ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କଲେ ଗୌତମ ଆଦାନୀ

Key Points
ପୁରୀରେ ଗୌତମ ଆଦାନୀ
ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କଲେ ଗୌତମ ଆଦାନୀ
ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଓ ଆଲୋଚନା କରିବେ ଆଦାନୀ
ପୁରୀରେ ଗୌତମ ଆଦାନୀ। ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କଲେ ଗୌତମ ଆଦାନୀ । ଆଦାନୀ ପକ୍ଷରୁ ପ୍ରସାଦ ସେବା କାର୍ଯ୍ୟକ୍ରମରେ ଯୋଗଦେଲେ ଗୌତମ ଆଦାନୀ । ପରେ ରୋଷଶାଳାରେ ନିଜେ ରୋଷେଇ କରିବେ ଗୌତମ ଆଦାନୀ ।
ପୁରୀରେ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ଭାଗ ନେବେ ଆଦାନୀ । ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଓ ଆଲୋଚନା ରହିଛି ।
ସେପଟେ ଶରଧାବାଲିରେ ଲାଗିଛି ୩ ରଥ । ଘଣ୍ଟ, ହୁଳହୁଳି, ହରିବୋଲରେ ପ୍ରକମ୍ପିତ ଶରଧାବାଲି । ଦର୍ଶନ ପାଇଁ ଶରଧାବାଲିରେ ଭକ୍ତଙ୍କ ସମାଗମ ହୋଇଛି ।
📱 Get Argus News App
✨ତାଳଧ୍ଵଜ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲାଗିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଯାହା ନିର୍ଦ୍ଧାରିତ ହୋଇଥିଲା,ଯେ ୯ ଟା ୩୦ ରେ ରଥଟଣା ହୋଇଥିଲା,ଠିକ୍ ସେହି ଅନୁସାରେ ୯ ଟା ୨୫ ରେ ବଳଭଦ୍ରଙ୍କ ରଥ ଟଣା ଆରମ୍ଭ ହୋଇଥିଲା । ୯ ଟା ୫୦ ରେ ଆରମ୍ଭ ହୋଇଥିଲା ନନ୍ଦିଘୋଷ ରଥ ଟଣା । ୧୧ ଟା ୧୭ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିର ଠାରେ ପହଞ୍ଚିଥିଲା ତାଳଧ୍ଵଜ ରଥ । ସମସ୍ତ ଦେବନୀତି ସଠିକ୍ ଓ ଶୃଙ୍ଖଳିତ ଭାବରେ ସମାପନ ହୋଇଛି ।
ସମସ୍ତ ସେବକ , ଅଧିକାରୀ ପୋଲିସଙ୍କୁ ଧନ୍ୟବାଦ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଗତକାଲି ମଧ୍ୟ ନୀତି ଶୃଙ୍ଖଳିତ ହୋଇଥିଲା । ଠିକ୍ ୪ ଟା ରେ ଆରମ୍ଭ ହୋଇଥିଲା ରଥ ଟଣା । ତାଳଧ୍ଵଜ ରଥ ଆଗକୁ ଗଡି ନପାରିବାରୁ ରଥ ପହଞ୍ଚି ପାରିନଥିଲା । ପ୍ରତ୍ୟେକ ବର୍ଷ ଏଭଳି ଦୁଇ ଦିନ ଧରି ରଥ ଟଣା ହୋଇଥାଏ । ଆଜି ମଧ୍ୟ ରଥ ପହଞ୍ଚିବା ପରେ ସମସ୍ତ ଦେବନୀତି ଶୃଙ୍ଖଳିତ ହେବ । ଆସନ୍ତାକାଲି ହେବ ପହଣ୍ଡି । ଏନେଇ ପ୍ରସ୍ତୁତି ଚାଲିଛି କହିଛନ୍ତି ଶ୍ରୀଯୁକ୍ତ ପାଢ଼ୀ ।