Videos
|
Ratha Yatra 2025

ହାତୀବେଶ ଦେଖିବାକୁ ପ୍ରବଳ ଭିଡ

Smruti Parija
Browse all articles by Smruti Parija
·1 year ago·1 min read
ହାତୀବେଶ ଦେଖିବାକୁ ପ୍ରବଳ ଭିଡ

Key Points

ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ଏହି ବେଶ ଦେଖିବାକୁ ଲକ୍ଷାଧିକ ଲୋକଙ୍କ ଭିଡ

କାହିଁ କେତେ ଦୂରରୁ ଭକ୍ତ ଧାଇଁ ଆସିଛନ୍ତି

108 ଗରା ସୁବାଜିତ ଜଳରେ ଦିବ୍ୟ ସ୍ନାନ ପରେ ହାତୀ ବେଶ ବା ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ । ଆଉ ଶ୍ରୀଜୀଉଙ୍କର ଏହି ବେଶ ଦେଖିବାକୁ ଲକ୍ଷାଧିକ ଲୋକଙ୍କ ଭିଡ ଲାଗିଛି । ଏହି ଅବତାରରେ ଶ୍ରୀଜୀଉଙ୍କ ଟିକେ ଝଲକ ପାଇବାକୁ କାହିଁ କେତେ ଦୂରରୁ ଭକ୍ତ ଧାଇଁ ଆସିଛନ୍ତି ।


କାଳିଆକୁ ଟିକେ ଦେଖିବେ, ତା ଚକା ଆଖିରେ ଆଖି ମିଶାଇ ନିଜ ଦୁଃଖ ସୁଖ ବାଣ୍ଟିବେ ସେଥିପାଇଁ ଯେତେ ଭିଡ ହଉ ନା କାହିଁକି ତାକୁ ଖାତିର୍ ନାହିଁ । ଆରେ ଆମ କାଳିଆ ଆସିଛି ପରା । ତାକୁ ଦେଖିବାକୁ ଏ ଭିଡ କଣ ଯେ...ଏମିତି କହିଛନ୍ତି କିଛି ଭକ୍ତ । ଭକ୍ତ ଯେମିତି ତା ପାଇଁ ପାଗଳ, ସେ ବି ଭକ୍ତ ପାଇଁ ପାଗଳ । ସେଥିପାଇଁ ତାକୁ କୁହନ୍ତି ଭକ୍ତବତ୍ସଳ କାଳିଆ ସାଆନ୍ତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅପରାହ୍ନରେ ଗଜପତିଙ୍କ ଦ୍ଵାରା ଛେରା ପହଁରା ସରିବା ପରେ ସନ୍ଧ୍ୟା ୫ ଟା ବେଳକୁ ହାତୀ ବେଶ ବା ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ । ବେଶ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଳି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ । ଲୋକାରଣ୍ୟ ବଡଦାଣ୍ଡ ।

gajanana-besa-of-trinity-performed-at-snana-mandapa | Argus News