ରଥକାର୍ଯ୍ୟ ଅଗ୍ରଗତି ନେଇ ତଦାରଖ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ

Key Points
ରଥଖଳାରେ ଗଜପତି
ରଥକାର୍ଯ୍ୟ ଅଗ୍ରଗତି ନେଇ ତଦାରଖ କରିଛନ୍ତି ଗଜପତି
ରଥଖଳାରେ ଗଜପତି । ମହାରଣା ସେବାୟତଙ୍କ ସହିତ କଲେ ଆଲୋଚନା । ରଥକାର୍ଯ୍ୟ ଅଗ୍ରଗତି ନେଇ ତଦାରଖ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ରଥ କାଠ ସମସ୍ୟାର ସମାଧାନ କଥା ପଚାରି ବୁଝିବା ସହ ଆଉ କଣ ଆବଶ୍ୟକ ରହିଛି ବୋଲି ମହାରଣାମାନଙ୍କୁ ପଚାରିଲେ ଗଜପତି ମହାରାଜା । ଏହାସହ ବର୍ଷା ହେଲେ ରଥ କାମ ଯେପରି ପ୍ରଭାବିତ ନହେବ ସେନେଇ ମଧ୍ୟ ଆଲୋଚନା କରିଛନ୍ତି ।
ରଥକାଠ ଜନିତ ସମସ୍ୟା ନଥିବା ମହାରଣା ସେବାୟତ ମାନେ ଗଜପତିଙ୍କୁ ଅବଗତ କଲେ ବୋଲି କହିଛନ୍ତି ବଳଭଦ୍ରଙ୍କ ରଥର ମହାରଣା ସେବାୟତ ବାଳକୃଷ୍ଣ ମହାରଣା ।
📱 Get Argus News App
✨29 ଦିନରେ ଚଳଚଞ୍ଚଳ ରହିଛି ରଥଖଳା । ଚାଲିଛି ତିନି ରଥର ଚାରି ନାହାକା, ପୋଲ ଗୟଳ, ଗରଗରା କାମ ।ସରିଛି ୩୯ ଚକ । ଆଉ ୩ଟି ଚକ ପ୍ରସ୍ତୁତ ହେବ । ଶୀତଳ ଷଷ୍ଠୀ ସୁଦ୍ଧା ଶେଷ ହେବ ଅଖ ଚକ ସଂଯୋଗ କାମ । ୨୦୦ରୁ ଉର୍ଦ୍ଧ୍ଵ ରଥ ନିର୍ମାଣ ସେବକ ଜାରି ରଖିଛନ୍ତି ଦିବ୍ୟ ରଥ ନିର୍ମାଣ କାର୍ଯ୍ୟ ।