରୁଢ଼ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଭକ୍ତଙ୍କର ପ୍ରବଳ ଭିଡ଼ ଲାଗି ରହିଥିଲା । ମଧ୍ୟ ରାତ୍ରି ପ୍ରାୟ 12 ଟା 20 ମିନିଟ ସମୟରେ ଠାକୁରଙ୍କର ପହଡ଼ ହୋଇଥିଲା। ରାତି ତମାମ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କୁ ସୁଅ ଛୁଟୁଥିଲା । ଭୋର 4ଟା 20 ମିନିଟି ସମୟରେ ଫହଡ଼ ଫିଟା ହୋଇଥିଲା । ସେତେବେଳକୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ହଜାର ହଜାର ଭକ୍ତଙ୍କର ସମାଗମ ଥିଲା ।
ପହୁଡ ଫିଟିବା ବେଳକୁ ହଠାତ୍ ଏତେ ଭିଡ ହୋଇଥିଲା ଯେ ଦଳାଚକଟାରେ ଶରଧା ବାଲିରେ 3 ଭକ୍ତଙ୍କ ମୃତ୍ୟୁ ଘଟିଛି । ଏହାପରେ ପ୍ରମୁଖ ଅଧିକାରୀଙ୍କ ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ତାଙ୍କ କହିବା କଥା ‘ପୋଲିସର ନିର୍ଦ୍ଦେଶ ସମସ୍ତେ ମାନନ୍ତୁ’ । ଭକ୍ତ ମୋବାଇଲ୍ରେ ଫଟୋ ନେବାରୁ ସମସ୍ୟା ହେଉଛି । ଯାହା ଘଟିଛି ତାହାର ଯାଞ୍ଚ ଚାଲିଛି ।
ଜିଲ୍ଲାପାଳଙ୍କ କହିବା କଥା ସକାଳେ ମହାପ୍ରଭୁଙ୍କ ପହୁଡ ଖୋଲିବା ପରେ ହଠାତ୍ ଭିଡ ଜମିଥିଲା । ଭିଡ଼ ପାଇଁ ପ୍ରାୟ ୯ ଜଣ ଅଣନିଶ୍ବାସୀ ହୋଇ ଯାଇଥିଲେ । ମେଡିକାଲ୍ ସୂଚନା ଅନୁସାରେ ୬ ଆହତ ହୋଇଛନ୍ତି, ଭଲ ଅଛନ୍ତି । କିପରି ଘଟିଲା ଅନୁଧ୍ୟାନ କରିବୁ, ଏବେ ଦର୍ଶନ ବ୍ୟବସ୍ଥା ଦେଖୁଛୁ ।